ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କହିଛି ଯେ ବ୍ୟାଙ୍କୁ ଏପରି ଅଭିଯୋଗ ଆସିଛି ଯେ KYC ଅପଡେଟ୍ ନାମରେ ଗ୍ରାହକଙ୍କୁ ଠକାମିର ଶିକାର ହେବାକୁ ପଡ଼ୁଛି । ଏପରି ପରିସ୍ଥିତିରେ ଦେଖାଯାଇଛି ଯେ ଫୋନ୍ କଲ, SMS, ଇମେଲ୍ ଇତ୍ୟାଦି ମାଧ୍ୟମରେ KYC କୁ ଅପଡେଟ୍ କରିବାକୁ ଗ୍ରାହକଙ୍କୁ ସେମାନଙ୍କର ବ୍ୟକ୍ତିଗତ ବିବରଣୀ, ଆକାଉଣ୍ଟ୍ / ଲଗଇନ୍ ବିବରଣୀ / କାର୍ଡ ବିବରଣୀ, PIN, OTP ଇତ୍ୟାଦି ପାଇଁ ପଚରାଯାଉଛି । ଯୋଗାଯୋଗ ମାଧ୍ୟମରେ ଏକ ଲିଙ୍କ୍ ପ୍ରଦାନ କରାଯାଇଥାଏ ଓ KYC ଅପଡେଶନ ପାଇଁ କିଛି ଅନଧିକୃତ / ଯାଞ୍ଚ ହୋଇନଥିବା ଆପ୍ଲିକେଶନକୁ ଇନଷ୍ଟାଲ କରିବାକୁ କୁହାଯାଇଥାଏ ।


COMMERCIAL BREAK
SCROLL TO CONTINUE READING

RBI ଏକ ବିବୃତ୍ତିରେ କହିଛି ଯେ ବ୍ୟାଙ୍କ ଗ୍ରାହକଙ୍କୁ ଏଭଳି କମ୍ୟୁନିକେଶନ୍ସ ପଠାଯିବା ସହିତ ଧମକ ଦିଆଯାଉଛି ଯେ ଯଦି ସେମାନେ KYC ଅପଡେଟ୍ ନକରନ୍ତି, ତା’ହେଲେ ସେମାନଙ୍କ ଆକାଉଣ୍ଟ ଫ୍ରିଜ୍, ବ୍ଲକ୍ କିମ୍ବା ବନ୍ଦ ହୋଇପାରେ । ଯଦି ଗ୍ରାହକ କଲ୍, ମେସେଜ୍ କିମ୍ବା ଅବୈଧ୍ୟ ଆପ୍ ମାଧ୍ୟମରେ ତାଙ୍କ ସୂଚନା ସେ ସେୟାର କରନ୍ତି, ତେବେ ଠକଙ୍କୁ ତାଙ୍କ ଆକାଉଣ୍ଟର ଏକ୍ସେସ ମିଳିଯିବ ଓ ସେମାନେ ଗ୍ରାହକଙ୍କୁ ସହଜରେ ଠକି ପାରିବେ । କେନ୍ଦ୍ରୀୟ ବ୍ୟାଙ୍କ ଲୋକଙ୍କୁ ଏଭଳି ଠକମାନଙ୍କ ପ୍ରତି ସତର୍କ ରହିବାକୁ କହିଛନ୍ତି ।


RBI କହିଛି ଯେ ଗ୍ରାହକମାନେ ସେମାନଙ୍କର ଆକାଉଣ୍ଟ ଲଗଇନ୍ ବିବରଣୀ, ବ୍ୟକ୍ତିଗତ ସୂଚନା, KYC ଡକ୍ୟୁମେଣ୍ଟର କପି, କାର୍ଡ ସୂଚନା, ପିନ୍, ପାସୱାର୍ଡ ଏବଂ OTP ଇତ୍ୟାଦି ଅଜ୍ଞାତ ବ୍ୟକ୍ତି କିମ୍ବା ଏଜେନ୍ସି ସହିତ ସେୟାର କରିବା ଉଚିତ୍ ନୁହେଁ । ଆହୁରି ମଧ୍ୟ ଗ୍ରାହକମାନେ ବେଆଇନ କିମ୍ବା ଯାଞ୍ଚ ହୋଇନଥିବା ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ସେମାନଙ୍କର ବିବରଣୀ ସେୟାର କରିବା ଉଚିତ୍ ନୁହେଁ । ଯଦି କୌଣସି ଗ୍ରାହକଙ୍କୁ ଏପରି ଅନୁରୋଧ ଆସେ, ତେବେ ସେ ତାଙ୍କ ବ୍ୟାଙ୍କ ଶାଖା ସହିତ ଯୋଗାଯୋଗ କରିବା ଉଚିତ୍ ।


RBI କହିଛି ଯେ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକୁ ସମୟ ସମୟରେ KYC ଅପଡେଟ୍ କରିବାକୁ ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ସରଳୀକୃତ କରାଯାଇଛି । କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ଯଦି କୌଣସି ଗ୍ରାହକଙ୍କ ଆକାଉଣ୍ଟର ପିରିୟୋଡିକ ଅପଡେଶନ ହେବାର ଅଛି ତ ଡିସେମ୍ବର ୩୧, ୨୦୨୧ ପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟରେ କେବଳ ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ଯେପର୍ଯ୍ୟନ୍ତ କୌଣସି ରେଗୁଲେଟର କିମ୍ୱା ଇନଫୋର୍ସମେଣ୍ଟ ଏଜେନ୍ସି ବା କୋର୍ଟଙ୍କ ନିର୍ଦ୍ଦେଶ ଏପରି କରିବାକୁ ଜରୁରୀ ନ ହେବ ।


ଗ୍ରାହକଙ୍କୁ ଚିହ୍ନିବା ପାଇଁ KYC ହେଉଛି ଏକ ଉପାୟ, ଯେଉଁଥି ପାଇଁ କିଛି ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ପଡିଥାଏ । ଦାଖଲ ହୋଇଥିବା ଡକ୍ୟୁମେଣ୍ଟଗୁଡ଼ିକୁ KYC ନଥିପତ୍ର କିମ୍ବା KYC ଡକ୍ୟୁମେଣ୍ଟ୍ କୁହାଯାଏ ।


ବ୍ୟାଙ୍କର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହାକୁ ନୂତନ KYC ଡକ୍ୟୁମେଣ୍ଟ ସହିତ ସମ୍ପୂର୍ଣ୍ଣ କରିବା ଆବଶ୍ୟକ । KYC ପୂରଣ ନହେବା କ୍ଷେତ୍ରରେ ଆପଣଙ୍କ ଆକାଉଣ୍ଟରେ ଭବିଷ୍ୟତରେ କାରବାର ବନ୍ଦ ହୋଇପାରେ ।


ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ଆଖି ବୁଜିଲେ ୨୮୪ ସଂକ୍ରମିତ


ଅଧିକ ପଢ଼ନ୍ତୁ:-ପ୍ରକାଶ ପାଇଲା JEE ମେନ୍ ପରୀକ୍ଷାର ଫଳାଫଳ, ଏପରି ଚେକ୍ କରନ୍ତୁ ରେଜଲ୍ଟ


ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍


ଅଧିକ ପଢ଼ନ୍ତୁ:-ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ବହୁତ ଲାଭଦାୟକ