ନୂଆଦିଲ୍ଲୀ: PIB Fact Check: କେନ୍ଦ୍ର ସରକାର (Central Government) ଶିଶୁମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଜନକଲ୍ୟାଣକାରୀ ଯୋଜନା (Central Govt Schemes) ଚଳାଉଛନ୍ତି । ଲୋକମାନେ ଏବେ ମଧ୍ୟ ଅନେକ ଯୋଜନା ବିଷୟରେ ଅବଗତ ନୁହଁନ୍ତି । ଯାହାର ପରିଣାମ ସ୍ୱରୂପ ଅନେକ ଥର ଲୋକମାନେ ଠକାମୀର ଶିକାର ହୁଅନ୍ତି । ଅନେକ ଯୋଜନାରେ ଉଦ୍ୟୋଗୀମାନଙ୍କ ପାଇଁ ସବସିଡି ଓ ଭତ୍ତାର ମଧ୍ୟ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ କେନ୍ଦ୍ରର ମୋଦି ସରକାର (Modi Government) ଙ୍କ 'ପ୍ରଧାନମନ୍ତ୍ରୀ ଜ୍ଞାନବୀର ଯୋଜନା' (Pradhanmantri Gyanveer Yojana) ଅଧୀନରେ ଯୁବ ବର୍ଗଙ୍କୁ ମାସକୁ ୩୪୦୦ ଟଙ୍କା ମିଳୁଥିବାର କଥା କୁହାଯାଉଛି ।


COMMERCIAL BREAK
SCROLL TO CONTINUE READING

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ମେସେଜରେ ଦାବି କରାଯାଇଛି ଯେ,  'ପ୍ରଧାନମନ୍ତ୍ରୀ ଜ୍ଞାନବୀର ଯୋଜନା' (Pradhanmantri Gyanveer Yojana) ରେ ପଞ୍ଜୀକରଣ କଲେ ଯୁବକମାନଙ୍କୁ ପ୍ରତି ମାସରେ ୩,୪୦୦ ଟଙ୍କା ମିଳିବ । ଏହିପରି କୌଣସି ଯୋଜନାରେ ପଞ୍ଜୀକରଣ କରିବା ପୂର୍ବରୁ ଏହା ବିଷୟରେ ସଂପୂର୍ଣ୍ଣ ଜାଣି ନେବାର ଆବଶ୍ୟକତା ରହିଛି । ଆସନ୍ତୁ ଏହି ଯୋଜନା ବିଷୟରେ ବିସ୍ତୃତ ଭାବରେ ଜାଣିବା...


ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ମେସେଜରେ ଯୁବ ବର୍ଗଙ୍କୁ ସରକାରଙ୍କ ତରଫରୁ ପ୍ରତି ମାସରେ ୩,୪୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଦାବି କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ଜ୍ଞାନବୀର ଯୋଜନା  (Pradhanmantri Gyanveer Yojana) ରେ ପଞ୍ଜିକରଣ କରିବା ଆବଶ୍ୟକ । ଏହି ମେସେଜ ପଠାଇଥିବା ବ୍ୟକ୍ତି ମଧ୍ୟ ଏହି ଯୋଜନା ଅଧୀନରେ ୩,୪୦୦ ଟଙ୍କା ପାଇଛନ୍ତି ବୋଲି ଦାବି କରିଛନ୍ତି ।



ସରକାରୀ ଏଜେନ୍ସି Press Information Bureau (PIB) ଭାଇରାଲ ମେସେଜକୁ ଫ୍ୟାକ୍ଟ ଚେକ୍ (PIB FactCheck)  କରି ଜାଣିବାକୁ ପାଇଛି ଯେ, ଏହି ମେସେଜ ସମ୍ପୂର୍ଣ୍ଣ ଫର୍ଜି । PIB ଦ୍ୱାରା ଏକ ଆଡଭାଇଜାରୀ ମଧ୍ୟ ଜାରି କରାଯାଇଛି ଯାହା ଅନୁସାରେ ଏହିପରି କୌଣସି ମେସେଜର ଜାଲରେ ପଡ଼ି ନିଜର କୌଣସି ସୂଚନା ସେୟାର କରନ୍ତୁ ନାହିଁ ।


ଏହା ବି ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ଏହି ଲୋକମାନଙ୍କୁ ମିଳିବ ନାହିଁ ରାସନ, କାର୍ଡ ବି ହେବ ବାତିଲ!


ଏହା ବି ପଢ଼ନ୍ତୁ:-ଖୁବ୍ ଶୀଘ୍ର ଗ୍ୟାସ ସିଲିଣ୍ଡରର ଦାମ୍ ହେବ କମ୍! ସରକାର ନେଲେ ଏହି ବଡ଼ ପଦକ୍ଷେପ


ଏହା ବି ପଢ଼ନ୍ତୁ:-ଚଳିତ ମାସରେ ପାକିସ୍ତାନରେ ପୁଣି ଦେଖାଦେବ ରାଜନୈତିକ ସଙ୍କଟ! ସମର୍ଥକଙ୍କୁ ଏହି କାମ ଦେଲେ ଇମ୍ରାନ


 


PIB ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, ଲୋକଙ୍କୁ ଠକିବା ପାଇଁ ସରକାରୀ ଯୋଜନା ଭଳି ନାମ ସହିତ ଏପରି ଫର୍ଜି ଯୋଜନାର ନାମ ରଖାଯାଏ । ଲୋକମାନେ ପ୍ରାୟତଃ ଏହିପରି ନାମ ଦେଖିବା ପଡ଼େ ଠକାମିର ଜାଲରେ ପଡ଼ନ୍ତି । ଏହି ଲୋକମାନେ ସରକାରୀ ଚାକିରି ନାମରେ ନକଲି ଲିଙ୍କ୍ ସେୟାର କରନ୍ତି, ତାହା ଉପରେ କ୍ଲିକ୍ କରିବା ପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ ।