Rajasthan Political Crisis: ରାଜସ୍ଥାନର କ୍ଷମତା ଲଢ଼େଇରେ ସଚିନ ପାଇଲଟଙ୍କ ଠାରୁ ହାରିଗଲେ ଅଶୋକ ଗେହଲୋତ!
Advertisement

Rajasthan Political Crisis: ରାଜସ୍ଥାନର କ୍ଷମତା ଲଢ଼େଇରେ ସଚିନ ପାଇଲଟଙ୍କ ଠାରୁ ହାରିଗଲେ ଅଶୋକ ଗେହଲୋତ!

Rajasthan Political Crisis: ଏଠାରେ କହି ରଖୁଛୁ ଯେ, ଅଶୋକ ଗେହଲୋତ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାକୁ ପ୍ରସ୍ତୁତ ହେଉଛନ୍ତି । କଂଗ୍ରେସ ହାଇକମାଣ୍ଡ ଗେହଲୋଟଙ୍କ ଅଧ୍ୟକ୍ଷ ହେବା ସ୍ଥିତିରେ ସଚିନ ପାଇଲଟଙ୍କୁ ରାଜସ୍ଥାନର ନୂତନ ସିଏମ କରିବାକୁ ଚାହୁଁଛନ୍ତି । କିନ୍ତୁ ଅଶୋକ ଗେହଲୋଟଙ୍କ କ୍ୟାମ୍ପର ବିଧାୟକମାନେ ସଚିନ ପାଇଲଟଙ୍କୁ ଅଟକାଇବା ପାଇଁ ରବିବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ଧାରିୱାଲଙ୍କ ଘରେ ଏକ ବୈଠକ କରିଥିଲେ ।

Rajasthan Political Crisis: ରାଜସ୍ଥାନର କ୍ଷମତା ଲଢ଼େଇରେ ସଚିନ ପାଇଲଟଙ୍କ ଠାରୁ ହାରିଗଲେ ଅଶୋକ ଗେହଲୋତ!

ଜୟପୁର: Rajasthan Political Crisis: ରାଜସ୍ଥାନରେ ପୁଣି ଥରେ ରାଜନୈତିକ ସଂକଟ ଦେଖାଦେଇଛି । ଏହି ସଂକଟ କଂଗ୍ରେସ (Congress) ପାଇଁ ବହୁତ ବଡ଼ ହୋଇ ନ ଥିଲେ ମଧ୍ୟ ବିଗତ କିଛି ଦିନର ଘଟଣାକ୍ରମ ଦଳର ଛବିକୁ ଖରାପ କରିଛି । ଯାହା କଂଗ୍ରେସ ହାଇକମାଣ୍ଡ (Congress Hig Command) ଙ୍କୁ ମଧ୍ୟ ଚିନ୍ତାରେ ପକାଇଦେଇଛି । ବର୍ତ୍ତମାନ ହାଇକମାଣ୍ଡଙ୍କ କଠୋର ଆଭିମୁଖ୍ୟ ପରେ ପରିସ୍ଥିତିରେ ପରିବର୍ତ୍ତନ ଆସିବାରେ ଲାଗିଛି । ସ୍ଥିତିରେ ସାମାନ୍ୟ ସୁଧାର ଦେଖାଦେଇଛି । ରାଜସ୍ଥାନରେ ଅଶୋକ ଗେହଲୋତ (Ashok Gehlot) ଙ୍କ ସହ କ୍ଷମତା ପାଇଁ ଲଢ଼ୁଥିବା ସଚିନ ପାଇଲଟ (Sachin Pilot) ବର୍ତ୍ତମାନ ଏହି ରେସରେ ଆଗୁଆ ଥିବା ଜଣାପଡୁଛି । କଂଗ୍ରେସ ହାଇକମାଣ୍ଡଙ୍କ କଠୋର ଆଭିମୁଖ୍ୟ ପରେ ଗେହଲୋତ କ୍ୟାମ୍ପର ବିଧାୟକଙ୍କ ସ୍ୱର ବଦଳିବାରେ ଲାଗିଛି ।  ବିଦ୍ରୋହୀ ବିଧାୟକମାନେ କହିଛନ୍ତି ଯେ, ହାଇକମାଣ୍ଡଙ୍କ ପ୍ରତ୍ୟେକ ନିଷ୍ପତ୍ତିରେ ସେମାନେ ତାଙ୍କ ସହ ଅଛନ୍ତି । ଏହାସହ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତି ସପକ୍ଷରେ ମତ ଦେଇଛନ୍ତି । 

