Modi visit Russia: ଋଷର ସର୍ବୋଚ୍ଚ ସମ୍ମାନ ପାଇବାରେ ମୋଦୀ ହେଲେ ପ୍ରଥମ ଭାରତୀୟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଋଷ ଗସ୍ତରେ ରହିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଋଷ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଛି। ଏହି ସମ୍ମାନ ପାଇଥିବା ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ। କ୍ରେମଲିନର ସେଣ୍ଟ ଆଣ୍ଡ୍ରୁ ହଲରେ ଏକ ସ୍ୱତନ୍ତ୍ର ସମାରୋହରେ ରୁଷ ରାଷ୍ଟ୍ରପତି ଭ୍
Modi visit Russia: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଋଷ ଗସ୍ତରେ ରହିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଋଷ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଛି। ଏହି ସମ୍ମାନ ପାଇଥିବା ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ। କ୍ରେମଲିନର ସେଣ୍ଟ ଆଣ୍ଡ୍ରୁ ହଲରେ ଏକ ସ୍ୱତନ୍ତ୍ର ସମାରୋହରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଏବଂ ଋଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଅସାଧାରଣ ସେବା ପାଇଁ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ଋଷର ଏହି ସର୍ବୋଚ୍ଚ ଜାତୀୟ ପୁରସ୍କାରର ନାମ ହେଉଛି ଅର୍ଡର ଅଫ୍ ସେଣ୍ଟ୍ ଆଣ୍ଡ୍ରୁ। ପିଏମ ମୋଦୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ପାଇଁ ଋଷ ୨୦୧୯ରେ ଘୋଷଣା କରିଥିଲା।
ସମ୍ମାନୀତ ହେବା ପରେ କଣ କହିଲେ ମୋଦୀ
ଏହି ପୁରସ୍କାର ଗ୍ରହଣ କରିବାବେଳେ ପ୍ରଧାନମନ୍ତ୍ରୀ ଏହାକୁ ଭାରତର ଲୋକଙ୍କ ପାଇଁ ଏବଂ ଭାରତ ଏବଂ ଋଷ ମଧ୍ୟରେ ପାରମ୍ପାରିକ ବନ୍ଧୁତ୍ୱର ସମ୍ପର୍କକୁ ଉତ୍ସର୍ଗ କରିଥିଲେ। ସେ ଆହୁରି କହିଛନ୍ତି ଯେ ଏହି ସ୍ୱୀକୃତି ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଏବଂ ସୁବିଧାଜନକ ରଣନୀତିକ ଭାଗୀଦାରୀକୁ ଆଲୋକିତ କରିଥାଏ। ସେ ସମାରୋହରେ ପୁରସ୍କାର ପାଇବା ପରେ ଟ୍ୱିଟରରେ ଲେଖିଛନ୍ତି ଯେ, ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ରିୟୁ ପ୍ରେରିତ ପୁରସ୍କାର ପାଇ ମୁଁ ଗର୍ବିତ। ମୁଁ ଏହାକୁ ଭାରତର ଲୋକଙ୍କ ପାଇଁ ଉତ୍ସର୍ଗ କରୁଛି ବୋଲି କହିଥିଲେ।
ଏହି ସମ୍ମାନର ଅର୍ଥ କଣ
୧୯୬୮ ମସିହାରେ ଯିଶୁଙ୍କ ପ୍ରଥମ ପ୍ରଚାରକ ତଥା ଋଷର ସଂରକ୍ଷକ ସନ୍ଥ ସେଣ୍ଟ ଆଣ୍ଡ୍ରୟୁଙ୍କ ସମ୍ମାନ ଉଦ୍ଦେଶ୍ୟରେ ଜାର୍ ପିଟର ଦ ଗ୍ରେଟଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରିୟୁ ଦ ଏପୋସଲ ଋଷର ସର୍ବୋଚ୍ଚ ରାଜକୀୟ ସମ୍ମାନ ଅଟେ। ଏହା କେବଳ ଗୋଟିଏ ବର୍ଗ ପାଇଁ ପ୍ରଦାନ କରାଯାଇଥାଏ। ଏହା କେବଳ ଉତ୍କୃଷ୍ଟ ନାଗରିକ କିମ୍ବା ସେନା ଯୋଗ୍ୟତା ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥାଏ।
ମସ୍କୋରେ ଜୟଜଗନ୍ନାଥ ଗୁଞ୍ଜରଣ
ଋଷରେ ଗୁଞ୍ଜରଣ ହେଲା ଜୟ ଜଗନ୍ନାଥ। ମସ୍କୋରେ ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଛି ବୋଲି କହିଥିଲେ ମୋଦି। ଏଥର ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହୋଇଥିଲା। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ ଏବଂ ଓଡ଼ିଶା। ୪ଟି ଯାକ ରାଜ୍ୟରେ ଏନଡିଏ ବହୁମତ ସହ ବିଜୟ ହୋଇଛି। ଓଡ଼ିଶା ଏଥର ବିପ୍ଳବ ଆଣିଛି ବୋଲି ମୋଦି କହିଛନ୍ତି। ଏହି ଅବସରରେ ମୋଦି କାନ୍ଧରେ ପକାଇଥିବା ଓଡ଼ିଶା ସ୍କ୍ରାପ ମଧ୍ୟ ଦେଖାଇଥିଲେ। ଏବେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଚାଲିଛି ବୋଲି ମୋଦି କହିଥିଲେ। ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମସ୍କୋରେ ଭାରତୀୟମାନଙ୍କୁ ସମ୍ବୋଧିତ କରିଛନ୍ତି।