ହିନ୍ଦୁ ମନ୍ଦିର ନିର୍ମାଣ ଲାଗି ଦାମୀ ଉପହାର ଦେଲେ ୟୁଏଇ ବିଦେଶ ମନ୍ତ୍ରୀ
Advertisement
Article Detail0/zeeodisha/odisha768662

ହିନ୍ଦୁ ମନ୍ଦିର ନିର୍ମାଣ ଲାଗି ଦାମୀ ଉପହାର ଦେଲେ ୟୁଏଇ ବିଦେଶ ମନ୍ତ୍ରୀ

ୟୁଏଇ ବିଦେଶ ମନ୍ତ୍ରୀ ଅଲ ଅଇନ ଠାରେ ସ୍ୱାମୀ ନାରାୟଣ ସଂସ୍ଥାର ବ୍ରହ୍ମବିହାରୀ ସ୍ୱାମୀଙ୍କ ସହ  ମନ୍ଦିର ନିର୍ମାଣ ବାବଦରେ ଆଲୋଚନା କରିଛନ୍ତି। 

ହିନ୍ଦୁ ମନ୍ଦିର ନିର୍ମାଣ ଲାଗି ଦାମୀ ଉପହାର ଦେଲେ ୟୁଏଇ ବିଦେଶ ମନ୍ତ୍ରୀ

ଦୁବାଇ: ଆବୁଧାବି ଠାରେ ନିର୍ମିତ ହେବାକୁ ଥିବା ହିନ୍ଦୁ ମନ୍ଦିର (Abu Dhabi Hindu Temple) ନିର୍ମାଣ ଲାଗି ସୁନାରେ ନିର୍ମିତ ଉପହାର (Gold Made Gift) ପ୍ରଦାନ କରିଛନ୍ତି ସଂଯୁକ୍ତ ଆରବ ଅମିରାତ-ୟୁଏଇ (UAE-United Arab Emirates) ବିଦେଶ ମନ୍ତ୍ରୀ (UAE Foreign Minister) ସୈଖ ଅବଦୁଲ୍ଲା ବିନ ଜାୟଦ ଅଲ ନାହ୍ୟାନ (Sheikh Abdullah bin Zayed Al Nahyan)।

ଏହି ମନ୍ଦିର ସଙ୍ଗଠନର ପ୍ରତିନିଧିଙ୍କ ସହ ନିର୍ମାଣ କାର୍ଯ୍ୟ ବାବଦରେ ସମୀକ୍ଷା କରିଛନ୍ତି। ଗତବର୍ଷ ଏପ୍ରିଲରେ ଏହି ମନ୍ଦିରର ଆଧାର ଶିଳା ସ୍ଥାପନ କରାଯାଇଥିଲା ଏବଂ ଡିସେମ୍ବରରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦେଶରେ ନିର୍ମିତ ହେଉଥିବା ହିନ୍ଦୁ ମନ୍ଦିର ନିର୍ମାଣ ସମ୍ପର୍କରେ ମତ ରଖି ଆବୁଧାବି ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ୟୁଏଇ ବିଦେଶ ମନ୍ତ୍ରୀ ଅଲ ଅଇନ ଠାରେ ସ୍ୱାମୀ ନାରାୟଣ ସଂସ୍ଥାର ବ୍ରହ୍ମବିହାରୀ ସ୍ୱାମୀଙ୍କ ସହ  ମନ୍ଦିର ନିର୍ମାଣ ବାବଦରେ ଆଲୋଚନା କରିଛନ୍ତି। ଏହି ବୈଠକରେ ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପବନ କପୁର ଉପସ୍ଥିତ ଥିଲେ।
 
ଏହା ସହିତ କୁହାଯାଇଛି କୋଭିଡ ୧୯ ମହାମାରୀର ମୁକାବିଲା କରିବା ଲାଗି ଉଭୟ ଭାରତ-ୟୁଏଇ ଏକାଠି ହୋଇଥିଲେ। ଯାହା ଦୁଇ ଦେଶର ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଆଗେଇ ନେଇଛି। ଏହି ସହଯୋଗ ଏପରି ଆହ୍ୱାନପୂର୍ଣ୍ଣ ସମୟରେ ଦୁଇ ଦେଶର ବନ୍ଧୁତ୍ୱକୁ ଆହୁରି ମଜବୁତ କରିବ। ବ୍ରହ୍ମାବିହାରୀ ସ୍ୱାମୀ ଦର୍ଶାଇଛନ୍ତି ଯେ ଏହି ପ୍ରକଳ୍ପ ସହ ଜଡିତ ସମଗ୍ର ଦଳ ଏବଂ ସମଗ୍ର ହିନ୍ଦୁ ସମାଜ ସଂଯୁକ୍ତ ରାଷ୍ଟ୍ରରେ ଦୀର୍ଘମିଆଦୀ ଅବଦାନ ପାଇଁ ଉତ୍ସର୍ଗୀକୃତ। ଶେଖ ଅବଦୁଲ୍ଲାଙ୍କୁ ମନ୍ଦିରରେ ସୁବର୍ଣ୍ଣ ସ୍ମୃତି ପ୍ରଦାନ କରାଯାଇଥିଲା।