PM Modi meets Qatar's ruler: ଦୁବାଇରେ ଜାରିଥିବା COP28 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କତାରର ଅମିର ଶେଖ ତମିମ ବିନ ହମାଦ ଅଲ-ଥାନିଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ସହଭାଗୀତା ଏବଂ କତାରରେ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ଉପରେ ଆଲୋଚନା କରିଥିଲେ। ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଛନ୍ତି ଯେ ଗତକାଲି ଦୁବାଇରେ ଅନୁଷ୍ଠିତ COP28 ଶିଖର ସମ୍ମିଳନୀରେ କତାରର ଅମିର  ଶେଖ ତମିମ ବିନ୍ ହେମାଦଙ୍କୁ ଭେଟିବାର ସୁଯୋଗ ପାଇଛି। ଦ୍ୱିପାକ୍ଷିକ ସହଭାଗୀତାର ଆଶା ଏବଂ କତାରରେ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ଉପରେ ଆମର ଭଲ ବାର୍ତ୍ତାଳାପ ହୋଇଥିଲା। କୂଟନୈତିକ ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କତାରର ଶାସକଙ୍କ ମଧ୍ୟରେ ଏହି ସାକ୍ଷାତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

କାହିଁକି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ବୈଠକ?
ନିକଟରେ କତାର ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛି । ସେମାନଙ୍କ ବିରୋଧରେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ରହିଛି । ତେବେ କତାର ଏପର୍ଯ୍ୟନ୍ତ ଏ ବାବଦରେ  ଆନୁଷ୍ଠାନିକ ଭାବେ କୌଣସି ବିବୃତ୍ତି ଦେଇନାହିଁ। ଏହା ଭିତରେ କତାରର ସର୍ବୋଚ୍ଚ ଅଦାଲତ ମାମଲାର ପୁନଃଶୁଣାଣି ପାଇଁ ପୂର୍ବତନ ନୌସେନା ଅଧିକାରୀଙ୍କ ଆବେଦନକୁ ଗ୍ରହଣ କରିଛନ୍ତି  । ପୂର୍ବତନ ଭାରତୀୟ  ନୌସେନା ଅଧିକାରୀଙ୍କ ମାମଲାକୁ  ଭାରତ ପ୍ରାଥମିକତା ଦେଇଥିଲା। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କତାରର ଶାସକ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରିଥିବାର ସମ୍ଭାବନା ରହିଛି, ଯଦିଓ ଏହା ବିଷୟରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।



କେତେ ଧନୀ କତାରର ଶାସକ ?
ଶେଖ ତମିମ ବିନ୍ ହମାଦ ଅଲ ଥାନି କତାରର ଶାସକ। ସେ ୨୦୧୩ ମସିହାରୁ କତାର ଉପରେ ଶାସନ କରୁଛନ୍ତି। ତମିର ଅମିର ହମାଦ ବିନ୍ ଖଲିଫା ଅଲ ଥାନୀଙ୍କ ଚତୁର୍ଥ ପୁତ୍ର।  ବଡ଼ ଭାଇ ଶେଖ ଜାସିମ ସିଂହାସନ ଉପରୁ ନିଜର ଦାବି ଛାଡିବାପରେ ୨୦୦୩ରେ ଶେଖ ତମିମ କତାରର ଶାସକ ହୋଇଥିଲେ । କେବଳ ଶେଖ ତମିମଙ୍କ ସମ୍ପତ୍ତି ପ୍ରାୟ ୧.୬ ବିଲିୟନ ପାଉଣ୍ଡ ଅର୍ଥାତ୍ କିନ୍ତୁ, କତାରର ରାଜ ପରିବାରର ମୋଟ ସମ୍ପତ୍ତି ୩,୩୪,୯୪,୫୩,୨0,000 ଟଙ୍କା ହେବ ବୋଲି ଆକଳନ କରାଯାଇଛି। କତାରର ଥାନି ପରିବାର ବାରକଲେସ୍ ବ୍ୟାଙ୍କ, ବ୍ରିଟିଶ୍ ଏୟାରୱେଜ୍ ଏବଂ ଭୋଲ୍ସୱେଗେନରେ ସମେତ ଅନେକ ବ୍ୟବସାୟରେ ପୁଞ୍ଜି ବିନିଯୋଗ କରିଛନ୍ତି।