PM Narendra Modi: ଗତ କିଛିଦିନ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟ ଖରାପ ଚାଲୁଛି । ଏହା କହିବାର ଅର୍ଥ ତାଙ୍କ ପରିବାର ଉପରେ ବିପଦ ମାଡ଼ି ଆସିଛି । ଖବର ଅନୁଯାୟୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହିରାବେନ୍ ମୋଦି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ଅହମ୍ମଦାବାଦ ର ୟୁଏନ ମେହେତା ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତେବେ ମୋଦିଙ୍କ ମାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ସେନେଇ କୌଣସି ଅପଡେଟ ଏଯାଏଁ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇନାହିଁ। 


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ,  ମଙ୍ଗଳବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ଭାଇ ପ୍ରହ୍ଲାଦ ମୋଦିଙ୍କ କାର। କର୍ଣ୍ଣାଟକ ମହୀଶୂର ଠାରେ ପ୍ରହ୍ଲାଦ ମୋଦିଙ୍କ କାର  ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରହ୍ଲାଦ ମୋଦି ଏବଂ ତାଙ୍କ ପରିବାରର ଅନ୍ୟ ୪ ସଦସ୍ୟ ଆହତ ହୋଇଥିଲେ। କାର ରୋଡ ଡିଭାଇଡର ସହ ପିଟି ହେବା ପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ମୋଦିଙ୍କ ପରିବାର। ଏହି ଘଟଣାରେ ସମସ୍ତ ଆହତ ମହୀଶୂରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।


Also Read: PM Yuva Yojana: ମୋଦି ସରକାରଙ୍କ ଏହି ଯୋଜନାରେ ପ୍ରତି ମାସରେ ମିଳିବ 50 ହଜାର ଟଙ୍କା, ଏହିପରି କରିବାକୁ ହେବ ଆବେଦନ


ଘଟଣାସ୍ଥଳରୁ ମିଳିଥିବା ଭିଜୁଆଲ ଅନୁସାରେ ଏହି ଦୁର୍ଘଟଣାରେ ତାଙ୍କ ଗାଡ଼ିର ଆଗ ଭାଗ ଗୁରୁତର କ୍ଷତିଗ୍ରସ୍ତ ହୋଇଛି। କାର ର ବୋନେଟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଘଟଣାରେ ପ୍ରହ୍ଲାଦ ମୋଦିଙ୍କ ନାତିର ଗୋଡ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ମହୀଶୂର ଜେଏସ ହସ୍ପିଟାଲ (Mysore JSS Hospital) ଠାରେ ଭର୍ତ୍ତି କରାଯାଇଛି।