ନୂଆଦିଲ୍ଲୀ: ପଞ୍ଜାବରେ ୨୦ ଫେବୃଆରୀ ରେ ୧୧୭ ବିଧାନସଭା ସିଟ୍ ପାଇଁ ମତଦାନ ହେବ। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ସିଏମ ପଦ ପାଇଁ ଆଶାୟୀ ଥିବା ଚରଣଜୀତ ସିଂ ଚନ୍ନି ଏକ ବଡ଼ ଘୋଷଣା କରିଛନ୍ତି। ଚରଣଜୀତ୍ ସିଂ ଚନ୍ନୀ କହିଛନ୍ତି ଯେ ଯଦି ରାଜ୍ୟରେ କଂଗ୍ରେସର ସତ୍ତା ପୁଣି ଆସେ ତେବେ ଯୁବବର୍ଗଙ୍କୁ ୧ ଲକ୍ଷ ସରକାରୀ ଚାକିରୀ ମିଳିବ।  ଏହାରି ମଧ୍ୟରେ ଚରଣଜୀତ୍ ସିଂ ଚନ୍ନୀ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରିଥିଲେ। ଚନ୍ନୀ ଆପ୍ ଉପରେ ମିଛ ଘୋଷଣା ଓ ମିଛ ଅଭିଯୋଗକୁ ନେଇ ଜୋରଦାର ଟାର୍ଗେଟ କରିଛନ୍ତି।  ସିଏମ ଚନ୍ନୀ କହିଛନ୍ତି ଯେ, ଆମ ଆଦମୀ ପାର୍ଟି ସବୁବେଳେ ମିଛ କହୁଛନ୍ତି। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, କେମିତି ଦଳ ସବୁଦିନ ମିଛ କହିପାରିବ। 


COMMERCIAL BREAK
SCROLL TO CONTINUE READING

ଚରଣଜୀତ୍ ସିଂ ଚନ୍ନୀ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଭଗବନ୍ତ ମାନ୍ କୁହନ୍ତି ଯେ, ମୋ ପାଖରେ ୭୦ କୋଟି ଟଙ୍କା ଅଛି, ଏହା ସମ୍ପୂର୍ଣ୍ଣ ମିଛ। ଯଦି ମୋ ପାଖେ ଏତେ ସମ୍ପତ୍ତି ଥାନ୍ତା ତେବେ ମୁଁ ଆଦାନ ପ୍ରଦାନ କରିଥାନ୍ତି। ସୋମବାର ଅର୍ଥାତ୍ ଆଜି ଚଣ୍ଡିଗଡ଼ କଂଗ୍ରେସ କାର୍ଯ୍ୟାଳୟରେ ପ୍ରେସ କନଫରେନ୍ସ କରି ଚନ୍ନୀ କହିଛନ୍ତି ଯେ, ଅଟା ଡାଲି ପେଟ ଭର୍ତ୍ତି କରେ। ମାତ୍ର ପଞ୍ଜାବର ବିକାଶ ପାଇଁ ଶିକ୍ଷା ନିତ୍ୟାନ୍ତ ଜରୁରୀ। ଆମେ ଶିକ୍ଷିତ କାହିଁକି ନା ଆମ ବାପା ମାଆ ଆମକୁ ପଢାଇବାକୁ ବହୁତ କଷ୍ଟ କରିଛନ୍ତି। ଏଥିପାଇଁ ଆମେ ସ୍ଥିର କରିଛୁ ଯେ, ଆମ ସରକାର ହେବା ପରେ ସରକାରୀ ସ୍କୁଲରେ ଫ୍ରିରେ ଶିକ୍ଷା ଦିଆଯିବ। ସେ କହିଛନ୍ତି ଯେ, ଅକାଳି ସରକାର ସମୟରେ ପଛୁଆ ବର୍ଗଙ୍କୁ ଛାତ୍ରବୃତ୍ତି ଯୋଜନାକୁ ବନ୍ଦ କରିଦିଆଯାଇଥିଲା। ଯାହାକୁ କଂଗ୍ରେସ ସରକାର (Congress Government) ପୁଣିଥରେ ଆରମ୍ଭ କରିବ। ଚନ୍ନୀ କହିଛନ୍ତି ଯେ, ଛାତ୍ରବୃତ୍ତି ଯୋଜନା ଲାଭ ସାମାନ୍ୟ ଶ୍ରେଣୀ, ଗରିବ ଓ ମଧ୍ୟମ ବର୍ଗଙ୍କୁ ପାଇଁ ମଧ୍ୟ ଉପଲବ୍ଧ ହେବ।


