Roli Tiwari Mishra and Richa Singh Tatgets Samajwadi Party: ରାମଚରିତ ମାନସ ପ୍ରସଙ୍ଗରେ ଦଳର ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଟାର୍ଗେଟ କରିବା ସମାଜବାଦୀ ପାର୍ଟି ନେତ୍ରୀ ଡକ୍ଟର ରୋଲି ତିୱାରୀ ମିଶ୍ରା ଏବଂ ଡକ୍ଟର ରିଚା ସିଂହଙ୍କୁ ମହଙ୍ଗା ପଡ଼ିଛି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମାଜବାଦୀ ପାର୍ଟି ଗୁରୁବାର ଦଳର ଏହି ଦୁଇ ଜଣ ନେତ୍ରୀଙ୍କୁ ବହିଷ୍କାର କରିଛି। ଦଳରୁ ବହିଷ୍କୃତ ହେବା ପରେ ରୋଲି ତିୱାରୀ ମିଶ୍ରା ଏବଂ ରିଚା ସିଂହ ଏବଂ ସମାଜବାଦୀ ପାର୍ଟି ବିରୋଧରେ ବର୍ଷିବାକୁ ପଛେଇ ନାହାଁନ୍ତି। 


COMMERCIAL BREAK
SCROLL TO CONTINUE READING

ସମାଜବାଦୀ ପାର୍ଟି ଏହାର ଦୁଇ ଜଣ ନେତ୍ରୀ ଡକ୍ଟର ରୋଲି ତିୱାରୀ ମିଶ୍ରା ଏବଂ ଡକ୍ଟର ରିଚା ସିଂହଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ନେଇ ଗୁରୁବାର ଟ୍ୱିଟ କରି ଜଣାଇଥିଲା। ହେଲେ ଦଳୀୟ ନେତ୍ରୀଙ୍କୁ ଦଳରୁ ବହିଷ୍କାର କରିବାର କରିବାର କାରଣ ସମ୍ପର୍କରେ କିଛି କୁହାଯାଇ ନଥିଲା। ସମାଜବାଦୀ ପାର୍ଟି ନେତ୍ରୀ ରୋଲି ତିୱାରୀ ମିଶ୍ରା ଏବଂ ରିଚା ସିଂହ ରାମଚରିତମାନସ ସମ୍ପର୍କରେ ଦେଇଥିବା ବୟାନ ପାଇଁ ଦଳର ବିଧାନ ପରିଷଦ ସଦସ୍ୟ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ କ୍ରମାଗତ ଭାବେ ଟାର୍ଗେଟ କରିବାରେ ଲାଗିଥିଲେ। 


ହେଲେ ଦଳରୁ ଉର୍ଦ୍ଧ୍ୱରେ ରହି ରାମଚରିତମାନସ ପ୍ରସଙ୍ଗରେ ବୟାନ ବାଜି କରିବା ସମାଜବାଦୀ ପାର୍ଟି ନେତ୍ରୀ ରୋଲି ତିୱାରୀ ମିଶ୍ରା ଏବଂ ରିଚା ସିଂହଙ୍କୁ ମହଙ୍ଗା ପଡ଼ିଯାଇଥିଲା। ଦଳୀୟ ଅନୁଶାସନ ଭଙ୍ଗ କରିଥିବାରୁ ଦଳରୁ ସେମାନଙ୍କୁ ବହିଷ୍କାର କରାଯାଇଥିବା କୁହାଯାଉଛି। ଏନେଇ ଟ୍ୱିଟ କରି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ ଶ୍ରୀମତୀ ରୋଲି ତିୱାରୀ ମିଶ୍ର ଏବଂ ଶ୍ରୀମତୀ ରିଚା ସିଂହଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏହି ଖବର ଆସିବା ମାତ୍ରେ ଲୋକେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଅନେକ ପ୍ରଶ୍ନ ପଚାରୁଛନ୍ତି। କିଛି ଲୋକ ତାଙ୍କୁ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ କହିଛନ୍ତି। ଅନ୍ୟ କିଛି ଲୋକ କହିଛନ୍ତି ଯେ ଏପରି କାର୍ଯ୍ୟାନୁଷ୍ଠାନ ସମାଜବାଦୀ ପାର୍ଟି ପାଇଁ ଭଲ ନୁହେଁ। 


ଦଳରୁ ବହିଷ୍କୃତ ହେବା ପରେ ଉଭୟ ରିଚା ସିଂହ ଏବଂ ରୋଲି ତିୱାରୀ ମିଶ୍ରା ଅନେକ ଟ୍ୱିଟ୍ କରିଛନ୍ତି। ରୋଲି ତିୱାରୀ ଟ୍ୱିଟ କରି ଲେଖିଛନ୍ତି ଯେ, "ଏହା ଦର୍ଶାଉଛି ଯେ ଅଖିଳେଶ ଯାଦବ, ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସହ ଠିଆ ହୋଇଛନ୍ତି। ଯିଏ ରାମଚରିତମାନସକୁ ଅପମାନିତ କରିଛନ୍ତି। ନାଁ କାରଣ ଦର୍ଶାଅ, ନାଁ ସୂଚନା ନାଁ କୌଣସି ଲେଟର ପ୍ୟାଡ ଚିଠି, ନାଁ କୌଣସି ଦସ୍ତଖତ। ନିଲମ୍ବନ ସମ୍ପର୍କରେ ଟ୍ୱିଟ କରିବା ବେଳେ କାଳୀ ସରି ଯାଇଥିଲା ନାଁ ନୈତିକତା?"


ଅନ୍ୟପଟେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂଘ ସଭାପତି ରିଚା ସିଂହ ସମାଜବାଦୀ ପାର୍ଟି ବିରୋଧରେ ବର୍ଷିବା ସହ ଟ୍ୱିଟ୍ କରି କହିଛନ୍ତି ଯେ ସମାଜବାଦ ଅର୍ଥ ହେଉଛି ଜାତି, ଧର୍ମ ଏବଂ ଲିଙ୍ଗ ଆଧାରରେ କାହା ସହ ଭେଦଭାବ ନକରିବା। ହେଲେ ଆଜି ମୋ ସହ ଜାତି ଏବଂ ଲିଙ୍ଗ ଆଧାରରେ ଭେଦଭାବ କରାଯାଉଛି। ସମାଜବାଦୀ ପାର୍ଟି, ଡକ୍ଟର ରାମ ମନୋହର ଲୋହିଆଙ୍କ ସମାଜବାଦକୁ ଗଳା କାଟି ହତ୍ୟା କରି ଦେଇଛି। ମୁଁ ଶୁଣିବାକୁ ପାଇଛି ଯେ ଜଣେ ପୂର୍ବତନ ମହିଳା ଅଧ୍ୟକ୍ଷଙ୍କୁ ସାମ୍ନା କରିବା ଗୋଟିଏ ଗୋଷ୍ଠୀ ସକ୍ରିୟ ହୋଇଉଠିଛି। ଆପଣଙ୍କ ଅପଶବ୍ଦ, ନିରାଶା, ଆକ୍ରମଣକୁ ସ୍ୱାଗତ। ଗଣତନ୍ତ୍ରରେ ବିରୋଧ ଏବଂ ସମାଲୋଚନା ସମସ୍ତଙ୍କ ଆଭିମୁଖ୍ୟରେ ନାହିଁ।