Rail Budget 2023 Odisha: ଫେବୃଆରୀ ୧ ତାରିଖ ବୁଧବାର ସଂସଦରେ ଆଗତ ହୋଇଥିଲା ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ। ଚଳିତ ବର୍ଷର ରେଳ ବଜେଟ ପରିମାଣରେ ଓଡିଶା ପାଇଁ ସର୍ବାଧିକ ପାଣ୍ଠି 
ଆବଣ୍ଟିତ କରିଛନ୍ତି କେନ୍ଦ୍ର ସରକାର। ୨୦୨୩-୨୪ ବର୍ଷର ରେଳ ବଜେଟ ଜରିଆରେ ଓଡ଼ିଶା ୧୦ ହଜାର ୧୨ କୋଟି ଟଙ୍କାର ସହାୟତା ରାଶି ପାଇଛି। ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ଓଡ଼ିଶା ୮୪୦୦ କୋଟି ଟଙ୍କା ଦାବି କରିଥିବାବେଳେ କେନ୍ଦ୍ର ସରକାର ୧୦ ହଜାର ୧୨ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିଛନ୍ତି। ଏଥର ରେଳ ବଜେଟରେ ଦାବି ଠାରୁ ୧୬୧୨ କୋଟି ଟଙ୍କାର ଅଧିକ ସହାୟତା ରାଶି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।


COMMERCIAL BREAK
SCROLL TO CONTINUE READING

ବଜେଟ୍ ପାଣ୍ଠି ଆବଣ୍ଟନ ସମ୍ପର୍କରେଘୋଷଣା କରିବାବେଳେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଓଡ଼ିଶାରେ ୨୮୦ କିଲୋମିଟର ଲମ୍ବା ରେଳ ଟ୍ରାକ୍ ନିର୍ମାଣ କରାଯିବ ଏବଂ ୫୭ ରେଳ ଷ୍ଟେସନ ଆଧୁନିକୀକରଣ କରାଯିବ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଲିଙ୍ଗରାଜ ରୋଡ୍ ରେଳ ଷ୍ଟେସନ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିବାକୁ ଭୁବନେଶ୍ୱର ବିମାନବନ୍ଦର ଠାରେ ପହଞ୍ଚୁଥିବା ପର୍ଯ୍ୟଟକଙ୍କ ପାଇଁ ଗମନାଗମନ ସ୍ଥାନ ଭାବେ ବ୍ୟବହାର କରାଯିବ।


ପୁରୀ ପରିଦର୍ଶନ କରିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରୁ ଲିଙ୍ଗରାଜ ରୋଡ ଷ୍ଟେସନ ପର୍ଯ୍ୟନ୍ତ ବ୍ୟାଟେରୀ ଚାଳିତ କିମ୍ବା ହାଇଡ୍ରୋଜେନ ଚାଳିତ ଯାନ ଚଳାଚଳ କରିବା ପାଇଁ ଯୋଜନା ରହିଛି। ସେମାନେ ବିମାନବନ୍ଦର ଠାରୁ ଲିଙ୍ଗରାଜ ରୋଡ ଷ୍ଟେସନ ପର୍ଯ୍ୟନ୍ତ ଆସିପାରିବେ। ଯେଉଁଠାରୁ ସେମାନେ ପୁରୀ ପାଇଁ ଟ୍ରେନ ଧରିପାରିବେ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।


ଗତ ଥରର ବଜେଟରେ ଓଡ଼ିଶା ରେଳ ଭିତ୍ତିଭୂମି ପାଇଁ କେନ୍ଦ୍ର ପାଖରୁ ୭୬୦୦ କୋଟି ଟଙ୍କା ଦାବି କରିଥିଲା। ହେଲେ ଗତ ଥର ରାଜ୍ୟ ୬୩୦୩ କୋଟିର ଟଙ୍କା ସହାୟତା ପାଇଥିଲା। ଓଡ଼ିଶାକୁ ରେଳ ବଜେଟରେ ୯୭୩୪ କୋଟି ଟଙ୍କାର ସହାୟତା ମିଳିଛି। ଯେଉଁଥିରେ ରାଜ୍ୟ ଅଂଶ ଏବଂ ଅତିରିକ୍ତ ବଜେଟ୍ ସମ୍ବଳ ଅନ୍ତର୍ଭୂକ୍ତ ରହିଥିଲା। 


ରାଜ୍ୟର ପ୍ରମୁଖ ରେଳ ଦାବି ମଧ୍ୟରେ ୧୪୨ କିମି ଲମ୍ବା ବରଗଡ଼-ନୂଆପଡ଼ା ଭାୟା ପଦମପୁର ପ୍ରକଳ୍ପ ରହିଛି। ଏହି ପ୍ରସ୍ତାବିତ ନୂତନ ଲାଇନ ପାଇଁ ୧୦୦ କୋଟି ଟଙ୍କା ଦାବି କରାଯାଇଥିଲା। ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ପଦମପୁର ଉପନିର୍ବାଚନ ବେଳେ ଏକ ପ୍ରମୁଖ ପ୍ରସଙ୍ଗରେ ପରିଣତ ହୋଇଥିଲା। ପଦମପୁର ଉପନିର୍ବାଚନ ପାଇଁ ୩୮ କିଲୋମିଟର ଲମ୍ବା ପ୍ରସ୍ତାବିତ ପୁରୀ-କୋଣାର୍କ ରେଳ ଲାଇନ ବଦଳରେ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ଚର୍ଚ୍ଚାରେ ରହିଥିଲା।


ଅନ୍ୟପଟେ ୨୮୯ କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାର ହଜାରେ କୋଟି ଟଙ୍କା ମାଗିଥିଲେ। ରାଜ୍ୟର ଏହି ସର୍ବ ପୁରାତନ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଗତ ୮୯୧ କୋଟି ଟଙ୍କାର ସହାୟତା ମିଳିଥିଲା। ପ୍ରାୟ ୨୮୯ କିଲୋମିଟର ଲମ୍ବା ରେଳ ପ୍ରକଳ୍ପ ମଧ୍ୟରୁ ପ୍ରାୟ ୧୧୫ କିଲୋମିଟର କାର୍ଯ୍ୟକ୍ଷମ ହୋଇସାରିଛି। ଭୁବନେଶ୍ୱର, ପୁରୀ, କଟକ, ବରହମପୁର, ସମ୍ବଲପୁର, ରାଉରକେଲା ଏବଂ ବାଲେଶ୍ୱର ଠାରେ ନୂତନ ଲାଇନ ଏବଂ ରେଳ ଷ୍ଟେସନ ଆଧୁନିକୀକରଣ ପାଇଁ ସରକାର ୪୫୦୦ କୋଟି ଟଙ୍କା ମାଗିଥିଲେ।