ନୂଆଦିଲ୍ଲୀ: ବିଗତ କିଛି ସମୟ ହେଲା ପୁରୁଣା ମୁଦ୍ରା ଓ ନୋଟ୍ (Old Note and Coin) କିଣିବା ଓ ବିକ୍ରି କରିବାର କ୍ରେଜ ଚାଲିଛି । ଏପରି ଅନେକ ପ୍ଲାଟଫର୍ମ ଅଛି ଯେଉଁଠାରେ ପୁରୁଣା ନୋଟ ଓ ମୁଦ୍ରା ବିକ୍ରି ହେଉଛି । କିନ୍ତୁ ଏହା ମଧ୍ୟରେ ଆପଣଙ୍କୁ ଜାଣିବା ଆବଶ୍ୟକ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି । RBI କହିଛି ଯେ ପୁରୁଣା ବ୍ୟାଙ୍କ୍ ନୋଟ୍ ଓ ମୁଦ୍ରା ବିକ୍ରି ପାଇଁ କେନ୍ଦ୍ରୀୟ ବ୍ୟାଙ୍କର ନାମ ଓ ଲୋଗୋ ବ୍ୟବହାର କରାଯାଉଛି । ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ଏହି ନୋଟ୍ କିଣିବା କିମ୍ବା ବିକ୍ରୟ କରିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ଏହି ଖବର ପଢ଼ନ୍ତୁ ।


COMMERCIAL BREAK
SCROLL TO CONTINUE READING

RBI କରିଛି ସାବଧାନ


ଯଦି ଆପଣ ପୁରୁଣା ମୁଦ୍ରା ଓ ନୋଟ୍ ବିକ୍ରୟ କିମ୍ବା କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ପ୍ରଥମେ ଆରବିଆଇ ଦ୍ୱାରା ଦିଆଯାଇଥିବା ଏହି ସୂଚନା ନିଶ୍ଚିତ ଭାବରେ ଦେଖି ନିଅନ୍ତୁ । ଅନଲାଇନ୍ ଠକମାନେ କ୍ରମାଗତ ଭାବରେ ଗ୍ରାହକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେମାନେ ପ୍ରତିଦିନ ନୂଆ ଉପାୟ ଖୋଜି ବାହାର କରୁଛନ୍ତି ।


ଟ୍ୱିଟ୍ କରି RBI ଏହା କହିଛି


ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ କରି କହିଛି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ର ନଜରକୁ ଆସିଛି ଯେ, "କିଛି ତତ୍ତ୍ୱ ଭୁଲ ଭାବରେ ତଥା ବିଭିନ୍ନ ଅନଲାଇନ୍ ମାଧ୍ୟମରେ ରିଜର୍ଭ ବ୍ୟାଙ୍କର ନାମ ଓ ଲୋଗୋ ବ୍ୟବହାର କରୁଛନ୍ତି  ଏବଂ ବିଭିନ୍ନ ଅନଲାଇନ୍, ଅଫଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ପୁରୁଣା ନୋଟ ଓ ମୁଦ୍ରା ବିକ୍ରୟ ପାଇଁ ଲୋକଙ୍କ ଠାରୁ ଫି / କମିଶନ କିମ୍ବା ଟ୍ୟାକ୍ସ ମାଗୁଛନ୍ତି ।"


RBI କୌଣସି କାର୍ଯ୍ୟକଳାପରେ ଜଡିତ ନୁହେଁ 


ରିଜର୍ଭ ବ୍ୟାଙ୍କ ଏହାର ବିବୃତ୍ତିରେ କହିଛି ଯେ ସେ ଏପରି କୌଣସି କାର୍ଯ୍ୟକଳାପରେ ଜଡିତ ନୁହେଁ ଓ ଏଭଳି କାରବାର ପାଇଁ କାହାଠାରୁ କୌଣସି ଶୁଳ୍କ କିମ୍ବା କମିଶନ ମାଗିବ ନାହିଁ । ଏଥି ସହିତ ବ୍ୟାଙ୍କ କହିଛି ଯେ ଏଭଳି କାର୍ଯ୍ୟକଳାପ ପାଇଁ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତିଙ୍କୁ କୌଣସି ପ୍ରକାରର ଅନୁମତି ଦେଇନାହିଁ ।


RBI ସ୍ପଷ୍ଟ କରିଛି ସ୍ଥିତି


ଆପଣଙ୍କୁ କହି ରଖୁଛୁ ଯେ ଆରବିଆଇ ଏଭଳି ମାମଲାରେ କାରବାର କରେ ନାହିଁ  କିମ୍ବା କାହାଠାରୁ କୌଣସି ଶୁଳ୍କ କିମ୍ବା କମିଶନ ମାଗେ ନାହିଁ । ବ୍ୟାଙ୍କ କହିଛି, "ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କୌଣସି ଅନୁଷ୍ଠାନ, କମ୍ପାନୀ କିମ୍ବା ବ୍ୟକ୍ତି ଇତ୍ୟାଦିଙ୍କୁ ଏଭଳି କାରବାରରେ ରିଜର୍ଭ ବ୍ୟାଙ୍କ ତରଫରୁ କୌଣସି ଶୁଳ୍କ କିମ୍ବା କମିଶନ ଆଦାୟ କରିବାକୁ କୌଣସି ଅଧିକାର ଦେଇନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ସାଧାରଣ ଜନତାଙ୍କୁ ଏପରି ନକଲି ଓ ଜାଲିଆତି ଅଫର ଜାଲରେ ନ ପଡ଼ିବାକୁ ପରାମର୍ଶ ଦେଉଛି ।"


ଅଧିକ ପଢ଼ନ୍ତୁ:-ଆଶ୍ୱସ୍ତିକର ଖବର: ୫ ଦିନ ପରେ ଦେଶରେ ୪୦ ହଜାରରୁ କମ୍ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ


ଅଧିକ ପଢ଼ନ୍ତୁ:-ପଞ୍ଜଶୀର ଯୁଦ୍ଧରେ ତାଲିବାନ ପକ୍ଷରୁ ପାକିସ୍ତାନର ଏଣ୍ଟ୍ରି, ବାୟୁସେନା କଲା ଡ୍ରୋନ୍ ଆକ୍ରମଣ


ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