ନୂଆଦିଲ୍ଲୀ: Punjab School Closed: ପଞ୍ଜାବ ସରକାର  (Punjab Govt) ଶୁକ୍ରବାର  ଆଉ ଚାରିଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ରାଜ୍ୟରେ କୋରୋନୋ ଭୂତାଣୁ (Coronavirus) ମାମଲା ବୃଦ୍ଧି ଯୋଗୁଁ ସମସ୍ତ ସ୍କୁଲ ବନ୍ଦ କରି ଦେଇଛନ୍ତି । ଏଜେନ୍ସି ଅନୁଯାୟୀ, ରାଜ୍ୟର ଆଠଟି ଜିଲ୍ଲା- ଲୁଧିଆନା, ପଟିଆଲା, ମୋହାଲି, ଫତେହଗଡ ସାହିବ, ଜଲନ୍ଦର, ନୱାନଶାହର, କାପୁରଥାଲା ଏବଂ ହୋଶିଆରପୁରରେ କର୍ଫ୍ୟୁ ଲାଗୁ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଯେଉଁଠାରେ ଯାତ୍ରୀ ଦେଖାଇବେ ହାତ, ଡ୍ରାଇଭରଙ୍କୁ ସେଠାରେ ରୋକିବାକୁ ହେବ ବସ୍


ସରକାରୀ ଓ ବେସରକାରୀ ବିଦ୍ୟାଳୟ (Schools) ର ସମସ୍ତ ଶ୍ରେଣୀ ପାଇଁ ସ୍କୁଲ ଶିକ୍ଷା ବିଭାଗ ପ୍ରେପରେଟରୀ ଛୁଟି ଘୋଷଣା କରିଛି । ଯାହାର ସୂଚନା ରାଜ୍ୟ ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଦ୍ୟାଳୟରେ ଶିକ୍ଷକମାନେ ଉପସ୍ଥିତ ରହିବେ । କେବଳ କୋରୋନା ସଂକ୍ରମଣ ଯୋଗୁଁ ପିଲାମାନଙ୍କ ପାଇଁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି ।


ଅଧିକ ପଢ଼ନ୍ତୁ:-ପୁଣି ଟେନସନ ବଢ଼ାଇଲା କୋରୋନା, ଦେଶରେ ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...


ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରସ୍ତୁତି ପାଇଁ ସେମାନଙ୍କ ଶିକ୍ଷକଙ୍କଠାରୁ ସାହାଯ୍ୟ ନେବାକୁ ଚାହୁଁଛନ୍ତି, ସେମାନେ ବିଦ୍ୟାଳୟକୁ ଆସିପାରିବେ । ସେ କହିଛନ୍ତି ଯେ COVID-19 ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରି ବିଦ୍ୟାଳୟର ଫାଇନାଲ ପରୀକ୍ଷା ଆୟୋଜନ କରାଯିବ । କୋଭିଡ-19 ନିର୍ଦ୍ଦେଶାବଳୀକୁ ପାଳନ ସୁନିଶ୍ଚିତ କରି ପରୀକ୍ଷା ପରିଚାଳନା ପାଇଁ ବିସ୍ତୃତ ନିର୍ଦ୍ଦେଶ ଶୀଘ୍ର ପ୍ରଦାନ କରାଯିବ ।


ଅଧିକ ପଢ଼ନ୍ତୁ:-ଗତ ବର୍ଷ ପରି ହେବାକୁ ଲାଗିଛି ପରିସ୍ଥିତି, ଡରାଉଛି ଗତ ୨୪ ଘଣ୍ଟାର କୋରୋନା ରିପୋର୍ଟ


ପଞ୍ଜାବ ସ୍କୁଲ ଶିକ୍ଷା ବୋର୍ଡ (PSEB) ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ କରିସାରିଛି । PSEB ଦ୍ୱାରା ଘୋଷିତ ତାରିଖ ଅନୁଯାୟୀ, ମାର୍ଚ୍ଚ ୫ରୁ ପଞ୍ଚମ ଶ୍ରେଣୀ ପାଇଁ ପରୀକ୍ଷା, ମାର୍ଚ୍ଚ ୮ରୁ ଅଷ୍ଟମ ଓ ଦ୍ୱାଦଶ ଶ୍ରେଣୀ ଏବଂ ଏପ୍ରିଲ୍ ୯ରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ । ଏହା ବ୍ୟତୀତ ୬ଷ୍ଠ, ୭ମ, ୯ମ, ୧୧ଦଶ ଶ୍ରେଣୀ ପାଇଁ ପରୀକ୍ଷା ମାର୍ଚ୍ଚ ୧୫ରୁ ଆରମ୍ଭ ହେବ । ୧ମରୁ ୪ର୍ଥ ଶ୍ରେଣୀ ପାଇଁ ପରୀକ୍ଷା ମାର୍ଚ୍ଚ ୧୭ରୁ ଆରମ୍ଭ ହେବ ।