Rajya Sabha Election: ଆଜି ରାଜ୍ୟସଭାରେ ଖାଲି ପଡିଥିବା ୫୬ ସିଟ୍ ମଧ୍ୟରୁ ୧୫ଟି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଆଜି ସକାଳ ୯ ଟାରୁ ୪ ଟା ପର୍ଯ୍ୟନ୍ତ ମତଦାନ ହେବ। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ. ଗତ ମଙ୍ଗଳବାର ଦିନ ୧୨ଟି ରାଜ୍ୟ ୪୧ ଜଣ ପ୍ରାର୍ଥୀଙ୍କୁ ନିଦ୍ବନ୍ଦରେ ନିର୍ବାଚିତ ଘୋଷଣା କରାଯାଇଥିଲା।  ଅବଶିଷ୍ଟ ୧୫ ଆସନ ଲାଗି ତିନୋଟି ରାଜ୍ୟରେ ଆଜି ଭୋଟ୍ ଗ୍ରହଣ କରାଯିବ। ଏହି ୧୫ ଆସନ ଲାଗି ୧୮ ଜଣ ପ୍ରାର୍ଥୀଥିବାରୁ ସମସ୍ତଙ୍କ ନଜର ଏହାର ଫଳାଫଳା ଉପରେ ରହିଛି। ଆଜି ସଂନ୍ଧ୍ୟାରେ ଫଳାଫଳ ଘୋଷଣା ହେବ। 


COMMERCIAL BREAK
SCROLL TO CONTINUE READING

ତିନୋଟି ରାଜ୍ୟରେ ବିଜେପି  ଏବଂ ଏହାର ସହଯୋଗୀ ଦଳ ଆବଶ୍ୟକ ଠାରୁ ଅଧିକ ଜଣେ ଲେଖାଏଁ ପ୍ରାର୍ଥୀ ଦେଇଥବାରୁ କ୍ରସଭୋଟିଂ ଆଶଙ୍କା ନେଇ ଚିନ୍ତା ଘାରିଲାଣୀ। ଉତ୍ତର ପ୍ରଦେଶରେ ୧୦ଟି ଆସନ ପାଇଁ ନିର୍ବାଚନ  ହେବାକୁ ଥିବା ବେଳେ ମଇଦାନରେ ୧୧ ଜଣ ପ୍ରାର୍ଥୀ ଅଛନ୍ତି।  ୩୯୯ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେପିରେ ୨୫୨ (ଏନଡିଏ ୨୭୭) ବିଧାୟକ ଥିବା ବେଳେ ସମାଜବାଦୀ ପାର୍ଟିର( ଏସପି) ୧୧୦ ବିଧାୟକ  ଅଟନ୍ତି। ନିର୍ବାଚିତ ହେବା ଲାଗି ଜଣେ ପ୍ରାର୍ଥୀଙ୍କୁ ୩୭ଟି ଭୋଟ୍ ଦରକାର। ହିସାବ୍ ଅନୁଯାୟୀ ବିଜେପି ୭ ଏବଂ ସମାଜବାଦୀ ପାର୍ଟି ୩ ଜଣ ପ୍ରାର୍ଥୀ ସହଜରେ ଜିତିବା କଥା। 


କିନ୍ତୁ ବିଜେପି ଜଣେ ଅଧିକ ପ୍ରାର୍ଥୀ ଠିଆ କରାଇଛି।  ବିରୋଧି ଦଳ ପକ୍ଷରୁ କ୍ରସ୍ ଭୋଟିଂ ଆଶାରେ ବିଜେପି ଜଣେ ଅଧିକ ପ୍ରାର୍ଥୀ ଦେଇଥିବାରୁ  ବିରୋଧି ଶିବିରରେ ଛନକା ପଶି ଯାଇଛି। ବିଜେପିର ରଣନୀତିକୁ ବିଫଳ କରିବା ଲାଗି ସମାଜବାଦୀ ପାର୍ଟି ଓ ଏହାର ସହଯୋଗୀ ଦଳର ବିଧାୟକଙ୍କୁ ଗୁପ୍ତ ସ୍ଥାନରେ ରଖାଯାଇଛି। ତେବେ,ବିଜେପି ଦାବି କରିଛି ଯେ, ସମାଜବାଦୀ ପାର୍ଟିର ୧୦ ଜଣ ବିଧାୟକ କ୍ରସ୍ ଭୋଟିଂ କରିବେ। ଉତ୍ତରପ୍ରଦେଶର ୧୦ ଟି ଆସନ, ମହାରାଷ୍ଟ୍ର - ବିହାରରୁ ୬ଟି ଆସନ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରୁ ୫ ଟି ଆସନ, ଗୁଜରାଟ ଏବଂ କର୍ଣ୍ଣାଟକରୁ ୪ଟି ଆସନ ଏବଂ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ ଏବଂ ଓଡିଶାର ୩ ଟି ଆସନ ଏବଂ ଉତ୍ତରପ୍ରଦେଶ, ଛତିଶଗଡ, ହରିୟାଣା ଏବଂ ହିମାଚଳ ପ୍ରଦେଶରୁ ଗୋଟିଏ ସିଟରୁ ନିର୍ବାଚନ ହେବା ପାଇଁ ଯାଉଛି ।