ଗଣତନ୍ତ୍ର ଦିବସରେ ଜଣ୍ଟି ରୋଡ୍ସଙ୍କୁ ଚିଠି ଲେଖିଲେ ପିଏମ ମୋଦି; ମିଳିଲା ଏହି ଜବାବ
Republic Day: ଜଣ୍ଟି ରୋଡସ୍ ଜଣେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର । ସେ ନିଜ ଝିଅର ନାମ ଇଣ୍ଡିଆ ରଖିଛନ୍ତି । ଭାରତ ପ୍ରତି ତାଙ୍କର ଭଲପାଇବା ଯୋଗୁଁ ସେ ଏହା କରିଥିଲେ ।
Republic Day 2022: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଜଣ୍ଟି ରୋଡ୍ସ (Jonty Rhodes) ଗଣତନ୍ତ୍ର ଦିବସରେ (Republic Day 2022) ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) ଅଭିବାଦନ ଗ୍ରହଣ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ତାଙ୍କ ପରିବାର ସମଗ୍ର ଭାରତ ସହିତ ଗଣତନ୍ତ୍ର ଦିବସ ପାଳନ କରୁଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗଣତନ୍ତ୍ର ଦିବସରେ ଜଣ୍ଟି ରୋଡସଙ୍କୁ ଏକ ଚିଠି ପଠାଇଥିଲେ । ଏଥିରେ ସେ ରୋଡ୍ସଙ୍କ ଭାରତ ପ୍ରତି ଥିବା ଭଲପାଇବା ବିଷୟରେ ଉଲ୍ଲେଖ କରିଛନ୍ତି । ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଜଣ୍ଟି ରୋଡ୍ସ ତାଙ୍କ ଝିଅକୁ ଇଣ୍ଡିଆ ନାମରେ ନାମିତ କରିଛନ୍ତି ।
ପିଏମ ମୋଦିଙ୍କ ଚିଠିର ଉତ୍ତରରେ ଜଣ୍ଟି ରୋଡସ୍ ଲେଖିଛନ୍ତି, 'ଆପଣଙ୍କ ଦୟାଳୁ ବାର୍ତ୍ତା ପାଇଁ ନରେନ୍ଦ୍ର ମୋଦି ଜୀ ଆପଣଙ୍କୁ ଧନ୍ୟବାଦ । ମୁଁ ଭାରତର ପ୍ରତ୍ୟକ ଗସ୍ତରେ ଜଣେ ବ୍ୟକ୍ତି ଭାବରେ ନିଜକୁ ସମୃଦ୍ଧ ମନେ କରେ । ମୋର ପୂରା ପରିବାର ସମଗ୍ର ଭାରତ ସହିତ ଗଣତନ୍ତ୍ର ଦିବସ ପାଳନ କରୁଛି ଏବଂ ସମ୍ବିଧାନର ଆବଶ୍ୟକତାକୁ ସମ୍ମାନ କରେ ଯାହା ଭାରତର ଲୋକଙ୍କ ଅଧିକାରକୁ ସୁରକ୍ଷା ଦେଇଥାଏ । ଜୟ ହିନ୍ଦ' ।
ଏହା ବି ପଢ଼ନ୍ତୁ: ଟ୍ରେନ୍ ଟିକେଟ୍ ବିନା ମଧ୍ୟ କରିପାରିବେ ରେଳଯାତ୍ରା, ରେଳବାଇ ତିଆରି କଲା ଏହି ବିଶେଷ ନିୟମ