Rahul Gandhi Property: କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ସୂଚନା ଦେଇଛନ୍ତି ଯେ ତାଙ୍କର ସମ୍ପତ୍ତି ୨୦ କୋଟିରୁ ଅଧିକ। ରାହୁଲ ଶୁକ୍ରବାର ଦିନ ରାଏବେରେଲି ଲୋକସଭା ଆସନରୁ (Raebareli Lok Sabha Seat) ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗାନ୍ଧୀଙ୍କ ନାମାଙ୍କନ ପତ୍ର ସହିତ ଦିଆଯାଇଥିବା ସମ୍ପତ୍ତି ଏବଂ ଦାୟିତ୍ୱ ଗୁଡିକର ବିବରଣୀ ଅନୁଯାୟୀ କଂଗ୍ରେସ ନେତାଙ୍କ ୯କୋଟି ୨୪ ଲକ୍ଷ ୫୯ହଜାର ୨୬୪ ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ଏଥିରେ ୩ କୋଟି ଟଙ୍କା ୮୧ ଲକ୍ଷ ୩୩ ହଜାର ୫୭୨ ମୂଲ୍ୟର ସେୟାର, ୨୬ ଲକ୍ଷ ୨୫ ହଜାର ୧୫୭ମୂଲ୍ୟର ବ୍ୟାଙ୍କ ବାଲାନ୍ସ ଏବଂ ୧୫ ଲକ୍ଷ ୨୧ ହଜାର ୭୪୦ ମୂଲ୍ୟର ସୁନା ବଣ୍ଡ ଅନ୍ତର୍ଭୁକ୍ତ । 


COMMERCIAL BREAK
SCROLL TO CONTINUE READING

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ସୂଚନା ଦେଇଛନ୍ତି ଯେ ତାଙ୍କ ପାଖେ ବର୍ତ୍ତମାନ ୧୧ କୋଟି ୧୫ ଲକ୍ଷ ୨ହଜାର ୫୯୮ ସମ୍ପତ୍ତି ରହିଛି। ଏଥିରେ ୯ କୋଟି ୪ଲକ୍ଷ ୮୯ ହଜାର ମୂଲ୍ୟର ସ୍ୱୟଂ କ୍ରୟ ସମ୍ପତ୍ତି ଏବଂ ୨କୋଟି ଦଶ ଲକ୍ଷ ତେର ହଜାର ୫୯୮ ମୂଲ୍ୟର ଉତ୍ତରାଧିକାରୀ ସମ୍ପତ୍ତି ଅନ୍ତର୍ଭୁକ୍ତ । ରାହୁଲ କହିଛନ୍ତି ଯେ,  ତାଙ୍କ ପାଖରେ ୫୫ ହଜାର ଟଙ୍କା ନଗଦ ଏବଂ ୪୯ ଲକ୍ଷ ୭୯ ହଜାର ୧୮୪ ଟଙ୍କାର ଲୋନ୍ ବା ଉଧାରି ରହିଛି।ଗତ ଆର୍ଥିକ ବର୍ଷରେ (୨୦୨୨-୨୩) ରେ, ତାଙ୍କର ବାର୍ଷିକ ଆୟ  ଏକ କୋଟି ୨ ଲକ୍ଷ ୭୮ ହଜାର ୬୮୦ ଥିଲା । ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଟ୍ରିନିଟି କଲେଜରୁ ଏମ.ଫିଲ ଡିଗ୍ରୀ ହାସଲ କରିଛନ୍ତି। ଫ୍ଲୋରିଡାର ରୋଲିନ୍ସ କଲେଜରୁ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।


ରାହୁଲଙ୍କ ପାଖେ ନାହିଁ କୌଣସି କାର୍ 
ରାହୁଲ ଗାନ୍ଧୀ ତାଙ୍କ ପ୍ରମାଣପତ୍ରରେ କହିଛନ୍ତି ଯେ ତାଙ୍କ ପାଖରେ କୌଣସି ମୋଟର କାର କିମ୍ବା ଅନ୍ୟାନ୍ୟ ଯାନ ନାହିଁ କିନ୍ତୁ ତାଙ୍କର ୪୯ ଲକ୍ଷ ୭୯ ହଜାର ୧୮୪ ଟଙ୍କା ଉଧାରୀ ରହିଛି । ଯାହା ତାଙ୍କ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମିଳିତ ମାଲିକାନା । ଏହା ବ୍ୟତୀତ ଗୁରୁଗ୍ରାମରେ ସିଗ୍ନେଚର୍ ଟାୱାରରେ ୫,୮୩୮ବର୍ଗଫୁଟ ବ୍ୟବସାୟିକ ଆପାର୍ଟମେଣ୍ଟ (ଅଫିସ୍ ସ୍ପେସ୍)ରହିଅଛି । 


ରାହୁଲ ଗାନ୍ଧୀଙ୍କ ଇନକମ ସୋର୍ସ
କଂଗ୍ରେସ ସାଂସଦ କହିଛନ୍ତି ଯେ, ଯେ ତାଙ୍କର ଆୟର ଉତ୍ସ ହେଉଛି ସାଂସଦ ଭାବେ ଦରମା, ରୟାଲିଟି, ଭଡା, ବଣ୍ଡରୁ ସୁଧ, ଡିଭିଡେଣ୍ଡ ଏବଂ ମ୍ୟୁଚୁଆଲ ଫଣ୍ଡରୁ ପୁଞ୍ଜି ଲାଭ। ଯେତେବେଳେ କି ୨୦୨୧-୨୨ ମସିହାରେ ଏହା ଏକ କୋଟି ୩୧ ଲକ୍ଷ ୪ ହଜାର ୯୭୦ ଥିଲା । 


ରାହୁଲଙ୍କ ନାଁରେ ୧୮ ଟି ମାମଲା
କଂଗ୍ରେସ ନେତା ସୂଚନା ଦେଇଛନ୍ତି ଯେ ତାଙ୍କ ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ୧୮ ଟି ମାମଲା ରୁଜୁ ହୋଇଛି। ସେ ଉଲ୍ଲେଖ କରିଛନ୍ତି ଯେ ମାର୍ଚ୍ଚ ୨୦୨୩ ରେ ମୁଖ୍ୟ ବିଚାରପତି ମାଜିଷ୍ଟ୍ରେଟଙ୍କ କୋର୍ଟ ଦ୍ୱାରା 'ମୋଦି ସମାଜ' ବିରୁଦ୍ଧରେ ହୋଇଥିବା ବଦନାମ ଅଭିଯୋଗରେ ତାଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ୪୯୯ ଏବଂ ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। 


Also Read:  Gajakesari Yoga 2024: ୧୦୦ ବର୍ଷ ପରେ ହେବ ଗଜକେଶରୀ ଯୋଗ, ୩ ରାଶିର ଚମକିବ ଭାଗ୍ୟ!


Also Read: Top 10 News Headlines: ସକାଳର 10ଟି ବଡ଼ ଖବର