ନୂଆଦିଲ୍ଲୀ: ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗିରଫ। ଲାଲକିଲ୍ଲା ହିଂସା ମାମଲାରେ ଦଲ୍ଲୀ ପୋଲିସର ସ୍ପେଶାଲ ସେଲ ତାଙ୍କୁ ଗିରଫ କରିଛି। ପ୍ରାୟ ୧୩ ଦିନ ଫେରାର ପରେ ଆଜି ଦୀପ ସିଦ୍ଧୁ ପୋଲିସ ପଞ୍ଝାରେ ପଡିଛନ୍ତି। ତେବେ ତାଙ୍କୁ କେଉଁଠୁ ଗିରଫ କରାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।


COMMERCIAL BREAK
SCROLL TO CONTINUE READING

୭୨ତମ ଗଣତନ୍ତ୍ର ଦିବସ (Republic Day)ରେ ଟ୍ରାକ୍ଟର ରାଲି ବାହାନାରେ ଘଟାଯାଇଥିବା ହିଂସାକାଣ୍ଡର ଅଭିଯୁକ୍ତ ଦୀପ ସିଦ୍ଧୁ। ତାଙ୍କ ବିରୁଦ୍ଧାରେ କୃଷକ ରାଲି (Tracktor Rally) କୁ ପଥଭ୍ରଷ୍ଟ କରିବା ଓ ଲାଲକିଲ୍ଲାରେ ନିର୍ଦ୍ଧିଷ୍ଟ ଧର୍ମର ବାନା ଉଡାଇବା ଅଭିଯୋଗ ହୋଇଛି। ଲାଲକିଲ୍ଲା ହିଂସା (LalQuila violence) ବେଳେ ଦୀପ ସେଠାରୁ ଫେସବୁକ୍ ଲାଇଭ କରୁଥିଲେ। ବିଭିନ୍ନ ଭିଡିଓ ଆଧାରରେ ଏହି ପଞ୍ଜାବୀ ଅଭିନେତା (Deep Sidhu) ଙ୍କ ସମେତ ୧୨ ଜଣଙ୍କ ନାମରେ ଏକାଧିକ ସଙ୍ଗୀନ ଧାରା ଲାଗିଛି।


Also Read: କ୍ରାଇମବ୍ରାଞ୍ଚ ସହ ଲୁଚକାଳି ଖେଳୁଛନ୍ତି ଦୀପ ସିଦ୍ଧୁ, Facebook ଖୋଲିଲା ଗୁମର


ପ୍ରାୟ ୧୩ ଦିନ ଧରି ଦିଲ୍ଲୀ ପୋଲିସ ଲାଲକିଲ୍ଲା ହିଂସାର ଅଭିଯୁକ୍ତଙ୍କୁ ଖୋଜୁଥିଲା। ଆଉ ଆଜି ଫେରାର ଦୀପ ସିଦ୍ଧୁ (Punjabi Actor) ଙ୍କୁ ଗରଫ କରିବାରେ ସଫଳ ହୋଇଛି। ଦୀପଙ୍କ ମୁଣ୍ଡ ଉପରେ ପୋଲିସ (Delhi Police) ଲକ୍ଷେ ଟଙ୍କାର ପୁରସ୍କାର ରଖିଥିଲା। ଦୀପଙ୍କ ଗିରଫଦାରୀ ପରେ ଲାଲକିଲ୍ଲା ତାଣ୍ଡବର ଅନେକ ଗୁମର ଖୋଲିବ ବୋଲି ଆଶା କରାଯାଉଛି।