e-Rupee: ଆଉ ପାଦେ ବଢ଼ିବାତୁ ଯାଉଛି ଭାରତ ଡିଜିଟାଲ ମିଶନ । ଭାରତରେ ଖୁବଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି ଡିଜିଟାଲ କରେନ୍ସି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve Bank of India) ଡିଜିଟାଲ୍ ମୁଦ୍ରା ଲଞ୍ଚ ପୂର୍ବରୁ ଏକ କନସେପ୍ଟ ନୋଟ୍ ଜାରି କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଟାଲ କରେନ୍ସି (Digital Curency) ଲଞ୍ଚ୍ ପାଇଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରି ସାରିଛି । ଭାରତରେ ଡିଜାଟାଲ କରେନ୍ସିର ବ୍ୟବହାର ପରିସର, ଉପଯୋଗ ପରିସର ବିସ୍ତାର ସହିତ ଡିଜିଟାଲ ମୁଦ୍ରାର ବୈଶିଷ୍ଟ୍ୟ ଏବଂ ଲାଭ ବିଷୟରେ ସମୟ ସମୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ପ୍ରଦାନ ଜାରି ରହିବ ।  


COMMERCIAL BREAK
SCROLL TO CONTINUE READING

RBIର ଏହି ଯୋଜନା ସଫଳ ହେଲେ, ଖୁବଶୀଘ୍ର ଦେଶବାସୀ ଡିଜିଟାଲ୍ ମୁଦ୍ରା ବ୍ୟବହାର କରିବାକୁ ସମର୍ଥ ହେବେ । ଦେଶର ବ୍ୟାଙ୍କିଙ୍ଗ୍ ରେଗୁଲେଟର, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶୁକ୍ରବାର ଏନେଇ ପ୍ରାରମ୍ଭିକ ପଦକ୍ଷେପ ଗ୍ରହଣ କରିଛି । ଦେଶରେ ଡିଜିଟାଲ୍ ମୁଦ୍ରା ପ୍ରଚଳନ କରିବା ପାଇଁ RBI ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି । କେନ୍ଦ୍ରୀୟ ବ୍ୟାଙ୍କ ଭାରତରେ ଡିଜିଟାଲ୍ ମୁଦ୍ରା ପ୍ରଚଳନକୁ ନେଇ ପରୀକ୍ଷା ଜାରି ରଖିଛି ।  ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ନିର୍ଦ୍ଦିଷ୍ଟ ଦିଗରେ ଏହାର ବ୍ୟବହାର କରାଯିବ ବୋଲି RBI କହିଛି।


ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କନସେପ୍ଟ ନୋଟ୍ ଜାରି 


ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ 'ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି' (CBDC) ଉପରେ ଏକ କନସେପ୍ଟ ନୋଟ ଜାରି କରିଛି । ପାଇଲଟ ପ୍ରୋଜେକ୍ଟରେ ଡିଜିଟାଲ କରେନ୍ସିର ପରିସର ବିସ୍ତାର ହେବା ସହିତ ଡିଜିଟାଲ ମୁଦ୍ରାର ବୈଶିଷ୍ଟ୍ୟ ପ୍ରସଙ୍ଗ ଉଲ୍ଲେଖ ରହିଛି । ଏଥିରେ ଡିଜିଟାଲ କରେନ୍ସିର ବ୍ୟବହାର ଉପରେ ଏକ ସ୍ପଷ୍ଟ ଧାରଣା ପ୍ରଦାନ କରାଯାଇଛି । ଯେପରିକି ଡିଜିଟାଲ୍ ମୁଦ୍ରାର ଟେକ୍ନୋଲୋଜି ଏବଂ ଡିଜାଇନ୍ ବିକଳ୍ପ, ଡିଜିଟାଲ୍ ଟଙ୍କାର ସମ୍ଭାବ୍ୟ ବ୍ୟବହାର ଏବଂ ଡିଜିଟାଲ୍ ମୁଦ୍ରାର ଆଦାନ ପ୍ରଦାନ ପ୍ରଣାଳୀ ଉପରେ ତଥ୍ୟ ଦିଆଯାଇଛି । 


ଏହାସହିତ କନସେପ୍ଟ ନୋଟରେ CBDCର ଆରମ୍ଭ ସମୟରେ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍, ମୁଦ୍ରା ନୀତି ଏବଂ ବିତ୍ତୀୟ ସ୍ଥିରତା ଉପରେ   ପ୍ରଭାବକୁ ଦର୍ଶାଯାଇଛି । ଡିଜାଟାଲ କରେନ୍ସି ବ୍ୟବହାରରେ ରହିଥିବା ଗୋପନୀୟତା ଓ ସମସ୍ୟାଗୁଡିକର ମଧ୍ୟ ବିଶ୍ଳେଷଣ କରାଯାଇଛି । 


ଦେଶରେ ଡିଜିଟାଲ କରେନ୍ସି ପ୍ରଚଳନ ନେଇ ଗତବର୍ଷ RBI ପକ୍ଷରୁ ସୂଚନା ଦିଆଯାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ସମୟରେ ଡିଜିଟାଲ କରେନ୍ସିକୁ ନେଇ ଅର୍ଥମନ୍ତ୍ରୀ ବଡ଼ ଘୋଷଣା କରିଥିଲେ । ଦେଶରେ ଖୁବଶୀଘ୍ର ଡିଜିଟାଲ କରେନ୍ସି ଆରମ୍ଭ କରିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ । ଏହି ଟେକ୍ନୋଲଜି ବିଟକଏନ ଓ ଅନ୍ୟ କ୍ରିପ୍ଟୋ କରେନ୍ସିରେ ମଧ୍ୟ ବ୍ୟବହୃତ ହୋଇଥାଏ । ଡିଜିଟାଲ କରେନ୍ସି ବ୍ୟବହାର ଦ୍ୱାରା ଦେଶର ଅର୍ଥନୀତି ଦୃଢ଼ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ ଅର୍ଥମନ୍ତ୍ରୀ । 


ଏହାବି ପଢ଼ନ୍ତୁ: Economic troubles: ଭାରତକୁ ବଡ଼ ଝଟକା ଦେଲା World Bank, ପଡୋଶୀ ଦେଶର ସ୍ଥିତି ବି ସଙ୍ଗୀନ


କିପରି କାମ କରିବ e-Rupee? 


ଇ-ରୂପୀକୁ ଆପଣ ସହଜରେ ଅନ୍ୟ ମୋବାଇଲ ଆପ୍ଲିକେସନ ପରି ବ୍ୟବହାର କରିପାରିବେ । ଏହି କ୍ୟାସଲେସ ଆପ୍ CBDC ନିୟନ୍ତ୍ରଣରେ ରହିବ । ଏହାଦ୍ୱାରା ବ୍ୟବହାରକାରୀଙ୍କ ଡିଜିଟାଲ କରେନ୍ସି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । SMS ଓ QR ସ୍କାନ କୋଡ ଦ୍ୱାରା ଡିଜିଟାଲ କରେନ୍ସିର ଆଦାନ ପ୍ରଦାନ ହେବ ।  କିନ୍ତୁ ଏହା କ୍ରିପ୍ଟୋ କରେନ୍ସି ପାଇଁ ବ୍ୟବହାର ହେଉଥିବା ବ୍ଲାକ ଚେନ ପରି ହେବ ନାହିଁ ।