Road Accident: ଟ୍ରକ୍ -କାର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
Trending Photos
Road Accident: ଏମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଯାଏ ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହେଇଗଲା ସବୁ ସ୍ବପ୍ନ। ଟ୍ରକ୍ -କାର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି। ଉତ୍ତରପ୍ରଦେଶର ଶାହାଜାନପୁର ଜିଲ୍ଲାର ମଦନପୁର ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା।
ALSO READ: Weather Update: ପାଣିପାଗ ବିଭାଗ ସୂଚନା, ୨୦ରେ ପ୍ରବଳ ବର୍ଷା, ୨୧ ଯାଏଁ ନାହିଁ ନିସ୍ତାର
ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଶାହାଜନପୁରର ନାଗଲା ଭବାନୀପୁର ଗାଁର ରସିୟତ୍ ଅଲ୍ଲୀ ନିଜ ସ୍ତ୍ରୀ -ତିନି ପିଲାଙ୍କ ଓ ସମ୍ପର୍କୀୟଙ୍କ ସହ ସହ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କ ଗାଡିଟି ମଦନପୁରର ବେଓ୍ବାର ପିଲିଭିଟ୍ ଜାତୀୟ ରାଜପଥରେ ପହଞ୍ଚିଥିବା ସମୟରେ ଗାଡିଟି ନିୟନ୍ତ୍ରଣ ହରାଇଥିଲା। ଫଳରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଛି। ତେବେ, ମେଡିକାଲ୍ ନେବା ବାଟରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ, ଏହି କାର୍ ରେ ମୋଟ୍ ୧୦ ଜଣ ଯାତ୍ରା କରୁଥିବା ପୋଲିସ୍ କହିଛି। କାର୍ ମଧ୍ୟରେ ୨ ଜଣ ପୁରୁଷ ଓ ୨ ଜଣ ମହିଳା ଥିବା ବେଳେ ୬ ଜଣ ଶିଶୁ ରହିଥିଲେ। ପୋଲିସ୍ ତଦନ୍ତରୁ ଜଣାପଡିଛି ଯେ, ରସିୟତ୍ ଅଲ୍ଲୀ ଦିଲ୍ଲୀରେ ଏକ ପକଡା ହୋଲ୍-ସେଲର ବ୍ୟବସାୟୀ ଥିଲେ। ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।