PoKରେ ପାକିସ୍ତାନର ବର୍ବରତା; ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗଣଦୁଷ୍କର୍ମ ପୀଡିତା ପଠାଇଲେ ଏମିତି ବାର୍ତ୍ତା
ମାରିଆ ତାଙ୍କ ଭିଡିଓରେ କହିଛନ୍ତି ଯେ, ସେ ଜଣେ ଗଣଦୁଷ୍କର୍ମ ପୀଡିତା ଆଉ ଗତ ସାତ ବର୍ଷ ହେଲା ନ୍ୟାୟ ପାଇଁ ଲଢେଇ କରୁଛନ୍ତି। ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଶ୍ରୟ ମାଗିଛନ୍ତି, କାରଣ PoK ପୋଲିସ, ସରକାର ଓ ନ୍ୟାୟାଳୟ ତାଙ୍କୁ ନ୍ୟାୟ ଦେଇ ପାରିନାହାନ୍ତି।
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର ବା PoKରେ ପାକିସ୍ତାନର କ୍ରୁରତା ବଢିବାରେ ଲାଗିଛି। ଜଣେ ଗଣଦୁଷ୍କର୍ମ ପୀଡିତା ସେଠାକାର ପୋଲିସ ଓ ପ୍ରଶାସନର ଯାତନାରେ ଭୟଭିତ ହୋଇ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଆଶ୍ରୟ ମାଗିଛନ୍ତି। ପୀଡିତା ଜଣକ ଗତ ୭ ବର୍ଷ ହେଲା ନ୍ୟାୟ ପାଇଁ ଲଢେଇ କରୁଛନ୍ତି। କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା ଧମକ ଦିଆଯାଉଥିବା ପୀଡିତା ଅଭିଯୋଗ କରିଛନ୍ତି।
PoK ଅଧିବାସୀ ମାରିୟା ତାହିର ନାମକ ଜଣେ ମହିଳା ପୁଣି ଥରେ ସୋଲିଆଲ ମିଡିଆରେ ଏକ ଆବେଗଭରା ଭିଡିଓ ପୋଷ୍ଟ କରିଛନ୍ତି। କିନ୍ତୁ ଏଥର ସେ ସିଧା ସଳଖ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବାର୍ତ୍ତା ପଠାଇଛନ୍ତି। ମାରିୟା ନିଜର ନିଜ ପରିବାରର ସୁରକ୍ଷା ପାଇଁ ଭାରତରେ ଶରଣ ନେବାକୁ ଚାହୁଁଛନ୍ତି। ନିଜକୁ ଗଣଦୁଷ୍କର୍ମର ପୀଡିତା ବୋଲି କହୁଥିବା ମାରିୟାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।