Saini Reservation Movement Rajasthan: ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନ ବିଧାନସଭା ନିର୍ବାଚନ। ମାତ୍ର ଏହି ନିର୍ବାଚନ ପୂର୍ବରୁ ରାଜ୍ୟରେ ସୈନୀ ସମ୍ପ୍ରଦାୟ ପକ୍ଷରୁ ସଂରକ୍ଷଣ ପ୍ରଦାନ କରିବା ଦାବିରେ କରାଯାଉଥିବା ଆନ୍ଦୋଳନକୁ ସରଗରମ ହୋଇଉଠିଛି ରାଜସ୍ଥାନ। ରାଜ୍ୟର ଭରତପୁର ଜିଲ୍ଲାରେ ସୈନୀ ସମ୍ପ୍ରଦାୟ ପକ୍ଷରୁ ୧୨% ସଂରକ୍ଷଣ ପ୍ରଦାନ ଦାବିରେ ସମାଜର ଲୋକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗିଛି। ବିଗତ ୫ ଦିନ ଧରି ସଂରକ୍ଷଣ ଦାବିରେ ଭରତପୁର ଜିଲ୍ଲାରେ ଆନ୍ଦୋଳନ ଜାରି ରହିଛି। ଏହି ସମୟ ମଧ୍ୟରେ ମଙ୍ଗଳବାର ସକାଳେ ଜଣେ ଆନ୍ଦୋଳନକାରୀ ଆନ୍ଦୋଳନ ସ୍ଥଳ ନିକଟରେ ରହିଥିବା ରାଜପଥ ପାର୍ଶ୍ୱରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି। ମୃତକ ବ୍ୟକ୍ତିଙ୍କ ପାଖରୁ ଏକ ସୁସାଇଡ଼ ନୋଟ ମିଳିଛି। ଯେଉଁ ସୈନୀ ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନ କରିବା ନେଇ ଦାବି କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ବିକ୍ଷୋଭକାରୀ ଜୟପୁର-ଆଗ୍ରା ଜାତୀୟ ରାଜପଥକୁ (Agra Jaipur National Highway) ଅବରୋଧ କରିଛନ୍ତି। ମୃତକ ଆନ୍ଦୋଳନକାରୀ ତାଙ୍କ ଆତ୍ମହତ୍ୟା ନୋଟ ରେ ଲେଖିଛନ୍ତି ଯେ ସମଗ୍ର ସୈନୀ ସମାଜ (Saini Caste in Rajasthan) ୧୨% ସଂରକ୍ଷଣ ଗ୍ରହଣ କରିବ। ଏହି ପରିପ୍ରେକ୍ଷୀରେ ସୈନୀ ସମ୍ପ୍ରଦାୟର (Saini Community) ଏକ ପ୍ରତିନିଧିମଣ୍ଡଳୀ ରାଜଧାନୀ ଜୟପୁର ଠାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କୁ (Rajasthan CM Ashok Gehlot) ଭେଟି ସୈନି ଜାତିକୁ ସଂରକ୍ଷଣ (Saini Caste Reservation) ପ୍ରଦାନ କରିବା ସମ୍ପର୍କରେ ଆଲୋଚନା କରିବ।


୧୨% ସଂରକ୍ଷଣ ପ୍ରଦାନ ଦାବିରେ ସୈନୀ ସମାଜ ପକ୍ଷରୁ ଚାଲିଛି ଆନ୍ଦୋଳନ 
୧୨% ସଂରକ୍ଷଣ ପ୍ରଦାନ ଦାବିରେ ସୈନି ସମ୍ପ୍ରଦାୟ ପକ୍ଷରୁ ଆନ୍ଦୋଳନ କରାଯାଉଛି। ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଆନ୍ଦୋଳନକାରୀ ଜୟପୁର ଆଗ୍ରା ଜାତୀୟ ରାଜପଥକୁ ୫ ଦିନ ଧରି ଅବରୋଧ କରି ବସି ରହିଛନ୍ତି। ଆନ୍ଦୋଳନ ଆତ୍ମହତ୍ୟା କରିଥିବା ଆନ୍ଦୋଳନକାରୀ ଜଣଙ୍କ ୪୮ ବର୍ଷୀୟ ମୋହନ ସିଂହ ସୈନୀ ବୋଲି ଜଣାପଡିଛି। ଆତ୍ମହତ୍ୟା ସମ୍ପର୍କରେ ଖବର ପାଇବା ମାତ୍ରେ ଲଖନପୁର ଥାନା ପୋଲିସ (Lakhanpur Police Station) ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଗଛରୁ ବାହାର କରି ଭରତପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର (Bharatpur District Headquarters Hospital) ଶବ ବ୍ୟବଚ୍ଛେଦ ଗୃହରେ ରଖିଛି।


ମିଳିଲା ସୁସାଇଡ଼ ନୋଟ୍, ସଂରକ୍ଷଣ ପ୍ରଦାନ ନେଇ କୁହାଯାଇଛି ଏକଥା 
ଖବର ଅନୁସାରେ ମୃତକ ମୋହନ ସିଂହଙ୍କ ସୈନୀଙ୍କ ପତ୍ନୀ ଅସୁସ୍ଥ ଥିଲେ। ତାଙ୍କର ଚିକିତ୍ସା ଆଲାର୍ମ ହସ୍ପିଟାଲ ଠାରେ ଚାଲିଥିଲା। ପ୍ରାୟ ୨ ଦିନ ପୂର୍ବେ ମୃତକ ତାଙ୍କ ପତ୍ନୀଙ୍କୁ ଡାକ୍ତରଖାନାରୁ ଗ୍ରାମକୁ ନେଇଥିଲେ। ମୃତକଙ୍କ ଦୁଇଟି ସନ୍ତାନ ଅଛନ୍ତି ଯେଉଁମାନେ ବିବାହିତ। ଆନ୍ଦୋଳନରେ ଭାଗ ନେବା ପାଇଁ ସେ ଗୋଟିଏ ଦିନ ପୂର୍ବରୁ ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ। ଜୟପୁର-ଆଗ୍ରା ଜାତୀୟ ରାଜପଥ, ଯେଉଁଠାରେ ଆନ୍ଦୋଳନକାରୀଙ୍କ ସେମାନଙ୍କର ଆନ୍ଦୋଳନ ଜାରି ରଖିଛନ୍ତି, ମୃତକ ମୋହନ ସିଂହ ସୈନୀ ରାସ୍ତା କଡ଼ରେ ରହିଥିବା ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀଙ୍କ ପାଖରୁ ଏକ ସୁସାଇଡ଼ ନୋଟ୍ ମିଳିଥିଲା। ଯେଉଁଥିରେ ମୃତକ ଜଣଙ୍କ ସୈନୀ ସମ୍ପ୍ରଦାୟକୁ ୧୨% ସଂରକ୍ଷଣ ଦେବା ନେଇ ଲେଖିଥିଲେ।