PM Security Breach: ଗତକାଲି ଅର୍ଥାତ ବୁଧୁବାର ଦିନ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) ସୁରକ୍ଷାକୁ ନେଇ ଏକ ବଡ଼ ଧରଣର ବିଶୃଙ୍ଖଳା ଦେଖା ଦେଇଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଉ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି । ଭାରତୀୟ କିସାନ ସଂଗଠନର (BKU) ନେତା ସୁରଜିତ ସିଂ ଫୁଲ (Surjit Singh Phool) ସ୍ୱୀକାର କରିଛନ୍ତି ଯେ ଭାରତ କିସାନ ସଂଗଠନର କର୍ମକର୍ତ୍ତାମାନେ ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାସ୍ତାକୁ ଅଟକାଇ ଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ ଆସୁଛନ୍ତି ବୋଲି ପଞ୍ଜାବ ପୋଲିସ କହିଛି ।


COMMERCIAL BREAK
SCROLL TO CONTINUE READING

ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି ପଞ୍ଜାବ ସରକାର 
ଏଥି ସହିତ ବର୍ତ୍ତମାନ ପଞ୍ଜାବର ଚରଣଜିତ ସିଂ ଚନ୍ନି ସରକାର ଏହି ପ୍ରସଙ୍ଗରେ ଲଗାତାର ଆକ୍ସନ ନେଉଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ପଞ୍ଜାବ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କମିଟି ତିନି ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ । ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଏହି କମିଟିରେ ଅବସରପ୍ରାପ୍ତ ଜଷ୍ଟିସ ମେହେତାବ ସିଂ ଗିଲ ଏବଂ ମୁଖ୍ୟ ସଚିବ ଗୃହ ବିଭାଗ ଏବଂ ଜଷ୍ଟିସ ଅନୁରାଗ ଭର୍ମା ରହିବେ ।


କିଏ ସ୍ଥିର କରେ PM ର ମାର୍ଗ 
କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ଯେଉଁ ରାଜ୍ୟକୁ ଯାଇଥାନ୍ତି ତାହା ପୂର୍ବରୁ ଏସପିଜି, ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି ଏବଂ ସେହି ରାଜ୍ୟର ସ୍ଥାନୀୟ ପୋଲିସ୍-ପ୍ରଶାସନ, ସମସ୍ତେ ମିଳିତ ହୋଇ ପ୍ରଧାନମନ୍ତ୍ରୀଙ୍କ ମାର୍ଗ ସ୍ଥିର କରିଥାନ୍ତି । ଏହା ଏକ ସାମୂହିକ ନିଷ୍ପତ୍ତି ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ଏସପିଜି ଦ୍ୱାରା ନିଆଯାଇଥାଏ । ଏହି ମାର୍ଗର ସୁରକ୍ଷା ପାଇଁ ସ୍ଥାନୀୟ ପୋଲିସ ଦାୟୀ । ଅର୍ଥାତ, ଯଦି ଏହି ମାର୍ଗରେ କୌଣସି ପ୍ରକାରର ପ୍ରତିବନ୍ଧକ ଥାଏ, ତେବେ ଏହାକୁ କ୍ଳିଅର କରିବା ସ୍ଥାନୀୟ ପୋଲିସର ଦାୟିତ୍ବ ଅଟେ ।


ଯଦି ଚାଷୀମାନେ ସେଠାରେ କିଛି ଘଣ୍ଟା ଧରି ବସିଥିଲେ, ତେବେ ତୁରନ୍ତ ଇଣ୍ଟେଲିଜେନ୍ସ ଏଜେନ୍ସିମାନଙ୍କୁ ଏହା ବିଷୟରେ ଅବଗତ କରାଯିବାର ଥିଲା ଏବଂ ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କନଭେନକୁ ପୂର୍ବ ନିର୍ଦ୍ଧାରିତ ବ୍ୟାକଅପ୍ ରୁଟ୍ ଦ୍ୱାରା ନିଆଯାଇଥାନ୍ତା, କିନ୍ତୁ ତାହା ହୋଇ ନଥିଲା ।


ପଞ୍ଜାବ ସରକାରଙ୍କଠାରୁ ରିପୋର୍ଟ ମାଗିଛି ଗୃହ ମନ୍ତ୍ରଣାଳୟ 
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଭାବକୁ ଗୃହ ମନ୍ତ୍ରଣାଳୟ ଗୁରୁତର ସହ ନେଇଛି ଏବଂ ପଞ୍ଜାବ ସରକାରଙ୍କ ତରଫରୁ ଏହା ଉପରେ ବିସ୍ତୃତ ରିପୋର୍ଟ ମାଗିଛି । ଅମିତ ଶାହା ନିଜେ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ତ୍ରୁଟି ଗ୍ରହଣୀୟ ନୁହେଁ, ସମସ୍ତଙ୍କ ଉତ୍ତରଦାୟିତ୍ୱ ସ୍ଥିର କରାଯିବ ।


ଏହା ବି ପଢ଼ନ୍ତୁ: PM Security Breach: ସୁପ୍ରିମକୋର୍ଟରେ ପହଞ୍ଚିଲା ପିଏମ ମୋଦିଙ୍କ ସୁରକ୍ଷା ତ୍ରୁଟି ମାମଲା


ଏହା ବି ପଢ଼ନ୍ତୁ: କେତେ ଦିନରେ ଶରୀରରେ ଦେଖାଯାଏ Omicron ଲକ୍ଷଣ? ନଖ ଓ ଚର୍ମରେ ହୋଇଥାଏ ଏହିସବୁ ପରିବର୍ତ୍ତନ