ଗେହଲୋତ କ୍ୟାମ୍ପର ବିଧାୟକମାନେ ଶାନ୍ତ ହେବା ପରେ ଏବେ ମନେ କରାଯାଉଛି ଯେ ସଚିନ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବା ଦିଗରେ ବଢ଼ୁଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କ୍ୟାମ୍ପର ବାମନୱାସ୍ ଅଞ୍ଚଳର ବିଧାୟକ ଇନ୍ଦିରା ମୀନା କହିଛନ୍ତି ଯେ,  ମୁଁ ଏକ କାଗଜରେ ଦସ୍ତଖତ କରିଛି । କିନ୍ତୁ ଏହା କ’ଣ ମୁଁ ଜାଣି ନଥିଲି । ପାଇଲଟ ସିଏମ ହେଲେ ଭଲ ହେବ ବୋଲି ସେ କହିଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ରାଜ୍ୟ ମନ୍ତ୍ରୀ ମହେଶ ଯୋଶୀ ଫୋନ୍ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ହେଉଛି । ଅପରାହ୍ନରେ ମୋତେ ଆଉ ଏକ କଲ୍ ଆସିଥିଲା ​​ଯେ (ରାଜ୍ୟ ମନ୍ତ୍ରୀ) ଶାନ୍ତି ଧାରିୱାଲଙ୍କ ବାସଭବନରେ ଏକ ବୈଠକ ଅଛି । ମୁଁ ଧାରିୱାଲଙ୍କ ଘରକୁ ଯାଇ ନଥିଲି । ପରେ ବାଚସ୍ପତି ସିପି ଯୋଶୀଙ୍କ ବାସଭବନକୁ ଆସିବାକୁ କୁହାଗଲା । ଆମକୁ ଏକ କାଗଜରେ ଦସ୍ତଖତ କରିବାକୁ କୁହାଗଲା । ଯାହା ମୁଁ ପଢ଼ିନ ଥିଲି । ସେଠାରେ ସମସ୍ତେ ଚୁପ୍ ରହିଥିଲେ ।

ଅନ୍ୟ ଜଣେ ବିଧାୟକ ପ୍ରଶାନ୍ତ ବୀରୱା କହିଛନ୍ତି ଯେ, ମୁଁ ଏହି ବୈଠକରେ ଯୋଗ ଦେଇ ପାରି ନଥିଲି କିନ୍ତୁ ମୁଁ ସିପି ଯୋଶୀଙ୍କ ବାସଭବନ ଗସ୍ତ କରି ଇସ୍ତଫା ଦେଇଛି । ଏହି ସମସ୍ତ ପଦକ୍ଷେପ ଶୀଘ୍ର ନିଆଯାଉଛି, ପରବର୍ତ୍ତୀ ସମୟରେ କ’ଣ ହେବ ତାହା କେହି ଜାଣନ୍ତି ନାହିଁ । ସେହିପରି ଆଉ ଜଣେ ବିଧାୟକ ଗଙ୍ଗା ଦେବୀ କହିଛନ୍ତି ଯେ, ମୋତେ ଚିଠି ବିଷୟରେ କୌଣସି ସୂଚନା ନାହିଁ, ମୁଁ ସେଠାରେ ବିଳମ୍ବରେ ପହଞ୍ଚିଥିଲି । ମୁଁ ଚିଠି ପଢ଼ି ନାହିଁ, ମୁଁ ଇସ୍ତଫା ଦେଇ ନାହିଁ, ଆମେ ହାଇକମାଣ୍ଡଙ୍କ ନିଷ୍ପତ୍ତି ସହିତ ଅଛୁ । ମଙ୍ଗଳବାର ସକାଳେ ନିଜେ ଗେହଲତ କ୍ୟାମ୍ପର ବିଧାୟକ ସନ୍ଦୀପ ଯାଦବ ଏକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି ଯେ, ମୁଁ କଂଗ୍ରେସ ହାଇକମାଣ୍ଡଙ୍କ ସହ ଅଛି । ମୁଁ ତାଙ୍କ ନିଷ୍ପତ୍ତି ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ।

