ଏହି ରାଜ୍ୟରେ ଶତକ ମାରିଲା ପେଟ୍ରୋଲ ଦର, ଭାଟ୍ ହ୍ରାସ କରିବାକୁ ଗୁହାରି କଲେ ସାଧାରଣ ଜନତା
ପେଟ୍ରୋଲର ଶତକ ପରେ ଅସୁବିଧାରେ ପଡିଥିବା ବ୍ୟବସାୟୀ ତଥା ସାଧାରଣ ନାଗରିକମାନେ ରାଜ୍ୟ ସରକାରଙ୍କ ନିକଟକୁ ଗୁହାରି କରି ରାଜ୍ୟରେ ଭାଟ୍ ହାର ହ୍ରାସ କରିବାକୁ ଦାବି କରିଛନ୍ତି ।
ଜୟପୁର: ରାଜସ୍ଥାନ (Rajasthan) ରେ ସୋମବାର ପେଟ୍ରୋଲ ମୂଲ୍ୟ (Petrol Price) ୧୦୦ ଟଙ୍କା ଅତିକ୍ରମ କରିଛି । କିଛି ଦିନ ପୂର୍ବରୁ ଲୋକମାନେ ଯାହାକୁ ବ୍ୟଙ୍ଗ ଓ କଟାକ୍ଷ ଭାବେ ଦେଖୁଥିଲେ, ବର୍ତ୍ତମାନ ଏହା ରାଜସ୍ଥାନରେ ସତ୍ୟ ବୋଲି ପ୍ରମାଣିତ ହୋଇଛି । ସୋମବାର ରାଜସ୍ଥାନର ଶ୍ରୀଗଙ୍ଗାନଗର (Sriganganagar) ରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ପ୍ରିମିୟମ ପେଟ୍ରୋଲ ଏଠାରେ ଲିଟର ପିଛା ୧୦୧.୫୪ ଟଙ୍କାରେ ବିକ୍ରି ହୋଇଛି । ଅନ୍ୟପକ୍ଷେ ସାମାନ୍ୟ ପେଟ୍ରୋଲ ଲିଟର ପିଛା ୯୭.୬୯ ଟଙ୍କାରେ ବିକ୍ରି ହୋଇଥିଲା ।
ଅଧିକ ପଢ଼ନ୍ତୁ:-ଭାରତରେ ଶତକ ମୁହାଁ ପେଟ୍ରୋଲ ଦର, କିନ୍ତୁ ପାକିସ୍ତାନରେ କାହିଁକି ଏତେ ଶସ୍ତା?
ପେଟ୍ରୋଲର ଶତକ ପରେ ଅସୁବିଧାରେ ପଡିଥିବା ବ୍ୟବସାୟୀ ତଥା ସାଧାରଣ ନାଗରିକମାନେ ରାଜ୍ୟ ସରକାରଙ୍କ ନିକଟକୁ ଗୁହାରି କରି ରାଜ୍ୟରେ ଭାଟ୍ ହାର ହ୍ରାସ କରିବାକୁ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ:-ଉଗ୍ର ହେଲା କୃଷକଙ୍କ ଟ୍ରାକ୍ଟର ରାଲି: ବିଭିନ୍ନ ସ୍ଥାନରେ ଭଙ୍ଗାଗଲା ବ୍ୟାରିକେଡ୍ସ, ପୋଲିସର ଲାଠି ଚାର୍ଜ
ସୂଚନାଯୋଗ୍ୟ, ଭାରତରେ ତେଲ ଏତେ ମହଙ୍ଗା କାରଣ ଏହା ଉପରେ ଅଧିକ ଟ୍ୟାକ୍ସ ଲଗାଯାଇଛି । ବିଭିନ୍ନ ରାଜ୍ୟ ଅଲଗା ଅଲଗା ଟିକସ ଆଦାୟ କରନ୍ତି । କେନ୍ଦ୍ର ସରକାରଙ୍କ ଏକ୍ସାଇଜ୍ ଡ୍ୟୁଟି ବ୍ୟତୀତ ରାଜ୍ୟ ସରକାରମାନେ ମଧ୍ୟ ଭାଟ୍ ଅର୍ଥାତ୍ ମୂଲ୍ୟଯୁକ୍ତ ଟିକସ ଆଦାୟ କରନ୍ତି । ରାଜ୍ୟଗୁଡିକର ଭାଟ୍ ଟିକସ ହାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ରାଜସ୍ଥାନ ସରକାର ସମଗ୍ର ଦେଶରେ ସର୍ବାଧିକ ଭ୍ୟାଟ୍ ଆଦାୟ କରନ୍ତି । ଏଠାରେ ପେଟ୍ରୋଲ ଉପରେ ୩୮ ପ୍ରତିଶତ ଓ ଡିଜେଲ ଉପରେ ୨୮ ପ୍ରତିଶତ ଟିକସ ଆଦାୟ କରାଯାଏ । କୋରୋନା ସମୟରେ ପାଣ୍ଠି ସଂଗ୍ରହ ପାଇଁ ରାଜସ୍ଥାନ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୧୦ ପ୍ରତିଶତ ଅତିରିକ୍ତ ଭାଟ୍ ଲାଗୁ କରିଛନ୍ତି । ଏହି କାରଣରୁ ରାଜ୍ୟରେ ପେଟ୍ରୋଲ-ଡିଜେଲ ମହଙ୍ଗା ହୋଇଛି ।