APJ Abdul Kalam Birth Anniversary: ଡକ୍ଟର ଏପିଜେ ଅବଦୁଲ କଲାମ (A. P. J. Abdul Kalam) । ଭାରତର ଏମିତି ଜଣେ ବ୍ୟକ୍ତିତ୍ୱ ଯାହାକୁ ପୂରା ବିଶ୍ୱ ମିସାଇଲ ମ୍ୟାନ (Missile Man of India ) ଭାବେ ଜାଣିଛି। ତାଙ୍କ ସୁବିଚାର ଆଜିବି ଅନେକଙ୍କୁ ପ୍ରେରଣା ଯୋଗାଉଛି। ଜୀବନକୁ ନେଇ ସେ ଦେଇଥିବା ଅନେକ ସୁବିଚାର ବିଭିନ୍ନ ସ୍କୁଲ ଓ କଲେଜ କାନ୍ଥରେ ଲଗାଯାଉଛି। ଯାହାକୁ ଦେଖି ଛାତ୍ର ସମାଜ ପ୍ରେରିତ ହେଉଛି। ଆଉ ଯୁବବର୍ଗ ଆଗକୁ ଯାଉଛି । ଆଜି ସେହି ମହାନ୍ ବ୍ୟକ୍ତି ଡକ୍ଟର ଏପିଜେ ଅବଦୁଲ୍‌ କଲାମଙ୍କର ଜନ୍ମ ଜୟନ୍ତି (APJ Abdul Kalam Birth Anniversary) । 


COMMERCIAL BREAK
SCROLL TO CONTINUE READING


ସେ  ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁ ରାମେଶ୍ବରମ୍ (Rameswaram)ର  ଏକ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂରା ନାଁ ହେଉଛି ଅବୁଲ ପକିର ଜୈନାଲୁଦ୍ଦିନ ଅବଦୁଲ କଲାମ (Avul Pakir Jainulabdeen Abdul Kalam)। । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ତାଙ୍କ ବାପା ଜୈନୁଲାବ୍‌ବ୍ଦୀନ, ଯିଏକି ଜଣେ ଡଙ୍ଗା ଚାଳକ ଥିଲେ ଆଉ ମାଆ ଅସିଅମ୍ମା ,ଜଣେ ସାଧାରଣ ଗୃହିଣୀ ଥିଲେ। ପିରବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ସେ ନିଜ ପାଠପଢା ଖର୍ଚ୍ଚ ଉଠାଇବା ପାଇଁ ପେପର ମଧ୍ୟ ବିକ୍ରି କରୁଥିଲେ । ପିଲାଦିନରୁ ମେଧାବୀ ଛାତ୍ର ଥିଲେ କଲାମ ।  ପିଲାଦିନରୁ ବଡ ମଣିଷ ହେବା ପାଇଁ ସ୍ବପ୍ନ ଦେଖୁଥିବା କଲାମ ଦିନେ ସତରେ ସଫଳତାର ଶିର୍ଷରେ ପହଞ୍ଚି ଥିଲେ। ପାଠ ପଢା ଶେଷ ହେବା ପରେ ସେ ପ୍ରଥମେ ଡିଆରଡିଓ  (DRDO) ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଅଗ୍ନି ଓ ପୃଥିବୀ ଭଳି ମିସାଇଲ ତିଆରି କରି ସାରା ବିଶ୍ୱରେ ଭାରତର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ବାଲିଷ୍ଟିକ୍‌ ମିସାଇଲ ଲଞ୍ଚ କରିବାରେ କଲାମଙ୍କ ବଡ଼ ଭୂମିକା ରହିଛି । ତେଣ ତାଙ୍କୁ ଭାରତର ମିସାଇଲ ମ୍ୟାନ୍ କୁହାଯାଏ । କାଲାମ ତାଙ୍କ ଜୀବନ କାଳରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ୨୦୦୨ ମସିହାରେ ସେ ଦେଶର ୧୧ ତମ ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଦେଶର ରାଷ୍ଟ୍ରପତି ରହିଥିଲେ।  ୧୯୯୨ ରୁ ୧୯୯୯ ପର୍ଯ୍ୟନ୍ତ କଲାମ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଗୁରୁଦାୟିତ୍ୱ ତୁଲାଇଥିଲେ। ତାଙ୍କରି ସମୟରେ ବାଜପେୟୀ ସରକାର ଦ୍ୱିତୀୟ ଥର ପାଇଁ ପୋଖରାନରେ ପରମାଣୁ ପରୀକ୍ଷଣ କରିଥିଲା । କଲାମ ମଧ୍ୟ ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଦାୟିତ୍ୱ ତୁଲାଇଛନ୍ତି। ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ କଲାମଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା। ସେ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ନିଜ ଧର୍ମକୁ ସମ୍ମାନ ଦେବା ସହ ହିନ୍ଦୁ ଧର୍ମକୁ ମଧ୍ୟ ସମାନ ଭାବରେ ସମ୍ମାନ ଦେଉଥିଲେ । ସେ ପ୍ରତିଦିନ ଭଗବତ ଗୀତା ମଧ୍ୟ ପାଠ କରୁଥିଲେ। 


 




ସରଳତା ଥିଲା ତାଙ୍କ ଜୀବନର ମୂଳମନ୍ତ୍ର । ସେ ସାରା ଜୀବନ ଦେଶ ସେବା, ଶିକ୍ଷା ଆଉ ପରୋଉପକାରରେ ବିତାଇଥିଲେ । ୨୦୧୫ ମସିହା ଜୁଲାଇ ୨୭ରେ ଭାରତ ହରାଇ ଥିଲା କାଲାମଙ୍କ ଭଳି ଜଣେ ଅମୂଲ୍ୟ ରତ୍ନକୁ। ଆଜି ମିସାଇଲ ମ୍ୟାନଙ୍କ ୯୧ ଜନ୍ମ ଜୟନ୍ତୀରେ ଅବସରରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ।  ଏନେଇ ସେ ଟୁଇଟ୍ ମଧ୍ୟ କରିଛନ୍ତି , ଲେଖିଛନ୍ତି ଯେ,"ଆମର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ  ଜଣେ ବୌଜ୍ଞାନିକ ତଥା ରାଷ୍ଟ୍ରପତି ଭାବରେ ଦେଶ ପାଇଁ ତାଙ୍କର ଅବଦାନ ବେଶ୍ ପ୍ରଂଶସନୀୟ "।