Amrit Bharat Express: ଭାରତୀୟ ରେଳବାଇକୁ (Indian railways) ଏକ ନୂଆ ରୂପ ଓ ଗତି ଦେଇଥିବା ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express) ପରେ ବର୍ତ୍ତମାନ ଅମୃତ ଭାରତ ଏକ୍ସପ୍ରେସ (Amrit Bharat Express) ଟ୍ରାକରେ ଗଡିବା ନେଇ ପ୍ରସ୍ତୁତ ହେଉଛି। ଡିସେମ୍ବର ୩୦ରେ ଅଯୋଧ୍ୟାରେ ରାମ ମନ୍ଦିର (Ayodhya Ram Mandir) ଉଦ୍ଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ଅମୃତ ଭାରତ ଏକ୍ସପ୍ରେସକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିବେ। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ (Ashwini Vaishnaw) ସୋମବାର ନୂଆଦିଲ୍ଲୀ ରେଳ ଷ୍ଟେସନରେ (New Delhi Station) ଅମୃତ ଭାରତ ଟ୍ରେନ୍ ର ରେକ୍ ଯାଞ୍ଚ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ମନ୍ତ୍ରୀ ଏହି ଟ୍ରେନ୍ ରେ ବ୍ୟବହୃତ ଆଧୁନିକ ଏବଂ ଉନ୍ନତ ଜ୍ଞାନକୌଶଳକୁ ପ୍ରଶଂସା କରିଥିଲେ। ପୁଶ୍-ପୁଲ୍ ଟେକ୍ନୋଲୋଜିରେ  (Push pull technology) ନିର୍ମିତ ଏହି ସ୍ବଦେଶୀ ଟ୍ରେନକୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ମୋଦି (PM Narendra Modi) ଶୁଭାରମ୍ଭ କରିବେ ସେ ମତ ଦେଇଥିଲେ । ସେ ଆଉ ମଧ୍ଯ କହିଥିଲେ, ପୁଶ୍-ପୁଲ୍ ଟେକ୍ନୋଲୋଜି ଫଳରେ ଟ୍ରେନଟି ଖୁବ୍ କମ୍ ସମୟ ଭିତରେ ପିକ୍ଅପ୍ ଓ ବ୍ରେକ୍ କରିପାରିବ, ଅର୍ଥାତ୍ ଏହା ଶୀଘ୍ର ସ୍ପିଡ୍ ବଢ଼ାଇ ଓ କମାଇପାରିବ। ମୋଡ଼, ସେତୁ ଓ ଷ୍ଟେସନ ଆଦି ସ୍ଥାନରେ ଏହି ଟେକ୍ନୋଲୋଜି ସମୟ ବଞ୍ଚାଇବ । ଅମୃତ ଭାରତ ଟ୍ରେନ୍ ରେ ଷ୍ଟାର୍ଟ ଓ ବ୍ରେକ୍ ବେଳେ ଯାତ୍ରୀଙ୍କୁ ଝଟକା ଲାଗିବ ନାହିଁ ଓ ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ବିଶେଷ ସୁବିଧା ରହିବ । ଏହି ନନ୍ ଏସି ଟ୍ରେନ୍ ରେ କବଚ ଟେକ୍ନୋଲୋଜି ଲାଗିଛି।



ପ୍ରଥମ ଏହି ଟ୍ରେନ୍ ଅଯୋଧ୍ୟାରୁ ବିହାରରେ (Ayodhya to Bihar) ଦରଭଙ୍ଗା ମଧ୍ଯରେ ଯାତ୍ରା କରିବ । ଏହି ଟ୍ରେନକୁ ସାଧାରଣତଃ ପ୍ରବାସ ଶ୍ରମିକଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏହା ଘଣ୍ଟା ପ୍ରତି ୧୩୦ କିମି ବେଗରେ ଗତି କରିବ । ଟ୍ରେନ୍ କୁ କମଳା ଓ ଧୂସର ରଙ୍ଗ କରାଯାଇଛି । ଏଥିରେ ମୋଟ ୨୨ଟି କୋଚ ରହିବ । ସେଥିରୁ ୮ଟି ବଗି ସାଧାରଣ ଶ୍ରେଣୀ ଯାତ୍ରୀଙ୍କ ପାଇଁ, ୧୨ଟି ଦ୍ୱିତୀୟ ଶ୍ରେଣୀ ଓ ୩ଟି ଟାୟାର କୋଚ ଓ ୨ଟି ଗାର୍ଡ଼ କମ୍ପାଟମେଣ୍ଟ ରହିବ । ଏହା ଏକ ଅଣ ଏସି ଟ୍ରେନ୍ ହୋଇଥିଲେ ମଧ୍ୟ ଏଥିରେ ବନ୍ଦେ ଭାରତ ପରି କିଛି ସୁବିଧା ସୁଯୋଗ ରହିଛି । ଅମୃତ ଭାରତ ଟ୍ରେନକୁ ଚେନ୍ନାଇରେ ଥିବା ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ କରାଯାଇଛି । ଅଣ ସଂରକ୍ଷିତ ଟିକେଟ୍ ଜରିଆରେ ଏହି ଟ୍ରେନରେ ଯାତ୍ରା କରିହେବ ।


Also Read-Flight Service: ମାଲକାନଗିରିବାସୀଙ୍କ ପାଇଁ ଖୁସି ଖବର, ଏହି ଦିନ ଜିଲ୍ଲାରେ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