Parkash Singh Badal Passes Away: ଅପ୍ରେଲ ୨୫ ତାରିଖ ମଙ୍ଗଳବାର ୯୫ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ। ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ ଶିରୋମଣି ଅକାଳୀ ନେତା ପ୍ରକାଶ ସିଂହ। ମଙ୍ଗଳବାର ଚଣ୍ଡିଗଡ଼ସ୍ଥିତ ଫୋର୍ଟିସ୍ ହସ୍ପିଟାଲ ଠାରେ ରାତି ପ୍ରାୟ ୮:୨୮ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରକାଶ ସିଂହ ବାଦଲଙ୍କ ଶେଷ ଯାତ୍ରା ବୁଧବାର କରାଯିବ। ୧୯୨୭ ମସିହା ଡିସେମ୍ବର ୮ ତାରିଖରେ ପ୍ରକାଶ ସିଂହ ବାଦଲ ପଞ୍ଜାବର ମୁକ୍ତସର ଜିଲ୍ଲାର ଅବୁଲ ଖୁରାନା ଗ୍ରାମରେ ଏକ ଜଟ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପ୍ରକାଶ ସିଂହ ବାଦଲ ୫ ଥର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ବ୍ୟତୀତ ପ୍ରକାଶ ସିଂହ ବାଦଲ କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରି ସାରିଛନ୍ତି।


COMMERCIAL BREAK
SCROLL TO CONTINUE READING

ନିଶ୍ୱାସ ନେବାରେ ଅସୁବିଧା ପରେ ଡାକ୍ତରଖାନାରେ ହୋଇଥିଲେ ଭର୍ତ୍ତି 
ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂହ ବାଦଲଙ୍କୁ ଏକ ସପ୍ତାହ ପୂର୍ବରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବା ପରେ ଫୋର୍ଟିସ୍ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ଠାରେ ରଖାଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ପାଞ୍ଚ ଥର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପ୍ରକାଶ ସିଂହ ବାଦଲଙ୍କୁ ମଧ୍ୟ ଗତ ବର୍ଷ ଜୁନ୍ ମାସରେ 'ଗ୍ୟାଷ୍ଟ୍ରାଇଟିସ୍' ଏବଂ ଶ୍ୱାସକ୍ରିୟା କରିବାରେ ଅସୁବିଧା ଭୋଗିବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଷ୍ଟ-କୋଭିଡ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ତାଙ୍କୁ ୨୦୨୨ ଫେବୃଆରୀରେ ମୋହାଲିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ବର୍ଷ ଜାନୁଆରୀରେ ପ୍ରକାଶ ସିଂହ ବାଦଲ କୋରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଲୁଧିଆନାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।


୧୯୪୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ ପ୍ରକାଶ ସିଂହ ବାଦଲ  
ସ୍ୱାଧୀନତା ପରେ ୧୯୪୭ ମସିହାରେ ପ୍ରକାଶ ସିଂହ ବାଦଲ ରାଜନୀତିରେ ପ୍ରବେଶ କରିଥିଲେ। ସର୍ବାପ୍ରଥମେ ୧୯୫୭ ମସିହାରେ ପ୍ରଥମ ଥର ପାଇଁ ନିର୍ବାଚନରେ ​​ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଥିଲେ। ଏହା ପରେ, ୧୯୬୯ ମସିହାରେ ସେ ପୁନର୍ବାର ନିର୍ବାଚନରେ ​​ଜିତି ବିଧାନସଭାରେ ପହଞ୍ଚିଥିଲେ। ୧୯୭୦ ମସିହାରେ ପ୍ରକାଶ ସିଂହ ବାଦଲ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ତାଙ୍କର ପ୍ରଥମ ପାଳି କାର୍ଯ୍ୟକାଳ ମାତ୍ର ୧ ବର୍ଷ ରହିଥିଲା। ଏହା ପରେ ସେ ୧୯୭୭-୮୦, ୧୯୯୭–୨୦୦୨, ୨୦୦୭-୨୦୧୨ ଏବଂ ୨୦୧୨-୨୦୧୭ ପର୍ଯ୍ୟନ୍ତ ୫ ଥର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ନିଜର କ୍ୟାରିୟର ମଧ୍ୟରେ ଲୋକସଭା ସାଂସଦ ହେବା ସହିତ କେନ୍ଦ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। 


