ରାଜେନ୍ଦ୍ର ପୃଷ୍ଟି, ନୂଆଦିଲ୍ଲୀ:  କୋରୋନା ମହାମାରୀରେ କେଉଁ ଦେଶ ଭୟଙ୍କର ଭାବେ ପ୍ରଭାବିତ ହୋଇଥାଏ ବୋଲି କୁହାଯାଏ,  ତେବେ ଇଟାଲିର ନାମ ସର୍ବାଗ୍ରେ ଆସିବ। ଏହି ଦେଶ କୋରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ଫଳରେ ହଜାର ହଜାର ନାଗରିକ ମୃତ୍ୟୁ ମୂଖକୁ ଚାଲିଯାଇଛନ୍ତି। ତେବେ କୋରୋନା ସଙ୍କଟ ମୁଣ୍ଡରୁ ନଯାଉଣୁ ଇଟାଲିରେ ରାଜନୈତିକ  ଅସ୍ଥିରତା ଦେଖାଦେଇଛି। ଆଉ ପ୍ରଧାନମନ୍ତ୍ରୀ ଜିଉସେପ୍ କୋନ୍ତେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ମହାମାରୀ (corona virus) ରୋକିବାରେ ବିଫଳ ନେଇ ନୈତିକତା ଦୃଷ୍ଟି ରୁ ଜିଉସେପ୍ କୋନ୍ତେ (Giuseppe Conte) ଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ (Italian Prime Minister) କିଏ ହେବେ ତାହାକୁ ନେଇ ଇଟାଲିର ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଚାଲିଛି। ସରକାର ଭାଙ୍ଗିଲା ପରେ ଦେଶରେ ରଜନୈତିକ ଅସ୍ଥିରତା ( political uncertainty) ମଧ୍ୟ ଦେଖାଦେଇଛି। ଆଉ ଏହାରି ପଛର କାରଣ ହେଉଛି, M5S ଦଳ  ଶାସକ ଦଳ ଡେମୋକ୍ରାଟିକ୍ ପାର୍ଟି ଠାରୁ ସମର୍ଥନ ପ୍ରତ୍ୟାହାର କରିବା। କୋରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ବିଫଳତା ଏବଂ ଆର୍ଥିକ ଅବନତି ପାଇଁ ଶାସନ ବ୍ୟବସ୍ଥାକୁ ଦାୟୀ କରି  M5S ଶାସକ ଦଳଠୁ ଅଲଗା ହୋଇଛି। 


Also Read: କୃଷକଙ୍କ ପାଇଁ ଅଗ୍ନି ପରୀକ୍ଷା! ଆନ୍ଦୋଳନ ଶେଷ କରିବାକୁ ସରକାର ନେଲେ ଏହି ପଦକ୍ଷେପ


ତେବେ ଏହାରି ଭିତରେ କୂଟନୈତିକ କ୍ଷଡଯନ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଜୋସାଫ କୋନ୍ତେ। ଇଟାଲୀ (Italy) ରେ ଏକ ସର୍ଭେରୁ ଜଣାପଡିଛି ଯେ, ଇଟାଲୀର ସବୁଠାରୁ ଲୋକପ୍ରିୟ ନେତା ହେଉଛନ୍ତି କୋନ୍ତେ। ତାଙ୍କୁ ସର୍ଭେର ୫୬% ଜନତାଙ୍କ ସମର୍ଥନ ରହିଛି। ପରବର୍ତ୍ତୀ ନିକଟତମ ରାଜନେତାଙ୍କ ଠାରୁ କୋନ୍ତେ ପ୍ରାୟ ୨୦ ପଏଣ୍ଟ ଆଗରେ ଅଛନ୍ତି। ସେଥିପାଇଁ ଏହାର ଫାଇଦା ଉଠାଇ ସେ ଆଗୁଆ ଇସ୍ତଫା ଦେଇଛନ୍ତି। ଯଦି ପୁଣି ନିର୍ବାଚନ ହୁଏ ତେବେ ଜୋସାଫ କୋନ୍ତେ ପୁନର୍ବାର କ୍ଷମତାକୁ ଆସିପାରନ୍ତି ବୋଲି ଅନୁମାନ କରାଯାଉଛି।


ସେହିପରୀ M5S ଇଟାଲିର ଏକ ପ୍ରମୁଖ ଦଳ ହୋଇଥିବା ବେଳେ ଏହାର ଦବଦବା ବି ଅଧିକ ରହିଛି। କିନ୍ତୁ ଶାସକ ଦଳଠୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ସଂସଦର ଅପର ହାଉସରେ  ଡେମୋକ୍ରାଟିକ୍ ପାର୍ଟିର ସଂଖ୍ୟ ଗରିଷ୍ଠତା କମିଯାଇଛି। ଯାହାଫଳରେ ସେଠାରେ ବିଲ୍ ପାସ୍ କରାଇବାରେ ସଫଳ ହେବା ଅସମ୍ଭବ। ଏସବୁ ଭିତରେ କୋନ୍ତେଙ୍କ ଇସ୍ତଫା ରାଷ୍ଟ୍ରପତି ଗ୍ରହଣ କରିନେଇଛନ୍ତି। ସେ ଏବେ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳୁଛନ୍ତି। ତେବେ ମୋଟା ମୋଟି ଭାବେ କହିବାକୁ ଗଲେ ଇଟାଲିର କ୍ଷମତା ଏବେ କୋନ୍ତେଙ୍କ କଣ୍ଟ୍ରୋଲରେ ହିଁ ଅଛି।