ଭୁବନେଶ୍ୱରକୁ ଆତଙ୍କୀ ଧମକ; ସୁରକ୍ଷା କଡ଼ା କଡ଼ି
Advertisement
Article Detail0/zeeodisha/odisha2534915

ଭୁବନେଶ୍ୱରକୁ ଆତଙ୍କୀ ଧମକ; ସୁରକ୍ଷା କଡ଼ା କଡ଼ି

Terrorist threatens: ସମ୍ମିଳନୀ ପାଇଁ ପୂରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା। ୩ ଦିନିଆ ସମ୍ମିଳନୀ ପାଇଁ ଭୁବନେଶ୍ବର ପୋଲିସ ଛାଉଣୀ। ସାରା ସହରରେ ସୁରକ୍ଷା କଡ଼ାକଡ଼ି। ବିମାନବନ୍ଦର, ଲୋକସେବା ଭବନ, ରାଜଭବନ, ରାଜ୍ୟ ଅତିଥି ଭବନ ସହିତ ସହର ପ୍ରମୁଖ ସ୍ଥାନ ଗୁଡିକ ପୋଲିସର ସ୍କାନରରେ ରହିବ। ପୁରା ଭୁବନେଶ୍ୱରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। 

ଭୁବନେଶ୍ୱରକୁ ଆତଙ୍କୀ ଧମକ; ସୁରକ୍ଷା କଡ଼ା କଡ଼ି

ଭୁବନେଶ୍ୱର: ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ। ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତ୍ବନ୍ତ ସିଂ ପନୁନ। ଭିଡିଓ ବାର୍ତ୍ତା ଜାରି କରି ଧମକ ଦେଇଛି। ଡିଜିପି, ଆଇଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ଧମକ ଦିଆଯାଇଛି। ଏଥିପାଇଁ ଓଡ଼ିଶା ପୁଲିସ ହାଇ ଆଲର୍ଟ ଜାରି କରାଯାଇଛି। ତେବେ କାଲିଠାରୁ ଭୁବନେଶ୍ବରରେ ସର୍ବଭାରତୀୟ ଡିଜି ଓ ଆଇଜି ସମ୍ମିଳନୀ ଆରମ୍ଭ ହେବ। ଏହାର ଉଦଘାଟନ କରିବେ ଅମିତ ଶାହ। ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ। ମୋଟ ୯୦ ଜଣ ଡିଜିପି ଓ ଆଇଜିପି ଯୋଗ ଦେବେ। ଏମାନେ ଆଜି ଆସି ଭୁବନେଶ୍ବରରେ ପହଞ୍ଚିବେ। ଆସନ୍ତାକାଲି ପହଞ୍ଚିବେ ଅମିତ ଶାହ ଓ ନରେନ୍ଦ୍ର ମୋଦି। ପ୍ରାୟ ୩୦୦ ପଦାଧିକାରୀ ୩ ଦିନ ଧରି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ରହିବେ। ସମ୍ମିଳନୀ ପାଇଁ ପୂରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା। ୩ ଦିନିଆ ସମ୍ମିଳନୀ ପାଇଁ ଭୁବନେଶ୍ବର ପୋଲିସ ଛାଉଣୀ। ସାରା ସହରରେ ସୁରକ୍ଷା କଡ଼ାକଡ଼ି। ବିମାନବନ୍ଦର, ଲୋକସେବା ଭବନ, ରାଜଭବନ, ରାଜ୍ୟ ଅତିଥି ଭବନ ସହିତ ସହର ପ୍ରମୁଖ ସ୍ଥାନ ଗୁଡିକ ପୋଲିସର ସ୍କାନରରେ ରହିବ। ପୁରା ଭୁବନେଶ୍ୱରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। 

ସେପଟେ ଖଲିସ୍ତାନୀ ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାରୀ ବିଜୟ ପାଲ ସିଂହ ତୋମାର। କହିଛନ୍ତି, ଘଟଣା ବିଷୟରେ ମୁଁ ଜାଣିନି। କିନ୍ତୁ ମୁକାବିଲା ପାଇଁ କେନ୍ଦ୍ରୀୟ ବାହିନୀ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ବିଜୟ ପାଲ ସିଂହ ତୋମର।