NandanKanan Express Firing Incident: ଆଜି ସକାଳ ସାଢ଼ା ୯ଟା ବେଳେ ଏହି ଅଘଟଣ ଘଟିଛି। ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସକୁ ଲକ୍ଷ୍ୟ କରି କେହି ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ବିଭାଗୀୟ ସୂଚନାର ଅନୁସାରେ ଗାର୍ଡ ଏହାକୁ ନିଜ ଆଖିରେ ଦେଖିଛନ୍ତି। ଗାର୍ଡ କହିଛନ୍ତି ‘ଗାର୍ଡ ଭ୍ୟାନ୍ର ଝରକା ଫଟାଇ କିଛି ବସ୍ତୁ ଭିତରକୁ ପଶିଥିଲା’। ଏଥିରେ କେହି ଆହତ ହୋଇନାହାନ୍ତି। ତେବେ ରେଳବାଇ ପୁଲିସ ଏହି ଘଟଣାର ତଦନ୍ତ କରୁଛି।
Trending Photos
ଭୁବନେଶ୍ଵର: ଭଦ୍ରକ ନିକଟରେ ବାଉଦପୁରଠାରେ ନନ୍ଦନକାନନ ଏକ୍ସପ୍ରେସ୍ ଉପରକୁ ହୋଇଥିବା ଗୁଳିମାଡ଼ରେ ଗାର୍ଡ ଟାର୍ଗେଟ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ସୁରକ୍ଷା ଦାୟିତ୍ୱରେ ଥିବା ରେଳବାଇ ସୁରକ୍ଷା ବଳ ( ଆର୍ପିଏଫ୍) ଗାର୍ଡର ବୟନ ରେକର୍ଡ କରିଛନ୍ତି। ପୁରୀଠାରେ ସୁରକ୍ଷା କଡ଼ାକଡ଼ି କରାଯାଇ ଘଟଣାର ତଦନ୍ତ କରାଯାଉଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।
ପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ସାଢ଼ା ୯ଟା ବେଳେ ଏହି ଅଘଟଣ ଘଟିଛି। ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସକୁ ଲକ୍ଷ୍ୟ କରି କେହି ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ବିଭାଗୀୟ ସୂଚନାର ଅନୁସାରେ ଗାର୍ଡ ଏହାକୁ ନିଜ ଆଖିରେ ଦେଖିଛନ୍ତି। ଗାର୍ଡ କହିଛନ୍ତି ‘ଗାର୍ଡ ଭ୍ୟାନ୍ର ଝରକା ଫଟାଇ କିଛି ବସ୍ତୁ ଭିତରକୁ ପଶିଥିଲା’। ଏଥିରେ କେହି ଆହତ ହୋଇନାହାନ୍ତି। ତେବେ ରେଳବାଇ ପୁଲିସ ଏହି ଘଟଣାର ତଦନ୍ତ କରୁଛି।
୧୨୮୧୬ –ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ୍ ଭଦ୍ରକ ଷ୍ଟେସନ୍ ପାର ହେବା ପରେ ବାଉଦପୁର ନିକଟରେ କେହି ଦୁର୍ବୃତ୍ତ ଗାର୍ଡ ଭ୍ୟାନକୁ ଦୁଇ ରାଉଣ୍ଡ ଗୁଳି ମାରିଥିଲା। ଘଟଣାସ୍ଥଳରେ ରେଳବାଇ ପୁଲିସ ପହଞ୍ଚି ତଦନ୍ତ କରିବା ସହ ଟ୍ରେନକୁ ଘଟଣଶସ୍ଥଳରୁ ତୁରନ୍ତ ପୁରୀ ଆଡ଼କୁ ନେବାରେ ସକ୍ଷମ ହୋଇଥିଲେ। ଏହାପରେ ଯାଞ୍ଚ ଆରମ୍ଭ କରାଯାଇଥିଲେ ମଧ୍ୟ ଏଯାଏ କୌଣସି ଗୁଳି ଜବତ ହୋଇ ନଥିବା ଜଣାପଡ଼ିଛି। କିନ୍ତୁ ଟ୍ରେନର ଗାଡ଼ ଡ୍ୟୁଟିରେ ଥିବା ଅଧିକାରୀ ଏଥିରେ ଭୟଭୀତ ହୋଇଥିବା ଜଣା ପଡ଼ିଛି। ପୁରୀରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଷ୍ଟାସନରେ ଓହ୍ଲାଇ ଦିଆଯାଇଛି। ବୈଜ୍ଞାନିକ ଟିମ୍ ଏହି ଘଟଣାର ତଦନ୍ତ କରୁଛନ୍ତି।