ନୂଆଦିଲ୍ଲୀ: ପିଏମ କେୟାର୍ସ ଫଣ୍ଡ(PM Cares Fund)କୁ ନେଇ ଦେଖାଦେଇଥିବା ବିବାଦ ମଧ୍ୟରେ ଆଜି(ମଙ୍ଗଳବାର) ଉଚ୍ଚତମ ନ୍ୟାୟାଳୟ(Supreme Court) ନିଜ ରାୟରେ କହିଛନ୍ତି ଯେ ଏହାର ଟଙ୍କା ପ୍ରଧାନମନ୍ତ୍ରୀ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି କିମ୍ବା ଏନଡିଆରଏଫ(NDRF)ରେ ଜମା କରିବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଏହାପୂର୍ବରୁ ଏହି ପାଣ୍ଠିକୁ ଅନେକ ବିବାଦ ମଧ୍ୟ ଦେଖାଦେଇଛି । ଏହାସହ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ମୁଖ୍ୟତଃ ଏହି ବିବାଦ ସେହି ସମୟରେ ଦେଖାଦେଇଥିଲା, ଯେତେବେଳେ ଏହି ଫଣ୍ଡର ଯାଞ୍ଚ CAG କରିପାରିବ ନାହିଁ ସୂଚନା ସାମ୍ନାକୁ ଆସିଥିଲା । ଅନ୍ୟପକ୍ଷେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ(Former Congress President) ତଥା ବର୍ତ୍ତମାନର ବାୟନାଡ ସାଂସଦ ରାହୁଲ ଗାନ୍ଧୀ(Rahul Gandhi) ସୋମବାର ଏକ ଖବରକାଗଜର ଲେଖାକୁ ସେୟାର କରି କଟାକ୍ଷ କରିଥିଲେ ଯେ 'ବେଇମାନଙ୍କ ଅଧିକାର' । ବାସ୍ତବରେ, ଖବରକାଗଜର କ୍ଲିପିଂରେ ଦାବି କରାଯାଇଛି ଯେ ପିଏମ କେୟାର ଫଣ୍ଡ ବିଷୟରେ ଦିଆଯାଇଥିବା ଆରଟିଆଇ(RTI) ଉପରେ ସୂଚନା ଦେବାକୁ ମନା କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଖୁସି ଖବର: ଏହି ରାଜ୍ୟରେ ବିନା ସୁଧରେ ଚାଷୀଙ୍କୁ ମିଳିବ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ   


ରାହୁଲଙ୍କ ଏହି ଟ୍ୱିଟ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ(BJP President) ଜେପି ନାଡ୍ଡା(JP Nadda) ମଧ୍ୟ ପାଲଟା ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ(Rahul Gandhi) ପିଏମ-କେୟାରଙ୍କ ସହ ଜଡିତ ଏକ 'ବିଭ୍ରାନ୍ତିକର' ଖବର ପ୍ରଚାର କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ରାହୁଲ ଗାନ୍ଧୀଙ୍କ କ୍ୟାରିୟର କେବଳ 'ମିଥ୍ୟା ଖବର' ଉପରେ ଆଧାରିତ ।


ଅଧିକ ପଢ଼ନ୍ତୁ:- କିମ ଜୋଙ୍ଗଙ୍କ ନୂଆ ଆଦେଶ, ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ହତ୍ୟା କରାଯାଉ ସମସ୍ତ କୁକୁର


ଅନ୍ୟପଟେ ପିଏମ କେୟାର ଫଣ୍ଡ(PM Cares Fund)କୁ ନେଇ ବିବାଦ ମଧ୍ୟରେ ଏହାର ଅଫିସିଆଲ ୱେବସାଇଟରେ କିଛି ପ୍ରଶ୍ନର ଉତ୍ତର ଦିଆଯାଇଛି । ଯେଉଁଥିରେ କୁହାଯାଇଛି ଯେ ଏଥିରେ କେତେ ଟଙ୍କା ସଂଗ୍ରହ କରାଯାଏ ଏବଂ କେଉଁଠାରେ ବ୍ୟବହୃତ ହୋଇଛି ।


ପ୍ରଶ୍ନ- ଗତ ଆର୍ଥିକ ବର୍ଷରେ ପିଏମ କେୟାର ଫଣ୍ଡରେ କେତେ ଟଙ୍କା ସଂଗ୍ରହ କରାଯାଇଛି ?


ଉତ୍ତର- ୨୦୧୯-୨୦ ବର୍ଷରେ ଏହି ଫଣ୍ଡରେ ୩୦୭୬.୬୨ କୋଟି ଟଙ୍କା ସଂଗ୍ରହ କରାଯାଇଛି ।


ପ୍ରଶ୍ନ- ଗତ ବର୍ଷ ବିଦେଶୀ ମୁଦ୍ରା ମାଧ୍ୟମରେ ଏହି ପାଣ୍ଠିରେ କେତେ ଟଙ୍କା ଆସିଥିଲା ?


ଉତ୍ତର- ୩୯.୬୮ ଲକ୍ଷ ଟଙ୍କା ।


ଅଧିକ ପଢ଼ନ୍ତୁ:-ସମ୍ବିତ ପାତ୍ରଙ୍କ ବିରୋଧରେ ରୁଜୁ ହେଲା ୩୯ଟି ମାମଲା, ଜାଣନ୍ତୁ କ'ଣ ପାଇଁ...


ପ୍ରଶ୍ନ- ପିଏମ କେୟାର ଫଣ୍ଡର ଟଙ୍କା କେଉଁଠାରେ ଖର୍ଚ୍ଚ କରାଯାଇଛି ?


ଉତ୍ତର- ୨୦୦୦ କୋଟି ଟଙ୍କା ଭାରତରେ ନିର୍ମିତ ୫୦ ହଜାର ଭେଣ୍ଟିଲେଟର ଦେଶର ସରକାରୀ ଡାକ୍ତରଖାନାରେ ବଣ୍ଟନ କରାଯାଇଛି ।


- ପ୍ରବାସୀ ଶ୍ରମିକଙ୍କ ଉପରେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।


-ଟୀକା ତିଆରି ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି ।