Tamil Nadu Govt Pongal Gift: ନୂଆବର୍ଷରେ ରାଜ୍ୟବାସୀଙ୍କୁ ଏକ ଖୁସି ଖବର ଦେଇଛନ୍ତି ତାମିଲନାଡୁ ସରକାର। ପୋଙ୍ଗଲ ପର୍ବ ପାଳନ କରିବା ପାଇଁ ରାଜ୍ୟରେ କ୍ଷମତାସୀନ ଡିଏମକେ ସରକାର 
ରାଜ୍ୟବାସୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି। ଚଳିତ ବର୍ଷ ପୋଙ୍ଗଲ ପର୍ବ୧୫ ଜାନୁଆରୀରେ ପାଳନ କରାଯିବ। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ତାମିଲନାଡୁ ରାଜ୍ୟପାଳ ଜଣାଇଛନ୍ତି ଯେ ପୋଙ୍ଗଲ ପର୍ବ ପାଳନ କରିବା ପାଇଁ ରାଜ୍ୟର ସମସ୍ତ କାର୍ଡଧାରୀଙ୍କୁ ୧-୧ ହଜାର ଟଙ୍କା ନଗଦ ଉପହାର ଦିଆଯିବ। ଏହା ବ୍ୟତୀତ ଲୋକଙ୍କୁ ରାସନ ମଧ୍ୟ ମାଗଣାରେ ପ୍ରଦାନ କରାଯିବ। 


COMMERCIAL BREAK
SCROLL TO CONTINUE READING

ତାମିଲନାଡୁ ରାଜ୍ୟପାଳ ଆର.ଏନ୍ ରବି କହିଛନ୍ତି (Tamil Nadu Governor RN Ravi) ଯେ ବିଗତ ସାଢେ ୩ ବର୍ଷ ମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ (Tamil Nadu CM MK Stalin) ରାଜ୍ୟକୁ ବିକାଶ ପଥରେ ଆଗେଇ ନେଇଛନ୍ତି। ଯାହାର ଫଳସ୍ୱରୂପ ନିକଟରେ ହୋଇଥିବା ରାଜ୍ୟ ସର୍ବେକ୍ଷଣରେ ତାମିଲନାଡୁ (Tamilnadu) ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଘୋଷିତ ହୋଇଛି।


ରାଜ୍ୟପାଳ ଆର.ଏନ୍ ରବି ଆହୁରି ମଧ୍ୟ କହିଛନ୍ତି ଯେ ପୋଙ୍ଗଲ ପର୍ବ (Pongal Festival) ପାଳନ କରିବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ (Tamil Nadu Chief Minister) ୨.୧୯ କୋଟି କାର୍ଡଧାରୀଙ୍କୁ ନଗଦ ୧୦୦୦ ଟଙ୍କା, ୧ କିଲୋଗ୍ରାମ ଚାଉଳ, ୧ କିଲୋଗ୍ରାମ ଚିନି ଏବଂ ଗୋଟିଏ ଆଖୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ୨୪୨୯ କୋଟି ଟଙ୍କା ଖର୍ଚ୍ଚ ହେବ। ମୋର ବିଶ୍ୱାସ ଯେ ଏହା ଦ୍ୱାରା ରାଜ୍ୟବାସୀ ପୋଙ୍ଗଲ ପର୍ବକୁ ଭଲ ଭାବରେ ପାଳନ କରିବାକୁ ସମର୍ଥ ହେବେ। 


ତାମିଲନାଡୁରେ ପୋଙ୍ଗଲ ପର୍ବ ବହୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ଚଳିତ ବର୍ଷ ପୋଙ୍ଗଲ ୧୫ ଜାନୁଆରୀରୁ ଆରମ୍ଭ ହୋଇ ୧୮ ଜାନୁଆରୀ ପର୍ଯ୍ୟନ୍ତ ପାଳନ କରାଯିବ। ତାମିଲନାଡୁରେ ପୋଙ୍ଗଲ ଗଣପର୍ବ ତଥା ରାଜ୍ୟରେ ମୁଖ୍ୟ ପର୍ବ ଭାବେ ଜଣାଶୁଣା। ଚଳିତ ବର୍ଷ ତାମିଲନାଡୁ ସରକାର ରାଜ୍ୟବାସୀଙ୍କୁ ପୋଙ୍ଗଲ ଅବସରରେ ଏକ ଉପହାର ଦେଇଛନ୍ତି। ଯାହା ଦ୍ୱାରା ରାଜ୍ୟବାସୀ ରାଜ୍ୟର ଗଣପର୍ବକୁ ଖୁସିରେ ପାଳନ କରିପାରିବେ।