ନୂଆଦିଲ୍ଲୀ: ଆଜିର ଦିନର ଇତିହାସ ଭାରତୀୟ ବାୟୁସେନା-ଆଇଏଏଫ(IAF-Indian Air Force) ଲାଗି ଅବିସ୍ମରଣୀୟ । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ଯୁଦ୍ଧବିମାନ ରାଫେଲକୁ (Modern Fighter Jet Rafale) ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ କରିଛି ଭାରତ।
 
ଚଳିତ ଜୁଲାଇ ୨୯ ତାରିଖରେ ଭାରତକୁ ପ୍ରଥମ ୫ଟି ରାଫେଲ ସ୍କ୍ୱାଡ୍ରନ (Rafale Squadron) ହସ୍ତାନ୍ତର କରିଥିଲା ଫ୍ରାନ୍ସ । ଯାହାକୁ ଔପଚାରିକ ଭାବେ ସେପ୍ଟେମ୍ବର ୧୦ ତାରିଖ ଗୁରୁବାର ଠାରୁ ବ୍ୟବହାର କରିବା ଆରମ୍ଭ କରିଛି ଆଇଏଏଫ । ଏନେଇ ହରିୟାଣାସ୍ଥିତ (Haryana) ଅମ୍ବାଲା ବାୟୁସେନା ଘାଟି (Ambala Air Base) ଠାରେ ଆୟୋଜିତ ହୋଇଥିବା ଏୟାର ସୋ କାର୍ଯ୍ୟକ୍ରମରେ (Air Show Programme) ଯୋଗ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ (Defence Minister Rajnath Singh), ଫ୍ରାନ୍ସ ପ୍ରତିପକ୍ଷ ଫ୍ଲୋରେନ୍ସ ପାର୍ଲି (French Counterpart Florence Parly), ଚିଫ ଡିଫେନ୍ସ ଅପ ଷ୍ଟାଫ-ସିଡିଏସ(CDS-Chief of Defence Staff) ବିପିନ ରାୱତ (Bipin Rawat), ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ (IAF Chief RKS Bhadoria)।


COMMERCIAL BREAK
SCROLL TO CONTINUE READING

 





 
ସାମରିକ କ୍ଷେତ୍ରରେ ବଢିଲା ଭାରତର କ୍ଷମତା 


ଯୁଦ୍ଧ ବିମାନର ରାଫେଲର ୧୭ତମ ସ୍କ୍ୱାଡ୍ରନ (Rafale 17th Squadron) ବର୍ତ୍ତମାନ ଗୋଲ୍ଡେନ ଏରୋସ୍ପେଶ (Golden Aero Space) ଅଂଶରେ ସାମିଲ ହୋଇସାରିଛି । ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ ୫୫୦୦୦ ଫୁଟ ଉଚ୍ଚତାରୁ ଆକ୍ରମଣ କରିବାକୁ ସକ୍ଷମ । ଉଡାଣ ସମୟରେ ଏହା ୧୬ ଟନ ବୋମା (Bomb) ସହ କ୍ଷେପଣାସ୍ତ୍ର (Missile) ପରିବହନ କରିପାରିବ । ରାଫେଲରେ ମଲ୍ଟି ଡାଇରେକ୍ସନାଲ ରାଡାର (Rafale Multi Directional Radar) ସଂଯୁକ୍ତ ହୋଇଛି, ଯାହାର ଫଳ ସ୍ୱରୂପ ଏହାର ନଜରରୁ ଶତ୍ରୁପକ୍ଷ ବଞ୍ଚିପାରିବେ ନାହିଁ । ଥରକେ ୪୦ଟି ଲକ୍ଷ୍ୟକୁ ଧ୍ୱଂସ କରିପାରିବ ଏହି ଯୁଦ୍ଧବିମାନ । ଏହାର ଘଣ୍ଟାପ୍ରତି ବେଗ ୨୨୦୦ କିଲୋମିଟର। ରାଫେଲ ୩ ପ୍ରକାର ଘାତକ କ୍ଷେପଣାସ୍ତ୍ରରେ ସଜ୍ଜିତ ।