Rajasthan RTH Act news in odia: ଜୟପୁର: ରାଜସ୍ଥାନ ବିଧାନସଭାରେ ପାରିତ ହୋଇଥିବା ସ୍ୱାସ୍ଥ୍ୟ ଅଧିକାର ଆଇନକୁ ନେଇ ରାଜ୍ୟରେ ଡାକ୍ତରଙ୍କ ବିରୋଧ ଦୀର୍ଘ ଦିନ ଧରି ଚାଲିଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏକ ବଡ ସୂଚନ ପ୍ରଦାର କରିଛନ୍ତି। ସେ କହିଛନ୍ତି ଯେ ରାଜସ୍ଥାନ ସ୍ୱାସ୍ଥ୍ୟର ଅଧିକାର ପ୍ରଦାନ କରିବାରେ ଦେଶର ପ୍ରଥମ ରାଜ୍ୟ ହୋଇଛି। ଗେହଲୋଟ୍ କହିଛନ୍ତି ଯେ ଏହି ନିୟମକୁ ବିରୋଧ କରୁଥିବା ଡାକ୍ତରଙ୍କ ସହ କଥା ହେବା ପରେ ସରକାର ଏବଂ ଡାକ୍ତରଙ୍କ ମଧ୍ୟରେ ପ୍ରତ୍ୟେକ ପ୍ରସଙ୍ଗରେ ଚୁକ୍ତି ହୋଇଛି।


COMMERCIAL BREAK
SCROLL TO CONTINUE READING

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ତାଙ୍କ ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍ କରି କହିଛନ୍ତି, ମୁଁ ଖୁସି ଯେ ସରକାର ଏବଂ ଡାକ୍ତରମାନେ ଶେଷରେ ରାଇଟ୍ ଟୁ ହେଲଥ ଉପରେ ରାଜି ହୋଇଛନ୍ତି। ଫଳରେ ଏହାକୁ ନେଇ ରାଜସ୍ଥାନ ଦେଶର ପ୍ରଥମ ରାଜ୍ୟ ହୋଇପାରିଛି। ଆଗକୁ ମଧ୍ୟ ରୋଗୀ-ଡାକ୍ତର ସମ୍ପର୍କ ପୂର୍ବଭଳି ବଜାୟ ରହିବ ବୋଲି ସେ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି। 


ରାଜସ୍ଥାନ ସରକାର ନିକଟରେ ଏହି ନୂତନ କାର୍ଯ୍ୟକୁ ରାଜସ୍ଥାନ ବିଧାନସଭାରେ ପାରିତ କରିଛନ୍ତି। ସ୍ୱାସ୍ଥ୍ୟ ବିଲ୍ ହେଉଛି ରାଜସ୍ଥାନର ନାଗରିକମାନଙ୍କୁ ଘରୋଇ ଏବଂ ସରକାରୀ ଡାକ୍ତରଖାନା, କ୍ଲିନିକ୍ ଏବଂ ଲାବୋରେଟୋରୀରେ ମାଗଣା ଚିକିତ୍ସା କରିବାର ଅଧିକାର ପ୍ରଦାନ କରିବାର ବ୍ୟବସ୍ଥା। ରାଜ୍ୟ ସରକାର ଆଣିଥିବା ଏହି ବିଲରେ କୁହାଯାଇଛି ଯେ ରାଜସ୍ଥାନର ପ୍ରତ୍ୟେକ ବ୍ୟକ୍ତି ବିନା ପ୍ରି-ପେମେଣ୍ଟରେ ଜରୁରୀକାଳୀନ ଚିକିତ୍ସା ସେବା ପାଇବେ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘରୋଇ ଡାକ୍ତରଖାନା ମଧ୍ୟ ଏହି ଆଇନରେ ଅନ୍ତର୍ଭୁକ୍ତ।