ବେସରକାରୀ ଚାକିରିଆଙ୍କ ପାଇଁ ଗ୍ୟାରେଣ୍ଟି ଯୋଜନା 


ଚରଣଜୀତ ସିଂ ଚନ୍ନୀ (charanjit singh channi)  ପ୍ରତି ଯୁବବର୍ଗଙ୍କୁ ଚାକିରୀ ଦେବାକୁ ଘୋଷଣା କରିଛନ୍ତି। ତାଙ୍କ କହିବା କଥା, ଯଦି କଂଗ୍ରେସ ସରକାର ଗଢେ ତେବେ ବେସରକାରୀ ଚାକିରୀ ପାଇଁ ଏକ ଗ୍ୟାରେଣ୍ଟି ଯୋଜନା ଆଣିବେ। ମୋତେ ତିନି ମାସ ମିଳିଲା ଯଦି ମୋତେ ୫ ବର୍ଷ ମିଳେ ତେବେ ସରକାରୀ ଚାକିରୀ ମୁଁ ଏକ ଲକ୍ଷ ଚାକିରୀ ଦେବି। ସେହିପରି ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚନ୍ନୀ କହିଛନ୍ତି ଯେ, ଆଜି ପ୍ରଦେଶରେ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଅପରେସନ ପାଇଁ ଟଙ୍କା ନାହିଁ। ତେବେ ବିଦେଶ ଭଳି ଆମ ପ୍ରଦେଶରେ ମଧ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ରହିବା ଉଚିତ୍। 


ଏହାପୂର୍ବରୁ ରବିବାର ଚନ୍ନୀ କହିଥିଲେ ଯେ, କଂଗ୍ରେସ ସରକାର ଗଢିବା ପରେ ପ୍ରତିବର୍ଷ ୮ ଟି ଗ୍ୟାସ ସିଲିଣ୍ଡର ମାଗଣା ପ୍ରଦାନ କରାଯିବ। ଯାହା ଆବଶ୍ୟକ କରୁଥିବା ମହିଳାଙ୍କୁ ପ୍ରତି ମାସରେ ୧୧୦୦ ଟଙ୍କା ମଧ୍ୟ ଲାଭ ମିଳିପାରିବ। ଚନ୍ନୀଙ୍କ କହିବା କଥା, ପଞ୍ଜାବରେ କଂଗ୍ରେସ ଗରିବଙ୍କ ସାଥୀରେ ଅଛି ଓ ରହିବ ଏଥିପାଇଁ କଂଗ୍ରେସ ପ୍ରତିବଦ୍ଧ। 


Also Read: ଅମୀର ଖାନଙ୍କ ଝିଅ ସହ ହୋଇଥିଲା ଏମିତି କାଣ୍ଡ, ଯାହା ବୁଝିବାକୁ ପରିବାର ନେଇଥିଲେ ଗୋଟିଏ ବର୍ଷ


Also Read: ଯଦି ଟଙ୍କାର ରହିଛି ଆବଶ୍ୟକତା, ତେବେ କୌଣସି ଡକ୍ୟୁମେଣ୍ଟ ବିନା PF ଆକାଉଣ୍ଟରୁ ଉଠାଇ ପାରିବେ ୧ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି ମିଳିବ ଏହି ସୁବିଧା