ନୂଆଦିଲ୍ଲୀ: PM Kisan Yojana: ଏଥର ଦଶହରା କୋଟି କୋଟି ଲୋକଙ୍କ ପାଇଁ ଖାସ୍ ହେବାକୁ ଯାଉଛି । ସୂଚନାନୁସାରେ, ଆଜି ଅର୍ଥାତ ସେପ୍ଟେମ୍ୱର ୨୮ରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ବୈଠକ ହେବ ଯେଉଁଥିରେ ୧୪ କୋଟି ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବାକୁ ନିଷ୍ପତ୍ତି ନିଆଯାଇପାରେ । ମନେ କରାଯାଉଛି ଯେ, ଏହି ଟଙ୍କା ଦଶହରା ପୂର୍ବରୁ ଲୋକଙ୍କ ଆକାଉଣ୍ଟରେ ପହଞ୍ଚିପାରେ । ଯଦି ଏପରି ହୁଏ ତେବେ କୋଟି କୋଟି ଲୋକଙ୍କ ପାଇଁ ଏହି ପାର୍ବଣ ଋତୁ ଖୁସିମୟ ହେବ ।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ଆଜି ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ କମିଟି ବୈଠକରେ କେନ୍ଦ୍ର କର୍ମଚାରୀ (Central Government Employees) ଓ ପେନସନଭୋଗୀ (Pensioners) ଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowance) ଓ ମହଙ୍ଗା ରିଲିଫ୍ (Dearness Relief) ଅନୁମୋଦନ କରାଯାଇପାରେ । ସରକାର DA ଓ DR କୁ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ ବୋଲି ଆଶା କରାଯାଉଛି । ଯଦି ଏହା ଘଟେ । ତେବେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ଖୁସି ବଢ଼ିଯିବ । ଗୋଟିଏ ଝଟକାରେ ସେମାନଙ୍କର DA ଓ DR ୪ ପ୍ରତିଶତ ବଢ଼ି ୩୮ ପ୍ରତିଶତକୁ ବୃଦ୍ଧି ପାଇପାରେ । ଏହା ସହିତ ସରକାରୀ କର୍ମଚାରୀମାନେ ଜୁଲାଇ ଓ ଅଗଷ୍ଟ ପାଇଁ ବକେୟା ମଧ୍ୟ ପାଇପାରନ୍ତି । ମନେ କରାଯାଉଛି ଯେ, ସେପ୍ଟେମ୍ବରର ବେତନରେ କେନ୍ଦ୍ର କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତା ଓ ବକେୟା ରାଶି ଯୋଡ଼ି ଆସିବ । ଏହି କାରଣରୁ କର୍ମଚାରୀଙ୍କ ହାତରେ ମୋଟା ଅଙ୍କର ଅର୍ଥ ଆସିବ, ଯାହା ଦ୍ୱାରା ସେମାନେ ଦଶହରା-ଦୀପାବଳୀ ପରି ପାର୍ବଣ ଋତୁରେ ଜୋରସୋରରେ ସପିଂ କରିପାରିବେ । ସରକାରଙ୍କ ଏହି ନିଷ୍ପତ୍ତି ସିଧାସଳଖ ୪୮ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କୁ ଉପକୃତ କରିବ ବୋଲି ଆଶା କରାଯାଉଛି ।


ସେହିପରି କେନ୍ଦ୍ର ସରକାର କୃଷକମାନଙ୍କୁ ଦୀପାବଳୀ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି । କୁହାଯାଉଛି ଯେ, ସେପ୍ଟେମ୍ବର ୩୦ରେ କେନ୍ଦ୍ର ସରକାର କୃଷକମାନ (Farmers) ଙ୍କ ପାଇଁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (PM Kisan Samman Nidhi Yojana) ର ଦ୍ୱାଦଶ କିସ୍ତି ରିଲିଜ୍ କରିପାରନ୍ତି । ୨୦୧୯ରେ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଏହା ଅଧୀନରେ ସରକାର ଆକାଉଣ୍ଟରେ ଆର୍ଥିକ ପଛୁଆ କୃଷକମାନଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ଟ୍ରାନ୍ସଫର କରନ୍ତି । ଏହି ପରିମାଣ ୨-୨ ହଜାର ଟଙ୍କାର ୩ କିସ୍ତିରେ ଦିଆଯାଇଥାଏ । ସରକାର ଏପର୍ଯ୍ୟନ୍ତ ଏହି ଯୋଜନାର ୧୧ଟି କିସ୍ତି ରିଲିଜ କରିସାରିଛନ୍ତି । ଏହି ରାଶି ସମଗ୍ର ଦେଶରେ ପ୍ରାୟ ୧୨ କୋଟି ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିବ ।


ଅଧିକ ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ରେକର୍ଡ ହ୍ରାସ, ଏହି ଦିନ ଶସ୍ତା ହେବ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଆଜିର ରେଟ୍


ଅଧିକ ପଢ଼ନ୍ତୁ:-ରାଜସ୍ଥାନର କ୍ଷମତା ଲଢ଼େଇରେ ସଚିନ ପାଇଲଟଙ୍କ ଠାରୁ ହାରିଗଲେ ଅଶୋକ ଗେହଲୋତ!


ଅଧିକ ପଢ଼ନ୍ତୁ:-ଠକାମିର ଶିକାର ହେଲେ ବିଜେପି ସାଂସଦ, ଲୁଟି ନେଲେ ଏତେ କୋଟି ଟଙ୍କା


 


ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କ’ଣ?


ମୋଦି ସରକାର  (Modi Govt) ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ ।