Nupur Sharma Controversy: ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମା ରଖିଥିବା ବୟାନକୁ ନେଇ ସୃଷ୍ଟି ହୋଇଥିବା ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନା ଧରୁନାହିଁ। ପଞ୍ଜାବ ଜଲନ୍ଧରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ସିଟି ଇନଷ୍ଟିଚ୍ୟୁଟ ଠାରେ ଏହାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ଏହି ଶିକ୍ଷାନୁଷ୍ଠାନରେ ପଢୁଥିବା ଜାମୁ ଅଞ୍ଚଳରେ ଜଣେ ଛାତ୍ରୀ ଗତ ଶୁକ୍ରବାର ନୁପୂର ଶର୍ମାଙ୍କ ସପକ୍ଷରେ ଏକ ପୋଷ୍ଟ କରିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା। ଯାହାକୁ ଗ୍ରହଣ କରି ପାରି ନଥିଲେ ଏଠାରେ ପଢୁଥିବା କାଶ୍ମୀର ଛାତ୍ର। ଏହାକୁ ନେଇ ସେମାନେ ଶିକ୍ଷାନୁଷ୍ଠାନ ପରିସରରେ ହଙ୍ଗାମା କରିଥିଲେ।
 
ଏହି ଶିକ୍ଷାନୁଷ୍ଠାନରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ଜାମୁ କାଶ୍ମୀର ଅଞ୍ଚଳର ବୋଲି ଜଣାପଡ଼ିଛି। ପୋଷ୍ଟ କରିବା କରିବାକୁ ଏଠାକାର ମାହୋଲ ଏତେ ବିବାଦପୂର୍ଣ୍ଣ ହୋଇଗଲା ଯେ ଏଠାରେ ପୋଲିସ ବଳ ମୁତୟନ କରିବାକୁ ପଡି଼ଥିଲା। ଏହି ଅନୁଷ୍ଠାନରେ ପଢୁଥିବା କାଶ୍ମୀରଛାତ୍ର ଜମୁ ଅଞ୍ଚଳର ଛାତ୍ରୀ ସହ ଅସଦାଚରଣ କରିଥିଲେ। ଯାହା ପରେ ହିନ୍ଦୁ ଛାତ୍ରଛାତ୍ର ଆତଙ୍କିତ ହୋଇପଡ଼ିଥିଲେ। ଏହି ବିବାଦ ଶୁକ୍ରବାର ରାତି ପ୍ରାୟ ୧୨ଟା ଠାରୁ ଆରମ୍ଭ ହୋଇ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିଲା। କାଶ୍ମୀର ଛାତ୍ର ମଧ୍ୟ ହିନ୍ଦୁ ଛାତ୍ରୀଙ୍କୁ ଜବରଦସ୍ତ କ୍ଷମା ମଗାଇଥିଲେ। କେବଳ ଏତିକି ନୁହେଁ ପୋଲିସ ଏବଂ ଶିକ୍ଷାନୁଷ୍ଠାନ ପରିଚାଳନା କର୍ତ୍ତୃପକ୍ଷ ମଧ୍ୟ ଏହି ବିବାଦରେ ଉକ୍ତ ଛାତ୍ରୀକୁ ଦାୟୀ କରିଥିଲେ।


COMMERCIAL BREAK
SCROLL TO CONTINUE READING

କାଶ୍ମୀର ଛାତ୍ରଙ୍କ ଭିଡ଼ ଦେଖି ଏଠାରେ ଜାମୁ ଅଞ୍ଚଳର ଛାତ୍ରୀ ଭୟଭୀତ ହୋଇପଡ଼ିଥିଲେ। କାଶ୍ମରୀ ଛାତ୍ର ରାତିସାରା ହଙ୍ଗାମା କରିବା ସହ ଶିକ୍ଷାନୁଷ୍ଠାନ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି କରିଥିଲେ। ସେମାନେ ଉଚ୍ଚ ସ୍ୱରରେ ସ୍ଲୋଗାନ ଦେଇ ଚିତ୍କାର କରିଥିଲେ। ପରିସ୍ଥିତି ଏତେ ଉତ୍ତେଜନପୂର୍ଣ୍ଣ ହୋଇପଡି଼ଲା ଯେ ନିଜକୁ ବଞ୍ଚାଇବାକୁ ଯାଇ ଛାତ୍ରୀଙ୍କୁ ଲୁଚିବାକୁ ପଡିଥିଲା। ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବା ଲାଗି ଛାତ୍ରୀଙ୍କୁ ଜବରଦସ୍ତ କ୍ଷମା ମଗାଇଥିଲା କାଶ୍ମୀର ଛାତ୍ର। ଏହି ଶିକ୍ଷାନୁଷ୍ଠାନର ଲୋକସମ୍ପର୍କ ଅଧିକାରୀ କାନୱାରପ୍ରୀତ ସ୍ୱୀକାର କରିଛନ୍ତି ଯେ କାଶ୍ମୀର ଛାତ୍ର ରାତିସାରା ଶିକ୍ଷାନୁଷ୍ଠାନ ପରିସରରେ ହଙ୍ଗାମା କରିଥିଲେ।


କାଶ୍ମୀର ଛାତ୍ର ଅଭିଯୋଗ କରିଛନ୍ତି ଜାମୁ ଅଞ୍ଚଳର ଛାତ୍ରୀ ସୋସିଆଲ ମିଡିଆମରେ ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ସପକ୍ଷରେ ଏକ ପୋଷ୍ଟ କରିଥିଲେ। ମାତ୍ର ଏହାକୁ ନେଇ ବିବାଦ ତେଜିବାରୁ ଜାମୁ ଛାତ୍ରୀ କ୍ଷମା ନ ମାଗିବା ପର୍ଯ୍ୟନ୍ତ ବିବାଦ ଜାରି ରହିଥିଲା। ଉତ୍ତେଜନା ଏତେ ବଢିଗଲା ଯେ ଶିକ୍ଷାନୁଷ୍ଠାନ ପରିସରରେ ପୋଲିସ ବଳ ମୁତୟନ କରିବାକୁ ପଡ଼ିଲା। ଅନୁଷ୍ଠାନର ଏକ ସୂତ୍ରରୁ ଜଣାପଡିଛି ଯେ ଅନେକ ଯୁବକଙ୍କୁ ଆକ୍ରମଣ କରାଯାଇଛି। ଏହି ଅନୁଷ୍ଠାନରେ ଏହା ପ୍ରଥମ ଘଟଣା ନୁହେଁ। ଅତୀତରେ ମଧ୍ୟ ସିଟି ଇନଷ୍ଟିଚ୍ୟୁଟ୍ ଚର୍ଚ୍ଚାରେ ରହିଆସିଛି। ପ୍ରାୟ ୪ ବର୍ଷ ପୂର୍ବେ ପଞ୍ଜାବ ଏବଂ ଜାମୁ କାଶ୍ମୀର ପୋଲିସ ଏହି ଅନୁଷ୍ଠାନର ହଷ୍ଟେଲ ପରିସରରୁ ଅଲ କାଏଦା ସହ ଜଡିତ କାଶ୍ମୀର ଆତଙ୍କବାଦୀ ସଙ୍ଗଠନ ଅନସାର ଗଜୱାତ-ଉଲ-ହିନ୍ଦ ସହ ଜଡିତ ରହିଥିବା ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେହି ସମୟରେ ଗିରଫ ହୋଇଥିବା ୩ ଜଣ ଏହି ଶିକ୍ଷାନୁଷ୍ଠାନ ପରିସରରେ ମୁସଲିମ ଆତଙ୍କବାଦୀ ସଙ୍ଗଠନ ସ୍ଲିପର ସେଲ ଚଳାଇଥିବାର ଅଭିଯୋଗ ହୋଇଥିଲା।


Also Read: ସରକାରୀ ବାସଭବନରେ ଲାଗିଲା ଆତଙ୍କବାଦୀ ଫଟୋ; ଦର୍ଶାଗଲା ବିଶ୍ୱର ସବୁ ଠାରୁ ବଡ ଇଞ୍ଜିନିୟର


Also Read: କଲେଜ ପରିସରରେ ନମାଜ ପଢି ଫସିଗଲେ ପ୍ରଫେସର; ନିଆଗଲା ଏହି କାର୍ଯ୍ୟାନୁଷ୍ଠାନ