ବିଧାୟକ ମଦନ ପ୍ରଜାପତି ମଧ୍ୟ ନିଜର ଆଭିମୁଖ୍ୟ ବଦଳାଇ କହିଛନ୍ତି ଯେ, ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ତାଙ୍କର କୌଣସି ଆପତ୍ତି ନାହିଁ । ଧାରିୱାଲଙ୍କ ବାସଭବନରେ ଇସ୍ତଫା ଦେଇଥିବା ବିଧାୟକ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ଇସ୍ତଫା ଦେବା ଭୁଲ୍ । ମୁଁ ହାଇକମାଣ୍ଡ ସହିତ ଅଛି, ଯିଏ ମୁଖ୍ୟମନ୍ତ୍ରୀ ହେବ ମୁଁ ତାଙ୍କୁ ସମର୍ଥନ କରିବି । ବିଧାନସଭା ବୈଠକ ପାଇଁ ମୋତେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଡକାଯାଇଥିଲା । ଯେଉଁଠାରୁ ମୋତେ ଧାରିୱାଲଙ୍କ ବଙ୍ଗଳାକୁ ଡକାଗଲା ।

ଅଧିକ ପଢ଼ନ୍ତୁ:-ଠକାମିର ଶିକାର ହେଲେ ବିଜେପି ସାଂସଦ, ଲୁଟି ନେଲେ ଏତେ କୋଟି ଟଙ୍କା

ଅଧିକ ପଢ଼ନ୍ତୁ:-PFI କୁ ବେଆଇନ ସଂଗଠନ ବୋଲି ଘୋଷଣା କଲେ କେନ୍ଦ୍ର ସରକାର, ଲଗାଇଲେ ୫ ବର୍ଷର ବ୍ୟାନ୍

ଅଧିକ ପଢ଼ନ୍ତୁ:-ଚିନାବାଦାମ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ନା କ୍ଷତିକାରକ? ଜାଣନ୍ତୁ ଶରୀର ଉପରେ କ'ଣ ପଡ଼ିଥାଏ ପ୍ରଭାବ

 

ଏଠାରେ କହି ରଖୁଛୁ ଯେ, ଅଶୋକ ଗେହଲୋତ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାକୁ ପ୍ରସ୍ତୁତ ହେଉଛନ୍ତି । କଂଗ୍ରେସ ହାଇକମାଣ୍ଡ ଗେହଲୋଟଙ୍କ ଅଧ୍ୟକ୍ଷ ହେବା ସ୍ଥିତିରେ ସଚିନ ପାଇଲଟଙ୍କୁ ରାଜସ୍ଥାନର ନୂତନ ସିଏମ କରିବାକୁ ଚାହୁଁଛନ୍ତି । କିନ୍ତୁ ଅଶୋକ ଗେହଲୋଟଙ୍କ କ୍ୟାମ୍ପର ବିଧାୟକମାନେ ସଚିନ ପାଇଲଟଙ୍କୁ ଅଟକାଇବା ପାଇଁ ରବିବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ଧାରିୱାଲଙ୍କ ଘରେ ଏକ ବୈଠକ କରିଥିଲେ । ଏହା ପରେ ସେ ବିଧାନସଭା ବାଚସ୍ପତିଙ୍କ ବଙ୍ଗଳାକୁ ଯାଇ ନିଜର ସାମୂହିକ ଇସ୍ତଫା ଦେଇଥିଲେ । ଏହି ଅନୁଶାସନହୀନତା ପରେ କଂଗ୍ରେସ ହାଇକମାଣ୍ଡଙ୍କ ଦ୍ୱାରା ପର୍ଯ୍ୟବେକ୍ଷକ ଭାବରେ ପଠାଯାଇଥିବା ମଲ୍ଲିକାର୍ଜୁନ୍ ଖଡ଼ଗେ ଓ ଅଜୟ ମାକନଙ୍କୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ପରେ ମଙ୍ଗଳବାର କଂଗ୍ରେସର ଅନୁଶାସନ କମିଟି ଗେହଲୋତ କ୍ୟାମ୍ପର ୩ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛି ।