Modi Govt Free Ration Scheme: କେନ୍ଦ୍ର ସରକାରଙ୍କ ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନା ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନାମରେ ଜଣାଯିବ। ଏହି ଯୋଜନା ଅଧିନରେ ଜାନୁଆରୀ 
ପହିଲାରୁ ୮୦ କୋଟି ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଉଛି। ଅନ୍ୟ ଏକ ରାସନ ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ରାସନ ବଣ୍ଟନ ବନ୍ଦ କରିଥିବାରୁ ବିରୋଧୀଙ୍କ ସମାଲୋଚନା ପରେ କେନ୍ଦ୍ରରେ କ୍ଷମତାସୀନ ସରକାର ଏହି ପଦକ୍ଷେପ ନେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଗତ ୨୦୨୦ ଅପ୍ରେଲରେ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ଯୋଜନା ଗତ ବର୍ଷ ଡିସେମ୍ବରରେ ଶେଷ ହୋଇଥିଲା। ଯାହା ପରେ କେନ୍ଦ୍ର ସରକାର ବର୍ତ୍ତମାନର ଦୁଇଟି ଖାଦ୍ୟ ସବସିଡି ଯୋଜନାରେ (Food Subsidy Scheme) ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ (Pradhan Mantri Garib Kalyan Anna Yojana) ପିଏମଜିକେଏୱାଇ (PMGKAY) ଅନ୍ତର୍ଭୂକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁ କାରଣରୁ ନୂତନ ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନା (New Integrated Food Security Scheme) କାର୍ଯ୍ୟକାରୀ କରିଥିଲେ କେନ୍ଦ୍ର ସରକାର।


ଏହି ନିଷ୍ପତ୍ତି ସମ୍ପର୍କରେ ପ୍ରତିକ୍ରିୟା ରଖି ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ନୂତନ ଯୋଜନାର ନାମ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରଖାଯାଇଛି। ହିତାଧିକାରୀ ଶ୍ରେଣୀର କଲ୍ୟାଣକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟରେ ଏହାର ସମାନ ବଣ୍ଟନକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି। ଏନେଇ କୁହାଯାଉଛି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (National Food Security Act) ଏନଏଏଫଏସଏ (NFSA) ଅନୁଯାୟୀ ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ଚଳିତ ବର୍ଷ ପାଇଁ ପିଏମଜିକେଏୱାଇ ଅଧୀନରେ ମାଗଣା ରାସନ ପ୍ରଦାନ କରାଯିବ।


ଏନଏଏଫଏସ ଅଧିନରେ ପ୍ରାଥମିକତା ରହିଥିବା ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ କିଲୋଗ୍ରାମ ରାସନ ଯୋଗାଇ ଦିଆଯାଉଛି।  ଅନ୍ତର୍ଦୋୟ ଅନ୍ନ ଯୋଜନା (Antyodaya Ann Yojana) ଅଧୀନରେ ପରିବାରକୁ ପ୍ରତି ମାସରେ ୩୫ କିଲୋଗ୍ରାମ ମାଗଣା ରାସନ ପ୍ରଦାନ କରାଯାଉଛି। ଡିସେମ୍ବର ୨୦୨୨୨ ପର୍ଯ୍ୟନ୍ତ ଏନଏଏଫଏସଏ ଅଧୀନରେ ଥିବା ହିତାଧିକାରୀଙ୍କୁ ଯଥାକ୍ରମେ ୧, ୨ ଏବଂ ୩ ଟଙ୍କା ସବସିଡିରେ କଠିନ ଶସ୍ୟ ଯଥା ଗହମ ଏବଂ ଚାଉଳ ଯୋଗାଇ ଦିଆଯାଉଥିଲା। ଯାହା ବର୍ତ୍ତମାନ ଚଳିତ ବର୍ଷ ମାଗଣାରେ ପ୍ରଦାନ କରାଯିବ। 


ଖାଦ୍ୟ ମନ୍ତ୍ରଣାଳୟ ଅନୁଯାୟୀ ପିଏମଜିକେଏୱାଇ ଯୋଜନାର ସୁଗମ କାର୍ଯ୍ୟକାରିତା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏ ସମ୍ପର୍କରେ ଆଲୋଚନା ଚାଲିଛି। କେନ୍ଦ୍ର ସରକାର ଚଳିତ ବର୍ଷ ଏନଏଏଫଏସଏ ଏବଂ ଅନ୍ୟାନ୍ୟ ଯୋଜନାରେ ଖାଦ୍ୟ ସବସିଡି ପାଇଁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ।


ନିକଟରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ମାଗଣା ଖାଦ୍ୟ ଯୋଜନାର (Pradhan Mantri Free Ration Scheme) ନାମ ପରିବର୍ତ୍ତନ କରିବାକୁ ମୋଦି ସରକାର ନିଷ୍ପତ୍ତି 
ନେଇଥିଲେ। ଏହା ପରେ ଏହି ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନାମରେ ନାମିତ ହୋଇଥିଲା। ପୂର୍ବ କ୍ୟାବିନେଟ ବୈଠକରେ ମାଗଣା ଖାଦ୍ୟ ଯୋଜନା ଅବଧିକୁ ଆହୁରି ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।  ଅନ୍ନ ଯୋଜନାର ଅବଧୀ ୩୧ ଡିସେମ୍ବରରେ ଶେଷ ହେଉଥିଲା। କୋରୋନା ମହାମାରୀ (Corona Pandemic) ସମୟରେ ଗରିବଙ୍କୁ ମାଗଣା ରାସନ ବାଣ୍ଟିବା (Free Ration Distribution)
ପ୍ରକ୍ରିୟା ୨୦୨୦ ଅପ୍ରେଲରେ ଆରମ୍ଭ ହୋଇଥିଲା। ଗତ ଥରର କ୍ୟାବିନେଟ ବୈଠକରେ ଏହାକୁ ଆହୁରି ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।