One Crore Rupees Lamb: ଜଣେ ମେଷ ପାଳକଙ୍କୁ ହଜାର କି ଲକ୍ଷେ, ନୁହେଁ ପ୍ରାୟ ୧ କୋଟି ଟଙ୍କାରେ ନିଜର ମେଷ (lamb) ବା ମେଣ୍ତାକୁ ବିକ୍ରି କରିବାକୁ ମନା କରିଦେଇଛନ୍ତି । ଏପରି ଏକ ଆର୍ଶ୍ଚଯ୍ୟଜନକ ଖବର ରାଜସ୍ଥାନ (Rajasthan) ଚୁରୁ ଜିଲ୍ଲାରୁ ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଏହି ମେଣ୍ତାର ପେଟରେ ଇସଲାମର ପବିତ୍ର ସଂଖ୍ୟା 786 ଉର୍ଦ୍ଦୁରେ ଲେଖାଯାଇଛି । ପ୍ରକାଶ ଥାଉ କି, ଭାରତରେ ମୁସଲମାନମାନେ 786 ସଂଖ୍ୟାକୁ ପବିତ୍ର ବୋଲି ମାନିଥାଆନ୍ତି। ମେଷ ପାଳକ ରାଜୁ ସିଂ ପ୍ରଥମେ ଏହି ସଂଖ୍ୟାର ଅର୍ଥ ବୁଝିପାରିନଥିଲେ, କିନ୍ତୁ ଗାଁର ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ସହ କଥା ହେବା ପରେ ସେ ଜାଣିବାକୁ ପାଇଲେ ଯେ, ମେଣ୍ତାର ଶରୀରରେ ଉର୍ଦ୍ଦୁ ଲେଖାଥିବା '786' ଇସଲାମରେ (Islam) ଏକ ପବିତ୍ର ସଂଖ୍ୟା ଅଟେ। ଏହାର ବ୍ୟବହାର ଭଗବାନଙ୍କ ଆଶୀର୍ବାଦ ଭାବରେ କରାଯାଇଥାଏ ।


COMMERCIAL BREAK
SCROLL TO CONTINUE READING

ଏନେଇ ମେଷ ପାଳକ ରାଜୁ ସିଂ କହିଛନ୍ତି ଯେ, ଗତ ବର୍ଷ ଏହି ମେଷ ଜନ୍ମ ହୋଇଥିଲା । ଏହାକୁ ବିକ୍ରି କରି ଲାଗି ତାଙ୍କ ନିକଟକୁ ୭୦ ଲକ୍ଷରୁ ୧ କୋଟି ଟଙ୍କା ଯାଏଁ ଅଫର ଆସିଥିଲା । କିନ୍ତୁ ସେ ଏହି ମେଣ୍ତାକୁ ବିକ୍ରି କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। କାରଣ ଏହା ତାଙ୍କର ପ୍ରିୟ ଅଟେ । ଯେଉଁ ଦିନଠାରୁ ଏହି ମେଣ୍ତାକୁ ନେବା ଲାଗି ମୂଲଚାଲ ଆରମ୍ଭ ହୋଇଥିଲା ସେବେଠାରୁ ରାଜୁ ଏହି ମେଣ୍ତାକୁ ଅନ୍ୟ ମେଣ୍ତା ମାନଙ୍କଠାରୁ ଦୂରେଇ ରଖିଥିଲେ । ଖାଲି ଏତିକି ନୁହେଁ ସେ, ଏହି ଖାସ୍ ମେଣ୍ତାକୁ ଡାଳିମ୍ବ, ଭଣ୍ତା, ମିଲେଟ୍ ଏପରିକୁ ସବୁଜ ପନିପରିବାର ଖାଇବାକୁ ଦେଉଥିବା ଜଣାପଡ଼ିଛି ।  ଏହି ମୂଲ୍ୟବାନ ମେଣ୍ତାର ସୁରକ୍ଷା ପାଇଁ ରାଜୁ ନିଜର ପରିବାର ସଦସ୍ୟଙ୍କ ଏହାକୁ ନିଜ ଘରେ ରଖୁଛନ୍ତି ।


786୍ରକୃକ ଅର୍ଥ ’ଣ


ମୁସଲମାନମାନେ 786କୁ ଏକ ପବିତ୍ର ସଂଖ୍ୟା ଭାବେ ବିବେଚନା କରିଥାଆନ୍ତି । ମୁସଲମାନ ଧର୍ମାବଲମ୍ବୀମାନେ ଏହି ସଂଖ୍ୟାକୁ ସେମାନେ ନିଜ ଘର ବାହାରେ ଓ ବ୍ୟବସାୟ ସ୍ଥଳୀରେ ଲେଖିଥିବା ଦେଖିବାକୁ ମିଳିଥାଏ । ତେବେ ମୁସଲମାନ ସଂପ୍ରଦାୟର ଲୋକେ କାହିଁକି ଏହି ସଂଖ୍ୟା ଲେଖନ୍ତି?


786ର ଅର୍ଥ ବିସ୍ମିମିଲ୍ଲା’ - ବିଶେଷଜ୍ଞ ମତରେ, ଆରବୀରେ ‘786’ ର ଅର୍ଥ - "ବିସ୍ମମିଲ୍ଲା-ହିରହମା-ନିରହିମ୍" ଅଟେ ଅର୍ଥାତ୍ "ଆଲ୍ଲାଙ୍କ ନାମରୁ ଆରମ୍ଭ" । ଯେତେବେଳେ ମୁସଲମାନମାନେ କୌଣସି କାର୍ଯ୍ୟ ଆରମ୍ଭ କରନ୍ତି, ସେମାନେ ଏହି ପବିତ୍ର ସଂଖ୍ୟାରୁ ପ୍ରଥମେ ପଢିଥାଆନ୍ତି ।  


786 ଲେଖିବା ସୁନ୍ନା ବିରୁଦ୍ଧି


ଅପରପକ୍ଷେ, କିଛି ଲୋକ ବିଶ୍ୱାସ କରନ୍ତି ଯେ, ‘786’ ପରି 787, 785 ଓ 783 ସଂଖ୍ୟା ମଧ୍ଯ ପବିତ୍ର ଅଟେ । ଯେକୌଣସି ସଂଖ୍ୟାକୁ ଆପଣ ସଂଖ୍ୟା ଶୁଭ ବୋଲି ବିବେଚନା କରିପାରିବେ । ପାକିସ୍ତାନର ଧର୍ମ ଗୁରୁ ମୁଫତି ତାରିକ ମାସୁଦ କହିଛନ୍ତି ଯେ, "ବିସ୍ମିମିଲ୍ଲା-ହିରହମା-ନିରହିମ୍"କୁ 786 ପରି ଲେଖିବା ଏକ ଭାଷା ଅଟେ। ସେ ଆଉ ମଧ୍ଯ କହିଛନ୍ତି ଯେ, "ବିସ୍ମିମିଲ୍ଲା-ହିରହମା-ନିରହିମ" ବଦଳରେ 786 ଲେଖିବା ଅପରାଧ ନୁହେଁ, କିନ୍ତୁ ଏହା ସୁନ୍ନତ ବିରୋଧୀ, ଆଲ୍ଲାଙ୍କର ସମ୍ପୂର୍ଣ୍ଣ ନାମ ନିଆଯିବା ଉଚିତ୍। ସେ କହିଛନ୍ତି ଯେ, ଆଲ୍ଲାହାଙ୍କ ନାମ ବଦଳରେ କେତେକ ଲୋକେ ‘786’ ସଂଖ୍ୟା ବ୍ୟବହାର କରିଥାଆନ୍ତି।


ଯଦିଓ ଭାରତର ଲୋକମାନେ 786 କୁ "ବିସ୍ମିମିଲ୍ଲା-ହିରହମା-ନିରହିମ" ସହିତ ଯୋଡ଼ନ୍ତି, କିନ୍ତୁ ବିଶେଷଜ୍ଞ ମତରେ, ଇସଲାମ ଧର୍ମ ଆରମ୍ଭ ହୋଇଥିବା ସାଉଦି ଆରବର ଲୋକମାନେ ଏହି ସଂଖ୍ୟା ବିଷୟରେ ଜାଣନ୍ତି ନାହିଁ।


ଏହା ବି ପଢନ୍ତୁ-Bakra Eid 2023: ଇଦ୍ ଅଲ୍- ଅଦାକୁ ନେଇ କ’ଣ ରହିଛି ପୌରାଣିକ କଥା, କାହିଁକି ଏହି ଦିନ ଦିଆଯାଇଥାଏ ପଶୁ ବଳି!