Ayodhya Ram Mandir: ଭଗବାନ ରାମଙ୍କ ଜନ୍ମସ୍ଥାନ (Ram Birth Place) ଭାବେ ସମଗ୍ର ବିଶ୍ବରେ ପରିଚିତ ଉତ୍ତପ୍ରଦେଶର ଅଯୋଧ୍ୟାରେ ଆଜିକାଲି ବିକାଶର ଗଙ୍ଗା ପ୍ରବାହିତ ହେଉଛି। ଯେବେଠାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିଏମ୍(CM) ଭାବରେ ଶପଥ ଗ୍ରହଣ କରିଛନ୍ତି ସେବେଠାରୁ ଅଯୋଧ୍ୟାକୁ ସେ ପ୍ରାଥମିକତା ଦେଇଆସୁଛନ୍ତି। ସେଥିପାଇଁ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ମୁଖ୍ୟମନ୍ତ୍ରୀ ଯୋଗୀ ୪୦ରୁ ଅଧିକ ଥର ଅଯୋଧ୍ୟା ଗସ୍ତ କରିସାରିଛନ୍ତି। ଏଥି ସହିତ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ସେ ଏପର୍ଯ୍ୟନ୍ତ ୫ ଥର ଅଯୋଧ୍ୟା ଗସ୍ତ କରିଛନ୍ତି। ଯେତେବେଳେ ବି ମୁଖ୍ୟମନ୍ତ୍ରୀ ଯୋଗୀ ଅଯୋଧ୍ୟାକୁ ଯାଆନ୍ତି ବିକାଶ କାର୍ଯ୍ୟର ସମୀକ୍ଷା ବୈଠକ କରିବା ସହିତ ନିଶ୍ଚିତ ଭାବେ କିଛି ନୂତନ ଭେଟି ଦିଅନ୍ତି।


COMMERCIAL BREAK
SCROLL TO CONTINUE READING

ଏହି କାରଣରୁ ସନ୍ଥ ସମାଜ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଅଯୋଧ୍ୟାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧନ୍ୟବାଦ ଦେଉଛନ୍ତି। ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ହେଉ କିମ୍ବା ଅନ୍ତର୍ଜାତୀୟ ବିମାନବନ୍ଦର, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉଦ୍ଦେଶ୍ୟ ହେଉଛି ଅଯୋଧ୍ୟାର ଗରିମା ଅନୁଯାୟୀ ତାହାର ବିକାଶ କରିବା।



ଏଥିସହିତ ଅଯୋଧ୍ୟା ମେୟର ଋଷିକେଶ ଉପାଧ୍ୟାୟ (Rishikesh Upadhyay) ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଅଯୋଧ୍ୟାରେ ଅନ୍ତର୍ଜାତୀୟ ବିମାନବନ୍ଦର ଅତି ଦ୍ରୁତ ଗତିରେ ନିର୍ମାଣ କରାଯାଉଛି। ଅଯୋଧ୍ୟା ଧାମରେ ନିର୍ମାଣ ହେଉଥିବା ରେଳ ଷ୍ଟେସନ ଦେଶର ସର୍ବୋତ୍ତମ ରେଳ ଷ୍ଟେସନ ଗୁଡିକ ମଧ୍ୟରେ ସାମିଲ ହେବ। ''ପ୍ଲାଷ୍ଟିକ୍ ମୁକ୍ତ ଅଯୋଧ୍ୟା-ସ୍ୱଚ୍ଛ ଅଯୋଧ୍ୟା'' ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା। ଏହାକୁ ପୂର୍ଣ୍ଣ ରୂପ ଦେବା ପାଇଁ ତତ୍ପରତାର ସହ କାର୍ଯ୍ୟ କରୁଛୁ ବୋଲି ମେୟର ଋଷିକେଶ କହିଛନ୍ତି।



ମେୟର ଋଷିକେଶ ଉପାଧ୍ୟାୟ କହିଛନ୍ତି ଯେ, ଅଯୋଧ୍ୟାକୁ ସର୍ବୋତ୍ତମ ନଗରି କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରହିଥିବା ଭିଜନ ଅନୁଯାୟୀ, ଯେତେବେଳେ ସ୍ୱାଧୀନତାର ୧୦୦ ତମ ବର୍ଷ ପାଳନ କରାଯିବ ସେତେବେଳେ ଅଯୋଧ୍ୟା ଦେଶର ସର୍ବୋତ୍ତମ ସହର ଭାବରେ ଉଭା ହେବ। ଏଥିସହିତ ଦେଶର ଆଧ୍ୟାତ୍ମିକ ସହର ହେବ, ଏକ ଶାରୀରିକ ଏବଂ ସାଂସ୍କୃତିକ ସହର କରାଯିବ। ମେୟର ଋଷିକେଶ ଉପାଧ୍ୟାୟ କହିଛନ୍ତି ଯେ, ୧୨୦୦ ଏକରରେ ନୂତନ ଅଯୋଧ୍ୟା ନିର୍ମାଣ କରିବାର ସ୍ୱପ୍ନ ହେଉଛି ମୁଖ୍ୟମନ୍ତ୍ରୀ ଯୋଗୀଙ୍କର ସ୍ୱପ୍ନ। ଏଥିରୁ ଜମି ଅଧିଗ୍ରହଣ ସହିତ ୮୦ ପ୍ରତିଶତ କାମ ପ୍ରାୟ ସଂପୂର୍ଣ୍ଣ ହୋଇଛି। ଖୁବ୍ ଶୀଘ୍ର ଅଯୋଧ୍ୟା ଭବ୍ୟ ଅଯୋଧ୍ୟା ଭାବରେ ଉଭା ହେବ।



ମେୟର ସୂଚନା ଅନୁଯାୟୀ, ମନ୍ଦିର ନିର୍ମାଣ ସହିତ ବିଭିନ୍ନ ରାଜ୍ୟର ଗେଷ୍ଟ ହାଉସ୍ ମଧ୍ୟ ନିର୍ମାଣ କରାଯିବ। ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ଦୃଷ୍ଟିରେ ରଖି ସମଗ୍ର ଦେଶର ଲୋକଙ୍କ ନିମନ୍ତେ ଧର୍ମଶାଳା ପାଇଁ ଏହି ଜମି ମଧ୍ୟ ଯୋଗାଡ କରାଯିବ। ଭବ୍ୟ ଅଯୋଧ୍ୟାର ଆଧ୍ୟାତ୍ମିକ ଗରିମା ରହିଛି ଯାହା ଶୀଘ୍ର ଦେଖାଯିବ ବୋଲି ସେ କହିଛନ୍ତି। ଖୁବ ଶୀଘ୍ର ଅଯୋଧ୍ୟାକୁ ତାର ଗରିମା ଫେରାଇଦେବା ପାଇଁ ଚାଲିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ।