Indian Railway: ପାର୍ବଣରେ ଚାଲୁଥିବା ଅନେକ ସ୍ପେଶାଲ ଟ୍ରେନ୍ (Special train) ବନ୍ଦ କରିବାର ସମୟ ଆସି ପହଞ୍ଚିଛି । ଯଦିଓ ସମସ୍ତ ଟ୍ରେନ୍ ବନ୍ଦ କରାଯିବ ନାହିଁ । କାରଣ ପାର୍ବଣ ସିଜିନରେ କିଛି ଜେନେରାଲ ଟ୍ରେନ୍ (General train) ମଧ୍ୟ ଏହି ବର୍ଗରେ ଚଳାଚଳ କରୁଥିଲା ଯାହା ଦ୍ୱାରା ଯାତ୍ରୀମାନଙ୍କୁ କନଫର୍ମ ଟିକେଟ (Confirm ticket) ଦିଆଯାଇପାରୁ ଥିଲା । ଅନେକ ସ୍ପେଶାଲ ଟ୍ରେନ୍ ବନ୍ଦ ହେବ ନାହିଁ କିନ୍ତୁ କିଛି ସ୍ପେଶାଲ ଟ୍ରେନ୍ ୧ ଡିସେମ୍ବରରୁ ବନ୍ଦ ହେବାକୁ ଯାଉଛି ।


COMMERCIAL BREAK
SCROLL TO CONTINUE READING

ରେଳବାଇ ଅନୁଯାୟୀ, ଏହି ଟ୍ରେନଗୁଡିକର କାର୍ଯ୍ୟ ଫେବୃଆରୀ ପର୍ଯ୍ୟନ୍ତ ବନ୍ଦ ରହିବ, ଯାହା ପରେ ସେମାନଙ୍କର ସେବା ପୁନଃ ଆରମ୍ଭ ହୋଇପାରିବ । ଯେଉଁ ଯାତ୍ରୀମାନେ ଡିସେମ୍ବର କିମ୍ବା ତା’ପରେ ଟିକେଟ୍ ନେଇଛନ୍ତି, ସେମାନେ ବାତିଲ୍ ହେବାକୁ ଯାଉଥିବା ଟ୍ରେନ୍ ଲିଷ୍ଟ ଯାଞ୍ଚ କରିବା ଜରୁରୀ । ଯାହାଦ୍ୱାରା ଯାତ୍ରାର କୌଣସି ବ୍ୟଘାତ ହେବ ନାହିଁ ।


କ'ଣ କହିଛି ରେଲୱେ 
ଏହି ବିଷୟରେ ଅଧିକ ବିବରଣୀ ଦେଇ ପଶ୍ଚିମ ରେଳବାଇ କହିଛି ଯେ ଶୀତ ସିଜିନକୁ ଦୃଷ୍ଟିରେ ରଖି ୧୨ ଟି ଟ୍ରେନ୍ ବାତିଲ ହେବ । ପଶ୍ଚିମ ରେଳବାଇ କହିଛି ଯେ ଏହି ଟ୍ରେନଗୁଡିକ ୧ ଡିସେମ୍ବରରୁ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରହିବ । ଏଭଳି ପରିସ୍ଥିତିରେ ଯଦି ରେଳ ଯାତ୍ରୀମାନେ ଏହି ସମୟ ମଧ୍ୟରେ କୌଣସି ସ୍ଥାନକୁ ଯିବାକୁ ପ୍ଲାନ କରୁଛନ୍ତି, ତେବେ ସେମାନେ ଏହି ପରିବର୍ତ୍ତନ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ।


ୱେଷ୍ଟର୍ନ ରେଳବାଇ (WR) ର ଲଟେଷ୍ଟ ଅପଡ଼େଟ ଅନୁଯାୟୀ ଏହି ସ୍ପେଶାଲ ଟ୍ରେନ୍ ଗୁଡିକ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଗୁଜୁରାଟ ମଧ୍ୟରେ ଚାଲୁଥିଲା । ଆସନ୍ତା ମାସରେ ଏହି ଟ୍ରେନ୍ ଗୁଡିକ ସ୍ଥଗିତ ରହିବ । ଏହି ଟ୍ରେନ୍ ଗୁଡିକର ତାଲିକା ନିମ୍ନରେ ଦିଆଯାଇଛି-


ଟ୍ରେନ୍ ନମ୍ବର ୦୯୦୧୭ ବାନ୍ଦ୍ରା ଟର୍ମିନସ୍ - ପ୍ରତ୍ୟେକ ବୁଧବାର ଦିନ ଚାଲୁଥିବା ହରିଦ୍ୱାର ସାପ୍ତାହିକ ଟ୍ରେନ ୧ ଡିସେମ୍ବର ୨୦୨୧ ରୁ ୨୩ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ବାତିଲ ରହିବ ।


ଟ୍ରେନ୍ ନମ୍ବର ୦୯୦୧୮ ହରିଦ୍ୱାର - ବାନ୍ଦ୍ରା ଟର୍ମିନସ୍ - ପ୍ରତ୍ୟେକ ଗୁରୁବାରରେ ହରିଦ୍ୱାରକୁ ଚାଲୁଥିବା ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ୨ ଡିସେମ୍ବର ୨୦୨୧ ରୁ ୨୪ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ବାତିଲ ରହିବ ।


ଟ୍ରେନ୍ ନମ୍ବର ୦୯୪୦୩ ଅହମ୍ମଦାବାଦ - ପ୍ରତ୍ୟେକ ମଙ୍ଗଳବାର ଦିନ ସୁଲତାନପୁର ଚାଲୁଥିବା ସାପ୍ତାହିକ ଟ୍ରେନ ୭ ଡିସେମ୍ବର ୨୦୨୧ ରୁ ୨୨ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ବାତିଲ ରହିବ ।


ଟ୍ରେନ୍ ନମ୍ବର ୦୯୪୦୪ ସୁଲତାନପୁର - ପ୍ରତ୍ୟେକ ବୁଧବାର ଦିନ ଅହମ୍ମଦାବାଦକୁ ଚାଲୁଥିବା ସାପ୍ତାହିକ ଟ୍ରେନ ୮ ଡିସେମ୍ବର ୨୦୨୧ ରୁ ୨୩ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ବାତିଲ ରହିବ ।


ଟ୍ରେନ୍ ନମ୍ବର ୦୯୪୦୭ ଅହମ୍ମଦାବାଦ - ପ୍ରତ୍ୟେକ ଗୁରୁବାର ଦିନ ବାରାଣସୀକୁ ଚାଲୁଥିବା ସାପ୍ତାହିକ ଟ୍ରେନ ୨ ଡିସେମ୍ବର ୨୦୨୧ ରୁ ୨୪ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ବାତିଲ ରହିବ ।


ଟ୍ରେନ୍ ନମ୍ବର ୦୯୪୦୮ ବାରାଣାସୀ - ପ୍ରତ୍ୟେକ ଶନିବାର ଦିନ ଅହମ୍ମଦାବାଦକୁ ଚାଲୁଥିବା  ସାପ୍ତାହିକ ଟ୍ରେନ ୪ ଡିସେମ୍ବର ୨୦୨୧ ରୁ ୨୬ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ବାତିଲ ରହିବ ।


ଟ୍ରେନ୍ ନମ୍ବର ୦୯୧୧୧ ୱାଲସଡ୍- ୭ ଡିସେମ୍ବର ୨୦୨୧ ରୁ ୨୩ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ବାତିଲ ରହିବ ।


ଟ୍ରେନ୍ ନମ୍ବର ୦୯୧୧୨ ହରିଦ୍ୱାର-ୱାଲସଡ୍ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଯାହା ପ୍ରତ୍ୟେକ ବୁଧବାରରେ ଚାଲୁଥିଲା ତାହା ୮ ଡିସେମ୍ବର ୨୦୨୧ ରୁ ୨୩ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ବାତିଲ ରହିବ ।


ଟ୍ରେନ୍ ନମ୍ବର ୦୪୩୦୯ ଉଜୈନ- ଡେରାଡୁନ୍ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଯାହା ପ୍ରତ୍ୟେକ ବୁଧବାର ଏବଂ ଗୁରୁବାର ଦିନ ଚାଲୁଥିଲା ତାହା ୨ ଡିସେମ୍ବର ୨୦୨୧ ରୁ ୨୪ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ବାତିଲ୍ ରହିବ ।


ଟ୍ରେନ୍ ନମ୍ବର ୦୪୩୧୦ ଡେରାଡୁନ୍-ଉଜୈନ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଯାହା ପ୍ରତ୍ୟେକ ମଙ୍ଗଳବାର ଏବଂ ବୁଧବାର ଦିନ ଚାଲୁଥିଲା ତାହା ୧ ଡିସେମ୍ବର ୨୦୨୧ ରୁ ୨୩ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ବାତିଲ୍ ରହିବ । 


ଏହା ବି ପଢ଼ନ୍ତୁ: ରେଲୱେ ୧୮୧୧ ପଦବୀରେ ନିଯୁକ୍ତି ଦେବା ପାଇଁ ଜାରି କଲା ବିଜ୍ଞପ୍ତି, ଏହିପରି କରନ୍ତୁ ଅପ୍ଲାଇ


ଏହା ବି ପଢ଼ନ୍ତୁ: ପେନ୍‌ସନ୍‌ଭୋଗୀଙ୍କ ପାଇଁ ମୋଦି ସରକାର କଲେ ଏହି ବଡ଼ ଘୋଷଣା