ନୂଆଦିଲ୍ଲୀ: ସରଗରମ ଚାଲିଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଉତ୍ତର ପ୍ରଦେଶରେ ଆସନ୍ତା ୧୪ ତାରିଖରେ ୫୫ ଆସନରେ ଭୋଟ୍‌ ଗ୍ରହଣ ହେବ। ଅନ୍ୟପକ୍ଷେ ଗୋଆ ଏବଂ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବ। ଗୋଆରେ ୪୦ ଏବଂ ଉତ୍ତରାଖଣ୍ଡରେ ୭୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟରେ ୫୮୬ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ତେବେ ଭୋଟିଂ ପୂର୍ବରୁ ଦଳ ଦଳ ଭିତରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି। କଂଗ୍ରେସ ଦଳର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟ୍ୱିଟର ଜବାବ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହି ଟ୍ୱିଟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାଇ-ଭଉଣୀ ଙ୍କ ଭିତରେ ଥିବା ବିବାଦକୁ ନେଇ କଂଗ୍ରେସ ଡୁବିଯିବ।  ତେବେ ଏହି କଥାକୁ ନେଇ ପ୍ରିୟଙ୍କା ଗାନ୍ଧୀ ଟାର୍ଗେଟ କରିବା ସହ ରାହୁଲ ଓ ତାଙ୍କ ମଧ୍ୟରେ ଥିବା ବିବାଦ କଥାକୁ ଖଣ୍ଡନ କରିଛନ୍ତି। ପ୍ରିୟଙ୍କ ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ମୋ ଭାଇ ପାଇଁ ମୁଁ ଜୀବନ ଦେଇଦେବି ଆଉ ମୋ ଭାଇ ବି ମୋ ପାଇଁ ନିଜ ଜୀବନ ଦେଇଦେବ, ତେବେ ବିବାଦ କଥା ଉଠୁଛି କେଉଁଠୁ? ଯୋଗୀଙ୍କ ମନରେ ବିବାଦ ଅଛି, ମୋତେ ଲାଗୁଛି ଯୋଗୀ ବୋଧହୁଏ ସେହି ବିବାଦ କଥା କହୁଛନ୍ତି। ଆଉ ସେହି ବିବାଦ ନିଜେ ଯୋଗୀ (Yogi Adityanath) , ମୋଦି (Narendra Modi) ଓ ଶାହା (Amit Shah)ଙ୍କ ମଧ୍ୟରେ ଅଛି ବୋଲି ପ୍ରିୟଙ୍କା କହିଛନ୍ତି।  


ଏହାପୂର୍ବରୁ ରବିବାର ପଞ୍ଜାବର କୋଟକପୁରାରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା  (Priyanka Gandhi Vadra) ଆମ ଆଦମୀ ପାର୍ଟି ଓ ବିଜେପି କୁ କଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆପ୍ କେଉଁଠୁ ଉତ୍ପନ ହେଲା, ସେ RSS ରୁ ହିଁ ଉତ୍ପନ ହେଇଛି। କାରଣ ଆମ ଆଦମୀ ପାର୍ଟି ର ନେତା ନିଜେ ହିଁ କହିଛନ୍ତି ଯେ, ସେ ଭାଜପା ଠୁ ବି ବଡ଼ ଭାଜପା। ସେହିପରି ବିଜେପି କୁ ମଧ୍ୟ ପ୍ରିୟଙ୍କା ଗାନ୍ଧୀ କଡ଼ା ଟାର୍ଗେଟ କରିଛନ୍ତି । 


ଜନସାଧାରଣଙ୍କୁ ସେ ସମ୍ବୋଧନ କରିବା ବେଳେ କହିଛନ୍ତି ଯେ, ଆପଣ ମାନେ ଭୁଲିଯାଆନ୍ତୁନି ଯେ ବିଜେପି ଲୋକଙ୍କୁ ଗୁଜୁରାଟ (Gujurat) ର ମଡେଲ କହି ଭୂଆଁ ବୁଲାଇଥିଲା। ପଞ୍ଜାବ ସରକାର ଦିଲ୍ଲୀରୁ ଚାଲିବା ଦରକାର ନାହିଁ। ଚରଣଜିତ୍ ସିଂ ଚନ୍ନି ସାଧାରଣ ଜନତାଙ୍କ ନେତା। ଏହି ଅବସରରେ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ମୀପୁର ହିଂସା କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ, କିସାନ ଆନ୍ଦୋଳନ ସମୟରେ ବହୁ ଚାଷୀଙ୍କ ଜୀବନ ଯାଇଛି ତାପରେ ବି ଆପଣ ମାନେ ନରମିଲେ ନାହିଁ। ଆକୁ ହିଁ କୁହନ୍ତି ପଞ୍ଜାବିୟତ।


ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ଏଠାରେ ଆମର ୫ ବର୍ଷର ସରକାର ଅଛି। ପୂର୍ବ ସରକାର ଟିକେ ରାସ୍ତା ଭୁଲିଯାଇଥିଲେ। କ୍ୟାପଟେନ ଅମରିନ୍ଦରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସରକାର ପଞ୍ଜାବରୁ ଚାଲିବା ବନ୍ଦ ହୋଇଯାଇଥିଲା। ସେହି ସରକାର ଦିଲ୍ଲୀରୁ ଚାଲିବା ଆରମ୍ଭ ହୋଇଥିଲା। ଆଉ ତାହା କଂଗ୍ରେସ ନୁହେଁ ବିଜେପି ସରକାର (Bjp Government) ଦ୍ୱାରା ପରିଚାଳିତ ହେବାରେ ଲାଗିଥିଲା। 


Also Read: ଦେଶର ଏପରି ୬ଟି ସ୍ଥାନ, ଯେଉଁଠାରେ ଭାରତୀୟଙ୍କୁ ମିଳି ନଥାଏ ଏଣ୍ଟ୍ରି; କେବଳ ଏମାନଙ୍କୁ ରହିଛି ପ୍ରବେଶ ଅନୁମତି


Also Read: 'ଇଂଶା ଅଲ୍ଲାହ' ଦିନେ ହିଜାବି ପ୍ରଧାନମନ୍ତ୍ରୀ ହେବ: ଓୱେସି