PM Kisan Yojana, ନୂଆଦିଲ୍ଲୀ: ଖୁବଶୀଘ୍ର କୃଷଙ୍କ ମୁହଁରେ ହସ ଫୁଟିବାକୁ ଯାଉଛି। ପିଏମ କିସାନ ଯୋଜନାର ୧୨ତମ କିସ୍ତିର ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ପିଏମ କିସାନ ସମ୍ମାନ ନିଧିଙ୍କ ଦ୍ୱାଦଶ କିସ୍ତି ସମସ୍ତ କୃଷକଙ୍କ ଆକାଉଣ୍ଟରେ ପହଞ୍ଚି ନାହିଁ। କୃଷକମାନେ ଏହି କିସ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୭ରେ ଦ୍ୱାଦଶ କିସ୍ତି କୃଷକଙ୍କ ଆକାଉଣ୍ଟରେ ପହଞ୍ଚିବ ବୋଲି ଆଶା କରାଯାଉଛି। କାରଣ ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୁସାସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥା ବା (ICAR)ର ଏକ କାର୍ଯ୍ୟକ୍ରମରେ ସାମିଲ ହେବେ ଓ ସେଠାରୁ ପିଏମ କିସାନର ୧୨ତମ କିସ୍ତିର ଘୋଷଣା କରିପାରନ୍ତି। 


COMMERCIAL BREAK
SCROLL TO CONTINUE READING

ଦେଶର ଲକ୍ଷ ଲକ୍ଷ କୃଷକଙ୍କୁ ମିଳିବ ଦୀପାବଳି ଗିଫ୍ଟ। ଅକ୍ଟୋବର ୧୭ ପରେ କୃଷକଙ୍କୁ ପିଏମ କିସାନ ଯୋଜନାର ୧୨ତମ କିସ୍ତି ମିଳିବାର ସମ୍ଭାବନା ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆଧିକାରୀକ ଭାବେ ଏହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଆଗାମୀ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରି ଏହା ଅନୁମାନ କରାଯାଉଛି। ଅକ୍ଟୋବର ୧୭ରେ ପ୍ରଧାନମନ୍ତ୍ରୀ ମୋଦି, ପୁସାସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥା ବା (ICAR) ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସେ ପିଏମ କିସାନ ର ୧୨ତମ କିସ୍ତି ଘୋଷଣା କରିପାରନ୍ତି। ଶେଷ ଥର ପାଇଁ ୩୧ ମେ'ରେ ପ୍ରଧାନମନ୍ତ୍ରୀ କିସାନ୍ ସାମ୍ମାନ ନିଧିର ୧୧ତମ କିସ୍ତି ଆସିଥିଲା। ଏବେ ସେପ୍ଟେମ୍ବର ଗଲାଣି, କିନ୍ତୁ କୃଷକଙ୍କୁ ଦ୍ୱାଦଶ କିସ୍ତି ମିଳି ନାହିଁ। ଯାହାକୁ ନେଇ କୃଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। 


Also Read: ସ୍ୱିସ୍ ବ୍ୟାଙ୍କରେ ଏହି ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ଜମା କରି ରଖିଛନ୍ତି କୋଟି କୋଟି ଟଙ୍କା


ସରକାରୀ କର୍ମଚାରୀମାନେ କହିଛନ୍ତି ଯେ, ଏହି ଯୋଜନାରେ ହେଉଥିବା ଅନିୟମିତତାକୁ ଦୃଷ୍ଟିରେ ରଖି eKYC କୁ ବାଧ୍ୟତାମୂଳକ କରାଯାଇଛି। ପିଏମ କିସାନ ପୋର୍ଟାଲକୁ ଯାଇ କୃଷକମାନେ KYC କରିପାରିବେ। eKYC ସରିବା ପରେ ସରକାର ଯାଞ୍ଚ କରିବେ ଏବଂ ପୂର୍ବ କିସ୍ତି ପୁନର୍ବାର ଚାଷୀଙ୍କ ଆକାଉଣ୍ଟରେ ପଠାଇବେ। KYC ଯାଞ୍ଚ ପାଇଁ କିସ୍ତିରେ ସାମାନ୍ୟ ବିଳମ୍ବ ହେଉଛି। ତେବେ ଯେଉଁମାନଙ୍କୁ ୧୧ତମ କିସ୍ତି ମିଳିନାହିଁ, ସେମାନଙ୍କୁ ୧୨ତମ କିସ୍ତିରେ ଗତ ଦୁଇଟି କିସ୍ତିର ଟଙ୍କା (୪୦୦୦) ଆସିବ। ତେବେ କୃଷକମାନେ ଯଥାଶୀଘ୍ର KYC ଭରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।


ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି କ’ଣ?


ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ୍ ନିଧି ଯୋଜନାର ଉଦ୍ଦେଶ୍ୟ ହେଉଛି ଗରିବ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା। କୃଷକଙ୍କ ଆୟ, ସମ୍ପତ୍ତି ଇତ୍ୟାଦିର ବିବରଣୀକୁ ଅନୁଧ୍ୟାନ କରି କେନ୍ଦ୍ର ସରକାର ପ୍ରତି ୪ ମାସରେ ୨୦୦୦ ଟଙ୍କା ଲେଖାଏଁ ଦେଉଛନ୍ତି। ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଯାଉଛି। ଓଡିଶାର ପ୍ରାୟ ୨୫ ଲକ୍ଷ ୯୦ ହଜାର କୃଷକ, ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି ଯୋଜନାର ଲାଭ ପାଉଛନ୍ତି। ସାରା ଦେଶରେ ସାଢେ ନଅ କୋଟିରୁ ଊର୍ଦ୍ଧ୍ୱ କୃଷକ ପିଏମ କିସାନରେ ସହାୟତା ପାଉଛନ୍ତି।