ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ୧୪ ଅଗଷ୍ଟରେ ସାରା ଦେଶରେ 'ବିଭାଜନ ବିବିଷିକା ସ୍ମୃତି ଦିବସ' (Partition Horrors Remembrance Day) ପାଳନ କରିବାକୁ ଘୋଷଣା କରିଛନ୍ତି । ଶନିବାର ଦିନ ସେ ଟ୍ୱିଟ୍ କରି କହିଛନ୍ତି ଯେ ବିଭାଜନ ସମୟରେ ଲୋକଙ୍କ ସଂଘର୍ଷ ଓ ବଳିଦାନକୁ ସ୍ମରଣ କରି ଏହି ଦିନ ପାଳନ କରାଯିବ । ସେ କହିଛନ୍ତି ଯେ ଏହା ଭେଦଭାବ ଓ ଅସଦାଚରଣର ବିଷକୁ ହ୍ରାସ କରିବ । ୧୫ ଅଗଷ୍ଟରେ ଦେଶରେ ୭୫ ତମ ସ୍ୱାଧୀନତା ଦିବସ (Independence day) ପାଳନ କରାଯିବ । 


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, 'ଦେଶର ବିଭାଜନର ଯନ୍ତ୍ରଣା କେବେବି ଭୁଲିପାରିବ ନାହିଁ । ଘୃଣା ଓ ହିଂସା ଯୋଗୁଁ ଲକ୍ଷ ଲକ୍ଷ ଆମ ଭଉଣୀ ଓ ଭାଇଙ୍କୁ ବିସ୍ଥାପିତ ହେବାକୁ ପଡିଲା ଓ ଏପରିକି ଜୀବନ ହରାଇବାକୁ ପଡିଲା । ସେହି ଲୋକମାନଙ୍କର ସଂଗ୍ରାମ ଓ ବଳିଦାନକୁ ସ୍ମରଣ କରି ୧୪ ଅଗଷ୍ଟକୁ 'ବିଭାଜନ ବିବିଷିକା ସ୍ମୃତି ଦିବସ' ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା କେବଳ ପ୍ରେରଣା ଯୋଗାଇବ ନାହିଁ ବରଂ ଏହା ଏକତା, ସାମାଜିକ ସୌହାର୍ଦ୍ଦ୍ୟ ଓ ମାନବ ସମ୍ବେଦନଶୀଳତାକୁ ମଧ୍ୟ ଦୃଢ଼ କରିବ ।'



ପ୍ରାୟ ୨୦୦ ବର୍ଷ ଶାସନ ପରେ ଯେତେବେଳେ ବ୍ରିଟିଶମାନେ ଶେଷରେ ଅଗଷ୍ଟ ୧୯୪୭ ରେ ଭାରତ ଛାଡିଥିଲେ, ସେତବେଳେ ସେମାନେ ଉପମହାଦେଶକୁ ଦୁଇ ଭାଗରେ ବିଭକ୍ତ କରାଦେଇଥିଲା । ଗୋଟିଏ ଅଂଶ ହିନ୍ଦୁ ସଂଖ୍ୟାଗରିଷ୍ଠ ଭାରତ ଓ ଅନ୍ୟ ଅଂଶ ମୁସଲମାନ ସଂଖ୍ୟାଗରିଷ୍ଠ ପାକିସ୍ତାନ ହୋଇଗଲା । ଏହା ପରେ ଇତିହାସର ସବୁଠାରୁ ବଡ ସ୍ଥାନାନ୍ତରଣ ମଧ୍ୟରୁ ଲକ୍ଷ ଲକ୍ଷ ମୁସଲମାନ ପଶ୍ଚିମ ଓ ପୂର୍ବ ପାକିସ୍ଥାନକୁ ଯାଇଥିବାବେଳେ ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟ ଅନ୍ୟ ଦିଗକୁ ଯାଇଥିଲେ । ତଥାପି ଏଠାରେ ହଜାର ହଜାର ଲୋକ ରହି ଯାଇଥିଲେ ଯେଉଁମାନେ ସେମାନଙ୍କର ଯାତ୍ରା କେବେ ବି ସମାପ୍ତ କରିପାରନ୍ତି ନାହିଁ ।