ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୧ ସହିତ ରବି ଶାସ୍ତ୍ରୀଙ୍କ (Ravi Shastri) ଭାରତୀୟ କ୍ରିକେଟ୍ ଦଳର କୋଚ୍ ଭାବରେ କାର୍ଯ୍ୟକାଳ ଶେଷ ହୋଇଛି । ଶାସ୍ତ୍ରୀ ନିଜ ପଦ ଛାଡିବା ଦିନଠାରୁ ଚୟନକର୍ତ୍ତା (Selectors), ଟିମ୍ ଇଣ୍ଡିଆ (Team India) ଡ୍ରେସିଂ ରୁମ୍ (Dressing room) ଏବଂ ବୋର୍ଡ (BCCI) ଉପରେ ନିଜର ବୟାନ ଦେଇ ଆସୁଛନ୍ତି । ୨୦୧୯ ବିଶ୍ୱକପରେ (2019 World Cup) ଭାରତର ପରାଜୟକୁ ନେଇ ଶାସ୍ତ୍ରୀ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଶାସ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା 
ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କହିଛନ୍ତି, "ଭାରତର ୨୦୧୯ ଏକଦିବସୀୟ ବିଶ୍ୱକପ ଦଳରେ ତିନି ଜଣ ୱିକେଟ୍ କିପରଙ୍କୁ ଚୟନ କରିବା ବୁଝିବାର ବାହାରେ ଥିଲା । କାରଣ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଦଳରେ ଅମ୍ବାତି ରାୟୁଡୁ କିମ୍ବା ଶ୍ରେୟସ୍ ଆୟରଙ୍କୁ ଚୟନ କରାଯାଇ ପାରିଥାନ୍ତା । ୨୦୧୯ ବିଶ୍ୱକପ୍ ର କିଛି ମାସ ପୂର୍ବରୁ ତତ୍କାଳୀନ ODI ଅଧିନାୟକ ବିରାଟ କୋହଲି କହିଥିଲେ ଯେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ରାଇଡୁ ଚତୁର୍ଥ ସ୍ଥାନରେ ଖେଳିବେ । ତେବେ ପରେ ଏମଏସକେ ପ୍ରସାଦଙ୍କ ଚୟନ କମିଟି ରାୟଡୁଙ୍କୁ ଚୟନ କରିନଥିଲା ।


ଟିମ୍ ଚୟନ ଉପରେ ଉଠାଇଲେ ପ୍ରଶ୍ନ
ଟାଇମ୍ସ ଅଫ୍ ଇଣ୍ଡିଆ ସହିତ ଏକ ବାର୍ତ୍ତାଳାପରେ ଶାସ୍ତ୍ରୀ ଖୁଲାସା କରିଛନ୍ତି ଯେ ତିନି ଜଣ ୱିକେଟ୍ କିପରଙ୍କ ବଦଳରେ ରାଇଡୁ କିମ୍ବା ଶ୍ରେୟସ୍ ଆୟରଙ୍କୁ ଚୟନ କରାଯିବା ଉଚିତ୍ ଥିଲା । ଶାସ୍ତ୍ରୀ କହିଛନ୍ତି, 'ସେହି ଦଳର ଚୟନରେ ମୋର କୌଣସି ହାତ ନଥିଲା । କିନ୍ତୁ, ବିଶ୍ୱକପ ପାଇଁ ତିନି ଜଣ ୱିକେଟ୍ କିପର ଚୟନ କରିବାର ନିଷ୍ପତ୍ତି ମଧ୍ୟ ମୋ ବୁଝିବା ବାହାରେ ଥିଲା । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତିନି ଜଣ ୱିକେଟ୍ କିପର ଯଥା ଏମଏସ ଧୋନି, ଋଷଭ ପନ୍ତ ଏବଂ ଦୀନେଶ କାର୍ତ୍ତିକଙ୍କୁ ଦଳରେ ସାମିଲ କରାଯାଇଥିଲା ।


ଟିମ୍ ଚୟନରେ ନାହିଁ ଶାସ୍ତ୍ରୀଙ୍କ ହାତ
ପୂର୍ବତନ ମୁଖ୍ୟ କୋଚ୍ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସେ ଦଳର ଚୟନରେ କେବେ ବି ହସ୍ତକ୍ଷେପ କରିନାହାଁନ୍ତି । ସେ କହିଛନ୍ତି, 'ମୁଁ ଚୟନକର୍ତ୍ତାଙ୍କ କାର୍ଯ୍ୟରେ କେବେବି ହସ୍ତକ୍ଷେପ କରି ନାହିଁ । ଯେତେବେଳେ ମୋତେ କୌଣସି ମତାମତ ପାଇଁ ପଚରା ଯାଉଥିଲା, ସେତେବେଳେ ମୁଁ କେବେଳ ମୋର ମନ କଥା ହିଁ କହିଥିଲି । ୨୦୧୯ ODI ବିଶ୍ୱକପରେ ଭାରତ ଭଲ ପ୍ରଦର୍ଶନ କରିଛି । କିନ୍ତୁ, ମଞ୍ଚେଷ୍ଟରରେ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଠାରୁ ହାରିବା ପରେ ବିଶ୍ୱ ଚାମ୍ପିୟନ ହେବାର ଭାରତର ସ୍ୱପ୍ନ ଭାଙ୍ଗି ଯାଇଥିଲା ।


ଏହା ବି ପଢ଼ନ୍ତୁ: ଟିମ୍ ଇଣ୍ଡିଆର କୋଚ୍ କରାଇ ନ ଦେବା ପାଇଁ କରାଯାଇଥିଲା ସମସ୍ତ ପ୍ରୟାସ: ରବି ଶାସ୍ତ୍ରୀ


ଏହା ବି ପଢ଼ନ୍ତୁ: T20I ଏବଂ ODI ରେ ଅଧିନାୟକ ହେବା ପରେ କେତେ ବୃଦ୍ଧି ପାଇବ ରୋହିତଙ୍କ ଦରମା? ଜାଣନ୍ତୁ ଡିଟେଲ୍ସ