ଉଲ୍ଲେଖନୀୟ କଥା ହେଉଛି, ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଡାକ୍ତରମାନେ ପୂର୍ବରୁ ବହୁ ବିରୋଧ କରିଥିଲେ। ମାର୍ଚ୍ଚ ମାସରେ ଜୟପୁରର ଏସଏମଏସ ମେଡିକାଲ କଲେଜ ବାହାରେ ଅନେକ ଡାକ୍ତର ସେମାନଙ୍କ ପଞ୍ଜୀକରଣ, ମାର୍କସିଟ୍ ଏବଂ ସ୍ୱାସ୍ଥ୍ୟ ବିଲର କପି ଜାଳି ବିରୋଧ କରିଥିଲେ। ମଙ୍ଗଳବାର ନିଜେ ଡାକ୍ତରମାନେ ଜୟପୁରରେ ଏକ ବିଶାଳ ରାଲି କରିଥିଲେ, ଯାହାକୁ ହରିୟାଣାର ଡାକ୍ତରମାନେ ମଧ୍ୟ ସମର୍ଥନ କରିଥିଲେ। ଏହି ରାଲିରେ ପ୍ରାୟ ୨୦ ହଜାର ଡାକ୍ତର ଅଂଶଗ୍ରହଣ କରିଥିବା ଦାବି କରାଯାଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ସଚିନ ପାଇଲଟ ମଧ୍ୟ ଡାକ୍ତରଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ, ଯେଉଁଥିପାଇଁ ରାଜନୀତିରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା।


ସେପଟେ ୩ଟି ସର୍ତ୍ତରେ ଡାକ୍ତର ଏହି ନିୟମ ପାଇଁ ରାଜି ହୋଇଥିବା ସୂଚନା ରହିଛି। ପ୍ରଥମ ସର୍ତ୍ତ ଅନୁଯାୟୀ ଯେଉଁ ଡାକ୍ତରଖାନାକୁ ସରକାରୀ ସହାୟତା ମିଳୁଛି ସେହି ଡାକ୍ତରଖାନା ହିଁ ରାଇଟ ଟୁ ହେଲଥ ଆକ୍ଟ ଲାଗୁ କରିବେ। ସେହିପରି ଯେଉଁ ଡାକ୍ତରଖାନା ଚାହିଁବେ ଏହାକୁ ଲାଗୁ କରିବା ପାଇଁ ସେମାନେ ଲାଗୁ କରିପାରିବେ। ସେହିପରି ଦ୍ୱିତୀୟ ସର୍ତ୍ତ ଅନୁଯାୟୀ ୫୦ରୁ କମ ବେଡ ଥିବା ଡାକ୍ତରଖାନା ଏହାକୁ ଲାଗୁ କରିପାରିବେ ନାହିଁ। ସେହିପରି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି ଯଦି ଭବିଷ୍ୟତରେ ଏହି ଆଇନରେ କିଛି ସଂଶୋଧନ କରାଯାଏ ସେହି ସମୟରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ଦୁଇ ଜଣ ସଦସ୍ୟ ସାମିଲ ରହିବେ। 


ସୂତ୍ରରୁ ଜଣାପଡ଼ିଛି କି ଆଜି ସନ୍ଧ୍ୟା ସୁଦ୍ଧା ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ। ଯଦିଓ କିଛି ଡାକ୍ତର ନାଁ ପ୍ରକାଶ ନ କରି କହିଛନ୍ତି କି ସରକାର ଓ ଆଇଏମଏ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ପରେ ହିଁ ଆମେ ଆନ୍ଦୋଳନରୁ ଓହରିବୁ। 


Also Read: Salman Khan: ବଲିଉଡ଼ରୁ କମିଲାଣି କ୍ରେଜ୍,ସାଉଥ ଷ୍ଟାରଙ୍କୁ ଫଲୋ କଲେଣି ସଲମାନ୍ !


Also Read: ଦିଲ୍ଲୀ ମେଟ୍ରୋ କିଛି ସମୟ ପାଇଁ ପାଲଟିଗଲା ବେଡରୁମ୍, ଅଶ୍ଳିଳତାର ସୀମା ପାର୍ କଲେ ପ୍ରେମୀଯୁଗଳ


Also Read: Moeen Ali Life: ଉଧାର ଆଣି ଦିନେ ଟ୍ରାଏଲ ଦେଉଥିଲେ, ଆଜି ଆଇପିଏଲରେ ଜଣେ ଦାମୀ ଖେଳାଳି