Salman Khan: ବଲିଉଡ଼ରୁ କମିଲାଣି କ୍ରେଜ୍,ସାଉଥ ଷ୍ଟାରଙ୍କୁ ଫଲୋ କଲେଣି ସଲମାନ୍ !
Advertisement
Article Detail0/zeeodisha/odisha1638898

Salman Khan: ବଲିଉଡ଼ରୁ କମିଲାଣି କ୍ରେଜ୍,ସାଉଥ ଷ୍ଟାରଙ୍କୁ ଫଲୋ କଲେଣି ସଲମାନ୍ !

Salman Khan Lungi Avatar News In Odia: ବଲିଉଡ଼ ଅଭିନେତା ସଲମାନ ଖାନ୍(Salman Khan) । ଭାଇଜାନଙ୍କ ଆଗାମୀ ଫିଲ୍ମ'କିସି କା ଭାଇ କିସି କି ଜାନ'(kisi ka bhai kisi ki jaan)କୁ ନେଇ ବର୍ତ୍ତମାନ ସେ ଚର୍ଚ୍ଚାରେ ଅଛନ୍ତି। ତେବେ, ଏହି ଏହି ଫିଲ୍ମର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍ ହେଉଛି। ଯାହା ଫ୍ୟାନ୍ସଙ୍କ ହୃଦୟକୁ ଛୁଇଁଛି । ଏହି କ୍ରମରେ ଭାଇଜାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ'(kisi ka bhai kisi ki jaan)ର ଆଉ ଏକ ଗୀତ 'ୟେଣ୍ଟାମା'ର (Yentamma)ଟିଜର ମୁକ୍ତିଲାଭ କରିଛି। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Salman Khan Lungi Avatar News In Odia: ବଲିଉଡ଼ ଅଭିନେତା ସଲମାନ ଖାନ୍(Salman Khan) । ଭାଇଜାନଙ୍କ ଆଗାମୀ ଫିଲ୍ମ'କିସି କା ଭାଇ କିସି କି ଜାନ'(kisi ka bhai kisi ki jaan)କୁ ନେଇ ବର୍ତ୍ତମାନ ସେ ଚର୍ଚ୍ଚାରେ ଅଛନ୍ତି। ତେବେ, ଏହି ଏହି ଫିଲ୍ମର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍ ହେଉଛି। ଯାହା ଫ୍ୟାନ୍ସଙ୍କ ହୃଦୟକୁ ଛୁଇଁଛି । ଏହି କ୍ରମରେ ଭାଇଜାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ'(kisi ka bhai kisi ki jaan)ର ଆଉ ଏକ ଗୀତ 'ୟେଣ୍ଟାମା'ର (Yentamma)ଟିଜର ମୁକ୍ତିଲାଭ କରିଛି। ଏ-ହି ଟିଜରରେ ଆପଣ ସଲମାନ ଖାନ ଏବଂ ଭେଙ୍କଟେଶଙ୍କୁ ଲୁଙ୍ଗି (ସଲମାନ ଖାନ ଲୁଙ୍ଗି ଅବତାର)ପିନ୍ଧି ନାଚୁଥିବାର ଦେଖିବାକୁ ପାଇବେ। ତେବେ,ଏହା ପୂର୍ବରୁ ଫିଲ୍ମର ରୋମାଣ୍ଟିକ ଗୀତ 'ନାଇଓ ଲାଗଡା' ଏବଂ ପଞ୍ଜାବୀ ନମ୍ବର 'ବିଲି କ୍ୟାଟ୍' ଗୀତ ରିଲିଜ୍ ହୋଇଛି । ସେହିପରି, ନିକଟରେ ଫିଲ୍ମର ଆଉ ଏ-କ ଗୀତ(Bathukamma)'ବାଥୁକମ୍ମା' ରିଲିଜ ହୋଇଥିଲା। ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରିଥିଲେ ।

