ଗୁଡ଼ ନ୍ୟୁଜ! କୃଷକଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି ୪୦୦୦ ଟଙ୍କା, ତୁରନ୍ତ ଜମା କରନ୍ତୁ ଏହି ଡକ୍ୟୁମେଣ୍ଟ
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଅଧୀନରେ ଦେଶର କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଆର୍ଥିକ ସହାୟତା କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି । ଯାହାର ପରବର୍ତ୍ତୀ କିସ୍ତି ସରକାର ଖୁବ ଶୀଘ୍ର କୃଷକଙ୍କ (Farmer) ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୋଦି ସରକ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଅଧୀନରେ ଦେଶର କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଆର୍ଥିକ ସହାୟତା କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି । ଯାହାର ପରବର୍ତ୍ତୀ କିସ୍ତି ସରକାର ଖୁବ ଶୀଘ୍ର କୃଷକଙ୍କ (Farmer) ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୋଦି ସରକାର (Modi government) ଚାଷୀଙ୍କ ପାଇଁ ଉପଲବ୍ଧ ଏହି ସୁବିଧାକୁ ଦ୍ୱିଗୁଣିତ କରିବାକୁ ଚିନ୍ତା କରୁଛନ୍ତି । ଯଦି ଏହା ଘଟେ, କୃଷକମାନେ ୬୦୦୦ ଟଙ୍କା ବଦଳରେ ପ୍ରତିବର୍ଷ ତିନୋଟି କିସ୍ତିରେ ୧୨୦୦୦ ଟଙ୍କା ପାଇପାରିବେ ।
ଏହି ଯୋଜନାର ପୁରୁଣା ବ୍ୟବସ୍ଥାରେ ସରକାର କିଛି ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ କେବଳ ସେହି କୃଷକମାନେ ପିଏମ କିସାନ ସମ୍ମାନ ନିଧି ଯୋଜନାର ଲାଭ ପାଇବେ ଯାହାର ନାମରେ ଚାଷ ଜମି ଥିବ । ଅର୍ଥାତ ପୂର୍ବ ପରି ଯେଉଁମାନେ ପୈତୃକ ଜମିରେ ସେୟାର ମାଧ୍ୟମରେ ଟଙ୍କା ପାଉଥିଲେ ସେମାନେ ଆଉ ଏହି ଯୋଜନାର ଲାଭ ପାଇପାରିବେ ନାହିଁ । ଯଦି ଆପଣଙ୍କ ନାମରେ ଏକ ଚାଷ ଜମି ଅଛି, ତେବେ ତୁରନ୍ତ ଏହି କାମ କରନ୍ତୁ, ନଚେତ୍ ଆପଣଙ୍କର ପରବର୍ତ୍ତୀ କିସ୍ତି ଅଟକି ଯାଇପାରେ ।
ଏହା ବି ପଢ଼ନ୍ତୁ: ଶେନ ୱାର୍ଣ୍ଣ କଲେ ଭବିଷ୍ୟବାଣୀ; କହିଲେ - କେଉଁ ଦଳ ପହଞ୍ଚିବ ସେମିଫାଇନାଲ ଏବଂ ଫାଇନାଲ
ଦେବାକୁ ପଡିବ ଏହି ଆବଶ୍ୟକୀୟ ସୂଚନା
୨୦୧୯ ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଅତୀତରେ କିଛି ତ୍ରୁଟି ଦେଖିବାକୁ ମିଳିଥିଲା, ଯାହାକୁ ସରକାର ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । କିସନ ସମ୍ମାନ ନିଧି ଯୋଜନା ଅଧୀନରେ ନୂତନ ପଞ୍ଜୀକରଣ କରିଥିବା କୃଷକମାନଙ୍କୁ ବର୍ତ୍ତମାନ ଆବେଦନ ଫର୍ମରେ ସେମାନଙ୍କ ଜମିର ପ୍ଲଟ ନମ୍ବର ଉଲ୍ଲେଖ କରିବାକୁ ପଡିବ । ଯଦିଓ ନୂତନ ନିୟମ ଏହି ଯୋଜନା ସହିତ ଜଡିତ ପୁରୁଣା ହିତାଧିକାରୀଙ୍କୁ ପ୍ରଭାବିତ କରିବ ନାହିଁ ।
ଜାଣନ୍ତୁ କେଉଁ କୃଷକମାନେ ପାଇଥାନ୍ତି ଏହାର ଲାଭ
ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା ଅଧୀନରେ କେବଳ ସେହି କୃଷକମାନଙ୍କୁ ଏହି ସୁବିଧା ମିଳେ ଯେଉଁମାନଙ୍କର ୨ ହେକ୍ଟର ଅର୍ଥାତ୍ ୫ ଏକର ଚାଷଜମି ଚାଷ ଜମି ଅଛି ।ବର୍ତ୍ତମାନ ସରକାର ହୋଲ୍ଡିଂ ସୀମାକୁ ରଦ୍ଦ କରିଦେଇଛନ୍ତି । ଏଥିରେ ଆଇନଜୀବୀ, ଡାକ୍ତର, CA ଇତ୍ୟାଦି ମଧ୍ୟ ଏହି ଯୋଜନା ବାହାରେ ଅଛନ୍ତି ।
ଏହା ବି ପଢ଼ନ୍ତୁ: ଶାମିଙ୍କୁ ଟାର୍ଗେଟ କରାଯିବାକୁ ନେଇ ବିରାଟ କୋହଲି ଦେଲେ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ
ଏହି ମାସରେ ଆସିଥାଏ ପିଏମ କିସାନର କିସ୍ତି
ପ୍ରତ୍ୟେକ ଆର୍ଥିକ ବର୍ଷରେ ପ୍ରଥମ କିସ୍ତି ୧ ଏପ୍ରିଲରୁ ୩୧ ଜୁଲାଇ ପର୍ଯ୍ୟନ୍ତ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ଏବଂ ତୃତୀୟ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଆସିଥାଏ । ସମସ୍ତ କିସ୍ତି ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥାଏ ।
ଏହା ବି ପଢ଼ନ୍ତୁ: ୧ ନଭେମ୍ବରରୁ ବଦଳିଯିବ ଏହି ୫ ଟି ବଡ଼ ନିୟମ; ଯାହା ଆପଣଙ୍କ ଜୀବନ ଉପରେ ପକାଇବ ସିଧାସଳଖ ପ୍ରଭାବ
ଏହି ତ୍ରୁଟି ଯୋଗୁଁ ଅଟକିଯାଏ ଟଙ୍କା
ବେଳେବେଳେ ସରକାରଙ୍କଠାରୁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୁଏ, କିନ୍ତୁ ଏହା କୃଷକଙ୍କ ଆକାଉଣ୍ଟରେ ପହଞ୍ଚେ ନାହିଁ । ଏହାର ମୁଖ୍ୟ କାରଣ ଆପଣଙ୍କ ଆଧାର, ଆକାଉଣ୍ଟ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଭୁଲ ହୋଇପାରେ ।