ମାତ୍ର ୪୩ ବର୍ଷ ବୟସରେ ୧୯୭୦ ମସିହାରେ ପ୍ରକାଶ ସିଂହ ବାଦଲ ପ୍ରଥମେ ପଞ୍ଜାବର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ଅନେକ ଦଶନ୍ଧି ଧରି ପ୍ରକାଶ ସିଂହ ପଞ୍ଜାବ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହି ଆସିଛନ୍ତି। ତାଙ୍କୁ ପଞ୍ଜାବ ରାଜନୀତିରେ ଜଣେ ସମ୍ମାନିତ ବରିଷ୍ଠ ବ୍ୟକ୍ତି ଭାବରେ ମାନ୍ୟତା ପ୍ରଦାନ କରାଯାଇଛି। ପ୍ରକାଶ ସିଂହ ବାଦଲ ଜଣେ ଦକ୍ଷ ରାଜନେତା ଏବଂ ତାଙ୍କ ଧର୍ମ ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ବ୍ୟକ୍ତି। ୧୯୬୯-୨୦ ମସିହାରେ ପ୍ରକାଶ ସିଂହ ସାମ୍ପ୍ରଦାୟିକ ବିକାଶ, ପଞ୍ଚାୟତିରାଜ, ପଶୁପାଳନ, ଦୁଗ୍ଧ ଇତ୍ୟାଦି ମନ୍ତ୍ରଣାଳୟର କାର୍ଯ୍ୟନିର୍ବାହୀ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୯୯୫ ମସିହାରୁ ୨୦୦୮ ପର୍ଯ୍ୟନ୍ତ ଶିରୋମଣି ଅକାଳୀ ଦଳ  ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ୨୦୦୭-୨୦୧୨ ଏବଂ ୨୦୧୨-୧୭ ପର୍ଯ୍ୟନ୍ତ ଲଗାତାର ୧୦ ବର୍ଷ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଲାଗାତାର ୧୦ ବର୍ଷ ଲାଗି କାର୍ଯ୍ୟ କରିଥିଲେ। ପଞ୍ଜାବବାସୀଙ୍କ ସୁରକ୍ଷା ତଥା ସେମାନଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରି ପ୍ରକାଶ ସିଂହ ବାଦଲ ନିଜ ଜୀବନରେ ପ୍ରାୟ ୧୭ ବର୍ଷ କାରାଗାରରେ ବିତାଇଥିଲେ।


ଜନ୍ମ ଏବଂ ପରିବାର
ପ୍ରକାଶ ସିଂହ ବାଦଲ ୧୯୨୭ ମସିହା ଡିସେମ୍ବର ୮ ତାରିଖରେ ଅବୁଲ ଖୁରାନା (ବର୍ତ୍ତମାନ ପାକିସ୍ତାନ) ନାମକ ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏକ ଜଟ ଶିଖ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପ୍ରକାଶ ସିଂହ। ପ୍ରକାଶ ସିଂହ ବାଦଲ ସୁରିନ୍ଦର କୌର ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ସୁଖବୀର ସିଂହ ବାଦଲ ଏବଂ ପ୍ରୀତି କୌର ଅଛନ୍ତି। ଅସୁସ୍ଥତା ହେତୁ ତାଙ୍କ ପତ୍ନୀ ସୁରିନ୍ଦର କୌର ୨୦୧୧ ବର୍ଷରେ ମୃତ୍ୟୁ ବରଣ କରିଥିଲେ। ପୁଅ ସୁଖବୀର ସିଂହ ବାଦଲ ପଞ୍ଜାବର ଫଜିଲିକା ନିର୍ବାଚନମଣ୍ଡଳୀରୁ ବିଧାୟକ ନିର୍ବାଚିତ ହେବା ସହିତ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରି ସାରିଛନ୍ତି। ପ୍ରକାଶ ସିଂହ ବାଦଲଙ୍କ ଝିଅ ପ୍ରୀତି କୌର ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂ କୈରନଙ୍କ ପୁଅଙ୍କୁ ବିବାହ କରିଛନ୍ତି।


