India's first underwater metro section opens Today: ପଶ୍ଚିମବଙ୍ଗବାସୀଙ୍କ ପାଇଁ ମୋଦିଙ୍କ ବଡ଼ ଉପହାର। ଆଜି କୋଲକାତାରେ ଦେଶର ମେଟ୍ରୋ ନେଟଓ୍ବାର୍କରେ ଏକ ସ୍ବର୍ଣ୍ଣିମ ପୃଷ୍ଠା ଯୋଡି଼ ହେବାକୁ ଯାଉଛି। ଦେଶର ପ୍ରଥମ ଅଣ୍ତର ଓ୍ବାଟର ମେଟ୍ରୋ ଟ୍ରେନ୍ ର ଶୁଭାରମ୍ଭ କରିବେ(country's first-ever underwater metro section) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ପୂର୍ବ-ପଶ୍ଚିମ ମେଟ୍ରୋ କରିଡରର ଏକ ଅଂଶ ଭାବରେ ଦେଶର ଏହି ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟ୍ରେନ୍ ହାଓ୍ବଡା- ଏସପ୍ଲାନେଡ୍(Kolkata Metro's Howrah Maidan-Esplanade section) ମଧ୍ୟରେ ଆରମ୍ଭ ହେବ । ହୁଗଳି ନଦୀଗର୍ଭରେ (Hooghly River) ଏହି ମେଟ୍ରୋ ଟନେଲ ମାଧ୍ୟମରେ ଯାତ୍ରା କରିବ । ଯାତ୍ରୀମାନେ ନଦୀଶଯ୍ୟା ମଧ୍ୟରେ ମେଟ୍ରୋ ସେବାର ମଜା ନେଇପାରିବେ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, କୋଲକାତା ମେଟ୍ରୋ ରେଳ କର୍ପୋରେସନର ଅଧିକାରୀଙ୍କ ସୂଚନା  ଅନୁଯାୟୀ ଏହି ମେଟ୍ରୋ ଷ୍ଟେସନର ନିର୍ମାଣ ହୁଗୁଳୀ ନଦୀ ତଳେ ପ୍ରାୟ ୩୩ ମିଟର ଭିତରେ କରାଯାଉଛି । ତେବେ, ଏଠି ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,କୋଲକାତାରେ ପ୍ରଥମେ ୧୮୮୪ ମସିହାରେ ଦେଶର ପ୍ରଥମ ମେଟ୍ରୋ ସେବା ଆରମ୍ଭ ହୋଇଥିଲା।  ପରେ ଏହା ରାଜଧାନୀ ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ଏହି ସେବା ଆରମ୍ଭ ହୋଇଥିଲା। ସହରରେ ବଢୁଥିବା ଲୋକସଂଖ୍ୟା ଓ ଯାନବାହନକ ଏବେ  ଭାରି ସମସ୍ୟା ସୃଷ୍ଟି କଲାଣୀ।  ଯାହା ଯାତାୟତ ସମୟରେ ବ୍ୟାପକ ସମସ୍ୟା ସୃଷ୍ଟି କରୁଛି। ତେବେ, ପାଣି ଭିତରେ ମେଟ୍ରୋ ସେହା କୋଲକାତାର ଯୋଗାଯୋଗକୁ ଆହୁରି ସହଜ କରିପାରିବ। ପରବର୍ତ୍ତୀ ସମୟରେ ଏହାକୁ ଅନ୍ୟ ସହର ଗୁଡିକରେ କାର୍ଯ୍ୟକାରୀ କରିବାର ସମ୍ଭାବନା ରହିଛି। ତେବେ, ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏହା କେନ୍ଦ୍ର ସରକାରଙ୍କର ଏକ ନିର୍ବାଚନୀ ଥୋପ ବୋଲି କୁହାଯାଇପାରିବ।