ଚେନ୍ନାଇ: ଇଂଲଣ୍ଡ (England) ବିପକ୍ଷ ଟେଷ୍ଟରେ (Test Record) ଇତିହାସ ରଚିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ (Ravichandran Aswin) । ୧୧୪ ବର୍ଷର ରେକର୍ଡ ଭାଙ୍ଗି ଏହି ଇତିହାସ ସୃଷ୍ଟି କରିଛନ୍ତି (Unique Record)। ଚେନ୍ନାଇରେ (Chennai) ଚାଲିଥିବା ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଇଂନିସର ପ୍ରଥମ ବଲରେ ଓ୍ୱିକେଟ ନେଇ ଏହି ରେକର୍ଡ କରିଛନ୍ତି ଅଶ୍ୱିନୀ । ଏହି ସଫଳତା ହାତେଇବାରେ ଅଶ୍ୱିନୀ ବିଶ୍ୱର ତୃତୀୟ ବୋଲର ପାଲଟିଛନ୍ତି । ଆଜି ଅଶ୍ୱିନୀ ରୋରି ବର୍ଣ୍ଣସଙ୍କୁ ଆଜିଙ୍କ୍ୟଙ୍କ ହାତରେ କ୍ୟାଚ ଆଉଟ କରିଥିଲେ। 


COMMERCIAL BREAK
SCROLL TO CONTINUE READING

ଟେଷ୍ଟ କ୍ରିକେଟରେ ୧୧୪ ବର୍ଷ ପରେ ଏଭଳି ହୋଇଥିବା ଜଣାପଡ଼ିଛି । ଅଶ୍ୱିନୀଙ୍କ ପୂର୍ବରୁ ୧୮୮୮ ମସିହାରେ ବବି ପିଲ  ଓ ୧୯୦୭ ମସିହାରେ ବର୍ଟ ବୋଲଗର ଏହି ରେକର୍ଡ କରିଥିଲେ । ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମ ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛି । ୧୯୦୭ ମସିହାରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକାର ସ୍ପିନ ବୋଲର ବର୍ଟ ବୋଗଲର ଇଂଲଣ୍ଡର ବ୍ୟାଟସମ୍ୟାନ ଟମ ହେବର୍ଡଙ୍କୁ ଆଉଟ କରିଥିଲେ ।