'କିସି କା ଭାଇ କିସି କି ଜାନ' 'ୟେଣ୍ଟାମା' ଗୀତ ହେଉଛି ଏକ ହିନ୍ଦୀ-ତେଲୁଗୁ ମିଶ୍ରଣ ଗୀତ । ସୋମବାର ସଲମାନ ଏବଂ ତାଙ୍କ ଟିମ୍ ୟେଣ୍ଟାମାର ଟିଜର ରିଲିଜ କରିଛନ୍ତି। ଯେଉଁଥିରେ ସଲମାନ ଏବଂ ଭେଙ୍କଟେଶଙ୍କୁ ଲୁଙ୍ଗି ପିନ୍ଧି ଡାନ୍ସ କରୁଥିବା ଦଖିବାକୁ ମିଳିଛି । ତେବେ,ଏହି ଗୀତରେ ଦକ୍ଷିଣ ଭାରତରେ ଛୁଙ୍କ ମଧ୍ୟ ଟିକେ ଅଧିକ ରହିଛି ।  ତେବେ,ଏହି ଗୀତକୁ ପାୟଲ ଦେବ ରଚନା କରିଛନ୍ତି। ଏହି ଗୀତଟିକୁ ବିଶାଲ ଦାଦଲାନି(Vishal Dadlani) ଏବଂ ପାୟଲ ଦେବ Payal Dev ଗାଇଛନ୍ତି ।  ଏହି ଗୀତର ଲିରିକ୍ସ ଶବବୀର ଅହମ୍ମଦ ଏବଂ କୋରିଓଗ୍ରାଫି ଜାନି ମାଷ୍ଟରଙ୍କ ଦ୍ୱାରା ହୋଇଛି। ଏହି ଗୀତର ଶେଷ ଟିଜରରେ ଜଣେ ସାଉଥଷ୍ଟାର ରାମଚରଣଙ୍କୁ ମଧ୍ୟ ଦେଖିବାକୁ ମିଳିବ । 

Also Read : Delivery Boy: ‘ଡେଲିଭରୀ ବୟ’ ଫିଲ୍ମ ଉପରୁ ପ୍ରମୋଦ କର ଛାଡ଼ କଲେ ରାଜ୍ୟ ସରକାର

Also Read : Ganjam News: ଭୁଲିଗଲା ସାତ ଜନ୍ମର ସମ୍ପର୍କ, ସ୍ବାମୀକୁ ଜିଅନ୍ତା ଜାଳିଦେଲା ସ୍ତ୍ରୀ

ତେବେ ଏହି ଚଳଚ୍ଚିତ୍ରଟି ଚଳିତ ମାସ ୨୧ ରେ ଅର୍ଥାତ୍ ଇଦରେ ରିଲିଜ୍ ହେବ।  ଏ-ହି ଫିଲ୍ମରେ, ସଲମାନଙ୍କ ବିପକ୍ଷରେ ପୂଜା ହେଗଡେ ନଜର ଆସିବେ। ଅନ୍ୟପକ୍ଷରେ ଶେହେନାଜ ଗିଲ ଏବଂ ପଲକ ତିୱାରୀ ଏହି ଫିଲ୍ମରେ ଡେବ୍ୟୁ କରିବେ। ତେବେ, ଏହି ଫିଲ୍ମକୁ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି ଦର୍ଶକ । ନିକଟରେ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା । ହତ୍ୟା ଧମକ ଦେଇଥିବା ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି ।  କିଛି ଦିନ ହେବ କେହିଜଣେ ଅଜଣା ବ୍ୟକ୍ତି ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା । ଏ ନେଇ ସଲମାନଙ୍କ ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଥିଲା । ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ ସଲମାନ । ଏହି ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏବେ ଏହି ଅଭିଯୁକ୍ତ ଗିରଫ ହୋଇଛି । ରାଜସ୍ଥାନରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ଅଭିଯୁକ୍ତର ନାଁ ହେଉଛି ଧାକଡ ରାମ ବିଷ୍ଣୋଇ । ଏହି ଅଭିଯୁକ୍ତ ଜଣଙ୍କ ଇ-ମେଲ ଜରିଆରେ ସଲମାନଙ୍କୁ ବାରମ୍ବାର ଧମକ ଦେଉଥିଲା । ଅଭିଯୁକ୍ତର ବୟସ ୨୧ ବର୍ଷ ।