ଶିକ୍ଷା ଏବଂ କ୍ୟାରିଅର 
ପ୍ରକାଶ ସିଂହ ବାଦଲ ତାଙ୍କର ପ୍ରାଥମିକ ଶିକ୍ଷା ଲାହୋର ଖ୍ରୀଷ୍ଟିଆନ କଲେଜ ଠାରେ ଶିକ୍ଷା ଗ୍ରହଣ କରିଥିଲେ। ୧୯୪୭ ମସିହାରେ ପ୍ରକାଶ ସିଂହ ବାଦଲ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିଲେ। ହେଲେ ୧୯୫୭ ମସିହାରେ ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ଅନେକ ଦଶନ୍ଧି ଧରି ପ୍ରକାଶ ସିଂହ ବାଦଲ ପଞ୍ଜାବ ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଆସିଛନ୍ତି। ତାଙ୍କୁ ପଞ୍ଜାବ ରାଜନୀତିରେ ଜଣେ ସମ୍ମାନିତ ବରିଷ୍ଠ ବ୍ୟକ୍ତି ମାନ୍ୟତା ଦିଆଯାଇଛି। ପ୍ରକାଶ ସିଂହ ଜଣେ ଦକ୍ଷ ରାଜନେତା ହେବା ସହିତ ସେ ଧର୍ମ ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ରହୁଥିବା ଜଣେ ବ୍ୟକ୍ତି। ୧୯୫୭ ମସିହାରେ କଂଗ୍ରେସ ଦଳରୁ ପ୍ରଥମ ଥର ପାଇଁ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରକାଶ ସିଂହ। ନିଜର ରାଜନୈତିକ କ୍ୟାରିଅର ମଧ୍ୟରେ ୧୦ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୬୧ ମସିହାରେ ପ୍ରକାଶ ସିଂହଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପ୍ରକାଶ ସିଂହ ୧୯୭୨, ୧୯୮୦ ଏବଂ ୨୦୦୨ ମସିହାରେ ବିରୋଧୀ ଦଳ ନେତା ଭାବରେ ପଞ୍ଜାବ ବିଧାନସଭାର କାର୍ଯ୍ୟ କରିଥିଲେ। ପ୍ରକାଶ ସିଂହ ବାଦଲ ହେଉଛନ୍ତି ପଞ୍ଜାବର ଅଷ୍ଟମ ମୁଖ୍ୟମନ୍ତ୍ରୀ।


୧୯୭୭ ଲୋକସଭାକୁ ନିର୍ବାଚିତ ହେବା ପରେ ସେ କେନ୍ଦ୍ର ସରକାରରେ କୃଷି ଏବଂ ଜଳସେଚନ ମନ୍ତ୍ରୀ ହୋଇଥିଲେ। ୧୯୭୭ ପ୍ରକାଶ ସିଂହ ପୁଣି ଥରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। ଯେତେବେଳେ ୧୯୭୦ ମସିହାରେ ପ୍ରକାଶ ସିଂହ ବାଦଲ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ ଦେଶର କନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ସହିତ ଯେତେବେଳେ ସେ ୨୦୧୨ ବର୍ଷରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ ଦେଶର ସବୁଠାରୁ ବରିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏପରିକି ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ସେ ​​ସବୁଠାରୁ ବୟସ୍କ ପ୍ରାର୍ଥୀ ଭାବରେ ଉଭା ହୋଇଥିଲେ।


୨୦୧୫ ବର୍ଷରେ ତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ୨୦୧୧ ବର୍ଷରେ ଅକାଲ ତଖ୍ତ ତାଙ୍କୁ ପନ୍ଥ ରତନ ଫଖର-ଏ-କୌମ (ଆକ୍ଷରିକ ଭାବରେ ଧର୍ମର ଅଳଙ୍କାର ଏବଂ ସମ୍ପ୍ରଦାୟର ଗର୍ବ) ଆଖ୍ୟା ପ୍ରଦାନ କରିଥିଲେ। ସର୍ଦ୍ଦାର ବାଦଲ ଦୀର୍ଘ ଦିନ ଜେଲରେ ରହିବା ପରେ ଏବଂ ଏହି ଆଖ୍ୟା ଅର୍ଜନ କରିଥିଲେ। ବିଭିନ୍ନ ଅକାଳୀ ଆନ୍ଦୋଳନ ସମୟରେ ତାଙ୍କୁ ଅନେକ ଅତ୍ୟାଚାରର ସାମ୍ନା କରିବାକୁ ପଡ଼ିଥିଲା।