କାଠମାଣ୍ଡୁ: ଗଣତନ୍ତ୍ର ପାଇଁ ବିପଦରେ ପଡିଛି ହିନ୍ଦୁ ଧର୍ମ। ଯଦି ହିନ୍ଦୁତ୍ୱକୁ ବଞ୍ଚାଇବାର ଅଛି ତେବେ ରାଷ୍ଟ୍ରରେ ଲୋଡା ରାଜତନ୍ତ୍ର। ଏଭଳି କିଛି ଦାବି କରିଛନ୍ତି ନେପାଳବାସୀ। ନେପାଳରେ ରାଜତନ୍ତ୍ର ଫେରାଇ ଆଣିବା ନେଇ ଏବେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଭାରତ ଭଳି ନେପାଳରେ ବି ହିନ୍ଦୁ ଧର୍ମ (Hindu) ବିପଦରେ ଅଛି! ଏହି ଆଶଙ୍କା କରି ନେପାଳ (Nepal) ରେ ଜନ ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ଗତ ସପ୍ତାହେ ହେଲା ନେପାଳର ବିଭିନ୍ନ ସ୍ଥାନରେ ଧାରଣା ପ୍ରଦର୍ଶନ ହେଉଛି। ରାଷ୍ଟ୍ରୀୟ ଶକ୍ତି ନେପାଳ (Rastriya Shakti Nepal) ନାମକ ସଙ୍ଗଠନ ପକ୍ଷରୁ ଗତ ରବିବାର ଦିନ ଭାରତ-ନେପାଳ ସୀମାରେ ଏଭଳି ଏକ ପ୍ରଦର୍ଶନ ଦେଖିବାକୁ ମିଳିଛି।


Also Read: ହିନ୍ଦୁ ମନ୍ଦିର ନିର୍ମାଣ ଲାଗି ଦାମୀ ଉପହାର ଦେଲେ ୟୁଏଇ ବିଦେଶ ମନ୍ତ୍ରୀ


ଆନ୍ଦୋଳନକାରୀଙ୍କ କହିବା ହେଲା, ଗଣତାନ୍ତ୍ରୀକ (Republic) ଶାସନ ଆରମ୍ଭ ହେଲା ଦିନଠୁ ଦେଶରେ ହିନ୍ଦୁ ଧର୍ମ ବିପଦରେ ଅଛି। କେବେଳ ରାଜତନ୍ତ୍ର ହିଁ ବିଶ୍ୱର ଏହି ଏକମାତ୍ର ହିନ୍ଦୁ ରାଷ୍ଟ୍ରକୁ ବଞ୍ଚାଇ ପାରିବ। ତେଣୁ ନେପାଳରୁ ଗଣତନ୍ତ୍ର ହଟାଇ ପୁନଃର୍ବାର ରାଜତନ୍ତ୍ର (Monarchy) ଅଣାଯାଉ। ରାଜତନ୍ତ୍ର ଆସିଲେ ଦେଶର ବିକାଶ ହେବା ସହ ରାଜନୈତିକ ସ୍ଥିରତା ଆସିବ ବୋଲି ସେମାନେ ଦାବି କରିଛନ୍ତି।


ଧାରଣା ପ୍ରଦର୍ଶନ ବେଳେ ଆନ୍ଦୋଳନକାରୀଙ୍କ ହାତରେ ପୂର୍ବତନ ରାଜା, ରାଣୀଙ୍କ ପୋଷ୍ଟର ଧରି ଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରେ ନେପାଳର ପ୍ରଥମ ରାଜା ପୃଥ୍ୱୀ ନାରାୟଣ ଶାହା, ଜ୍ଞାନେନ୍ଦ୍ର ଶାହା, କୋମଳ ସିଂହ ପ୍ରମୂଖ ଥିଲେ। ରାଜତନ୍ତ୍ରକୁ ସପକ୍ଷରେ ଚାଲୁଥିବା ଏହି ଆନ୍ଦୋଳରେ, ଦେଶ ବଞ୍ଚାଇବାକୁ ରାଜା ଆସନ୍ତୁ, ରାଷ୍ଟ୍ରୀୟ ଏକତା ରକ୍ଷା କର, ରାଜା ଓ ପ୍ରଜା ସମାନ ଭଳି ସ୍ଲୋଗାନମାନ ଦିଆଯାଉଛି।


Also Read: ଡ୍ରାଗନ୍ ପଞ୍ଝାରେ ନେପାଳ, ଆଲର୍ଟରେ ଭାରତ


ସେପଟେ ଏହି ଆନ୍ଦୋଳନରେ ରାଜନୀତିର ବି ଏଣ୍ଟ୍ରୀ ହେଲାଣି। ରାଜତନ୍ତ୍ର ସପକ୍ଷରେ ଥିବା ରାଷ୍ଟ୍ରୀୟ ରଜତନ୍ତ୍ର ପାର୍ଟି ଧାରଣାରେ ସାମିଲ ହୋଇଛି। ଏହି ଆନ୍ଦୋଳନ ଯୋଗୁଁ ଭାରତ ଓ ନେପାଳ ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହେଉଛି। ପିତୋରଗଡର ଝୁଲାଘାଟ ବନ୍ଦ ଥିବା ବେଳେ, ଲୋକଙ୍କ ଗମନାଗମନରେ ଅସୁବିଧା ହେଉଛି।