PM Modi Russia Visit Updates: ଭାରତୀୟ କୂଟନୀତିକୁ ମିଳିଛି ଆଉ ଏକ ସଫଳତା। ଋଷ ସେନାରେ କାର୍ଯ୍ୟ କରୁଥିବା ଭାରତୀୟଙ୍କୁ ଖୁବଶିଘ୍ର ମିଳିବ ମୁକ୍ତି।  ବିଶେଷ କରି ୟୁକ୍ରେନ ଯୁଦ୍ଧରେ ଦୁଇ ଭାରତୀୟଙ୍କ ମୃତ୍ୟୁ ଏବଂ ଶତାଧିକ ଭାରତୀୟଙ୍କ ଋଷ ସେନାର ଭର୍ତ୍ତି ଅଭିଯୋଗ ଏହି ଚର୍ଚ୍ଚାକୁ ଖୋରାକି ଯୋଗାଇଥିଲା। ସୂଚନା ଅନୁସାରେ, ସୋମବାର ଠାରୁ ତିନି ଦିନିଆ ଋଷ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ ପାଇ ଗତକାଲି ଠାରୁ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଗସ୍ତରେ ଅଛନ୍ତି । ସେଠାରେ ପହଞ୍ଚିବା ପରେ ଭ୍ଲାଦିମି ତାଙ୍କୁ ସ୍ବାଗତ କରି ମସ୍କୋସ୍ଥିତ ତାଙ୍କ ବାସଭବନକୁ ପାଛୋଟି ନେଇଥିଲେ।  ମୋଦିଙ୍କ ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୁଇ ନେତାଙ୍କ ଆଲୋଚନା ହୋଇଛି। ଋଷ ସେନାରେ କାର୍ଯ୍ୟ କରୁଥିବା ଭାରତୀୟ ସେନାଙ୍କୁ ନିଜ ଦେଶ (ଭାରତ)କୁ ପ୍ରତ୍ୟାବର୍ତ୍ତନ କରିବା ନେଇ  ଆଲୋଚନା କରିଥିଲେ। ସେପଟେ, ଭ୍ଲାଦିମିର ପୁଟିନ ଋଷ ସେନାରେ ଥିବା ସମସ୍ତ ଭାରତୀୟଙ୍କୁ ସ୍ବଦେଶକୁ ପଠାଇବେ ବୋଲି ମୋଦିଙ୍କୁ ପ୍ରତିଶ୍ରୃତି ଦେଇଥିବା ଜଣାପଡିଛି। 


COMMERCIAL BREAK
SCROLL TO CONTINUE READING

ସୂଚନା ଯୋଗ୍ୟ, ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ୨୦୨୨, ଫେବୃଆରୀ ୨୪ରୁ ଯୁଦ୍ଧ ଆରମ୍ଭ ହୋଇଛି। ଆଉ ଏହି ଯୁଦ୍ଧରେ,ଋଷ ସେନାକୁ ସହଯୋଗ କରିବା ପାଇଁ ୨୦୨୩ରୁ ୧୮ ଭାରତୀୟ ସେନା ସହାୟକ ଭାବେ କାମ କରୁଛନ୍ତି। ଏହି ଯୁଦ୍ଧରେ, ପ୍ରାୟ ୪ ଜଣଙ୍କର ମୃତ୍ୟୁ ହୋଇଛି। ଯାହାକୁ ନେଇ ମୋଦୀ ସରକାରଙ୍କୁ ବିରୋଧି ବାରମ୍ବାର ଘେରୁଛନ୍ତି। ତେବେ  ମୋଦିଙ୍କ ଏହି ଗସ୍ତ ଭାରତୀୟ କୂଟନୀତିକୁ ଏକ ବଡ଼ ସଫଳତା ଦେଇଛି । ଏଣୁ ଖୁବଶିଘ୍ର ଭାରତୀୟ ସେନା ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବେ। ଏନେଇ ଶ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ଏହି  ସଂପର୍କରେ  ଉଲ୍ଲେଖ କରି ଶ୍ରୀ ପୁତିନଙ୍କୁ  ଧନ୍ୟବାଦ ଜ୍ଞାପନ କରିଛନ୍ତି। 
ପ୍ରାରମ୍ଭିକ  ଆଲୋଚନରେ ଋଷ  ସେନାରେ ଭାରତୀୟଙ୍କ ଉପସ୍ଥିତି ସମ୍ପର୍କରେ ଆଲୋଚନା  ହୋଇଥିଲା। ଏଥିରେ ଋଷ ରାଷ୍ଟ୍ରପତି ସହମତ ହୋଇଥିବା  ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।