ଜୟପୁର: ରାଜସ୍ଥାନ ସରକାରଙ୍କ ଦ୍ୱାରା ନୂତନ ଅବକାରୀ ନୀତି ଲାଗୁକରାଯାଇଛି। ରାଜସ୍ୱ ବୃଦ୍ଧି ପାଇଁ ନୀତିରେ କିଛି ପରିବର୍ତ୍ତନ କରାଯାଇଛି। କୋରୋନା କାଳରେ କ୍ଷତିଗ୍ରସ୍ତ ଶିଳ୍ପ, ବ୍ୟବସାୟ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ଆଶ୍ୱସ୍ତି ଦେବା ପାଇଁ ପ୍ରୟାସ ଚାଲିଛି। ନୂତନ ଅବକାରୀ ନୀତି ଅଧୀନରେ ମଦ ବିକ୍ରୟ ଏବଂ କିଣୁଥିବା ଲୋକଙ୍କୁ ଅନେକ ସୁବିଧା ଦିଆଯାଇଛି। ଏଥି ସହିତ, ରାଜସ୍ୱ ମଡେଲର ପରିଚାଳନାକୁ ସୁଦୃଢ କରିବାକୁ ଗେହେଲଟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁଯାୟୀ, ନୂଆ ଅବକାରୀ ନୀତି (new excise policy) ଲାଗୁପରେ ରାଜସ୍ଥାନ (Rajasthan) ରେ ବିୟରର ମୂଲ୍ୟ ୩୦ରୁ ୩୫ ଟଙ୍କା ଶସ୍ତା କରାଯାଇଛି। ମୂଲ୍ୟ ହ୍ରାସ ପାଇଁ ଭାରତରେ ନିର୍ମିତ ବିଦେଶୀ ମଦ ଏବଂ ବିୟର (Beer) ଉପରେ ସରକାର Vend Fee (ପ୍ରତ୍ୟେକ ବୋତଲ ଉପରେ ଫିକ୍ସ ଚାର୍ଜ) ଛାଡ କରିଛନ୍ତି। ବିୟର ଉପରେ ଅତିରିକ୍ତ ଏକ୍ସାଇଜ୍ ଡ୍ୟୁଟି ମଧ୍ୟ ୧୦% ହ୍ରାସ କରାଯାଇଛି। ଫି ଛାଡ ଯୋଗୁଁ ମଦ ଓ ବିୟର ଶସ୍ତା ହୋଇଥିବାରୁ ଗ୍ରହକଙ୍କ ସଂଖ୍ୟା ବଢିବ ଓ ଅଧିକ ରାଜସ୍ୱ (Revenue) ଆଦାୟ ହୋଇ ପାରିବ ବୋଲି ଅନୁମାନ କରାଯାଉଛି। 


Also Read: ଲଗାତର ତୃତୀୟ ଦିନରେ ବି ସୁନା ମୂଲ୍ୟରେ ହ୍ରାସ, ଜାଣି ନିଅନ୍ତୁ ଆଜିର ରେଟ୍


ଏହା ବ୍ୟତୀତ ରାଜସ୍ଥାନରେ ଚଳିତ ଆର୍ଥିକ ବର୍ଷରୁ ଲଟେରୀ ବଦଳରେ ଅନଲାଇନରେ ମଦ ଦୋକାନ (Wine shop) ନିଲାମ କରାଯିବ। ନିଲାମରେ ଅଂଶଗ୍ରହଣ କରିବା ପାଇଁ ବ୍ୟକ୍ତିଙ୍କୁ ପ୍ରଥମେ ପଞ୍ଜିକରଣ କରିବାକୁ ପଡିବ। ନୂତନ ଅବକାରୀ ବ୍ୟବସ୍ଥା ଅନୁଯାୟୀ ଦୋକାନ ମାଲିକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ। ଜଣେ ବ୍ୟକ୍ତିଙ୍କୁ ରାଜ୍ୟରେ ୫ ଓ ଜିଲ୍ଲାରେ ୨ଟି ଦୋକାନରୁ ଅଧିକ ବଣ୍ଟନ କରାଯିବ ନାହିଁ। ରାଜ୍ୟରେ ମଦ ଦୋକାନ ସଂଖ୍ୟା ସମାନ ରହିବ। ରାଜସ୍ଥାନରେ ବିଦେଶୀ ଏବଂ ଦେଶୀକୁ ମିଶାଇ ମୋଟ ୭୬୬୫ଟି ମଦ ଦୋକାନ ଅଛି।


ଅବକାରୀ ନୀତି କରାଯାଇଥିବା ପରିବର୍ତ୍ତନରୁ ରାଜସ୍ଥାନ ସରକାର (gehlot government) ୧୩ ହଜାର କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ନିଲାମି ପ୍ରକ୍ରିୟାରେ ଗଙ୍ଗାନଗର ଚିନିକଳ ଏବଂ ରାଜ୍ୟ ମଦ ନିଗମ ଅଂଶଗ୍ରହଣ କରିପାରିବେ। ଏହି ସରକାରୀ କାର୍ଯ୍ୟଗୁଡ଼ିକ ମଦ ଦୋକାନ ଚଳାଇବାରେ ମଧ୍ୟ ସକ୍ଷମ ହେବେ। ରାଜସ୍ଥାନ ପର୍ଯ୍ୟଟନ ବିକାଶ ନିଗମ (RTDC) ପୂର୍ବରୁ ମଦ ଦୋକାନ ଚଳାଉଛି। ଏପ୍ରିଲ ପହିଲାରୁ ରାଜ୍ୟରେ ବିୟର ଦାମ କମିବ ବୋଲି ଆଶା କରାଯାଉଛି। ଏବେ ରାଜସ୍ଥାନରେ ଷ୍ଟ୍ରଙ୍ଗ ହାଇ ପାୱାର ବିୟର (୩୩୦ml)ର ମୂଲ୍ୟ ୭୫ ଟଙ୍କା ଅଛି।