ନୂଆଦିଲ୍ଲୀ: Edible Oil Price: ଖାଇବା ତେଲର ଖୁଚୁରା ମୂଲ୍ୟରେ ପୁଣି ଥରେ ହ୍ରାସ ଘଟିଛି ।  କେନ୍ଦ୍ର ସରକାର କହିଛନ୍ତି ଯେ, ସାରା ଦେଶରେ ଖାଇବା ତେଲର ଖୁଚୁରା ମୂଲ୍ୟ ବୈଶ୍ୱିକ ବଜାର ସହିତ ସମାନ ଅବଧି ତୁଳନାରେ ଅଧିକ ରହିଛି, କିନ୍ତୁ ଅକ୍ଟୋବର ୨୦୨୧ ପରଠାରୁ ଏହା ହ୍ରାସ ପାଉଛି । ୧୬୭ ମୂଲ୍ୟ ସଂଗ୍ରହ କେନ୍ଦ୍ରର ଧାରା ଅନୁଯାୟୀ, ଦେଶର ପ୍ରମୁଖ ଖୁଚୁରା ବଜାରରେ ଖାଇବା ତେଲର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୫-୨୦ ଟଙ୍କା ହ୍ରାସ ପାଇଛି ।


COMMERCIAL BREAK
SCROLL TO CONTINUE READING

ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମଙ୍ଗଳବାର ଚିନାବାଦାମ୍ ତେଲର ସର୍ବଭାରତୀୟ ଖୁଚୁରା ମୂଲ୍ୟ ୧୮୦ ଟଙ୍କା ପ୍ରତି କିଲୋଗ୍ରାମ, ସୋରିଷ ତେଲ ପ୍ରତି କିଲୋଗ୍ରାମ ୧୮୪.୫୯ ଟଙ୍କା, ସୋୟା ତେଲ କିଲୋଗ୍ରାମ ପିଛା ୧୪୮.୮୫ ଟଙ୍କା, ସୂର୍ଯ୍ୟମୁଖୀ ତେଲ ୧୬୨.୪ ଟଙ୍କା ଏବଂ ପାମ୍ ତେଲ କିଲୋଗ୍ରାମ  ପିଛା ୧୨୮.୫ ଟଙ୍କା ରହିଛି ।


ତଥ୍ୟ ଦର୍ଶାଉଛି ଯେ, ଅକ୍ଟୋବର ୧, ୨୦୨୧ ସୁଦ୍ଧା ପ୍ରଚଳିତ ମୂଲ୍ୟ ତୁଳନାରେ ଚିନାବାଦାମ୍ ଓ ସୋରିଷ ତେଲର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୧..୫୦-୩ ଟଙ୍କା ହ୍ରାସ ପାଇଥିବାବେଳେ ସୋୟା ଓ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପ୍ରତି ୭-୮ ଟଙ୍କା ତଳକୁ ଖସି ଆସିଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଆଡାନୀ ୱିଲମାର ଓ ରୁଚି ଇଣ୍ଡଷ୍ଟ୍ରିଜ ସମେତ ପ୍ରମୁଖ ଖାଦ୍ୟ ତୈଳ କମ୍ପାନୀଗୁଡ଼ିକ ଲିଟର ପିଛା ମୂଲ୍ୟ ୧୫-୨୦ ଟଙ୍କା ହ୍ରାସ କରିଛନ୍ତି ।


ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ୧୫.୮ ପ୍ରତିଶତ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ


ଏହା ବି ପଢ଼ନ୍ତୁ:-ପ୍ରିୟଙ୍କା ଆହୁରି ଅଧିକ ମଜୁଭୁତ ହୋଇ ଲଢ଼ୁ, ଜାଣନ୍ତୁ ଏପରି କାହିଁକି କହିଲେ ଅଖିଳେଶ


ଏହା ବି ପଢ଼ନ୍ତୁ:-ଲତା ମଙ୍ଗେଶକର କୋରୋନା ପଜିଟିଭ୍, ଆଇସିୟୁରେ ଭର୍ତ୍ତି


 


ଖାଇବା ତେଲର ମୂଲ୍ୟ ହ୍ରାସ କରିଥିବା ଅନ୍ୟ କମ୍ପାନୀଗୁଡିକ ହେଉଛି ଜେମିନି ଏଡିବଲ୍ସ ଆଣ୍ଡ ଫ୍ୟାଟ୍ସ ଇଣ୍ଡିଆ, ହାଇଦ୍ରାବାଦ, ମୋଦୀ ନାଚୁରାଲ୍ସ, ଦିଲ୍ଲୀ, ଗୋକୁଲ ରି-ଫଏଲ୍ ଆଣ୍ଡ ସୋଲଭେଣ୍ଟ, ବିଜୟ ସୋଲଭେକ୍ସ, ଗୋକୁଲ ଏଗ୍ରୋ ରିସୋର୍ସ ଏବଂ ଏନ.କେ ପ୍ରୋଟିନ୍ ।


ଏଥିରେ କୁହାଯାଇଛି ଯେ ଅନ୍ତର୍ଜାତୀୟ ଦ୍ରବ୍ୟର ଉଚ୍ଚ ମୂଲ୍ୟ ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦ୍ୱାରା ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗରେ ଖାଇବା ତେଲର ମୂଲ୍ୟ ହ୍ରାସ ପାଇଛି । ଚଳିତ ବର୍ଷ ତୁଳନାରେ ଖାଇବା ତେଲର ମୂଲ୍ୟ ଅଧିକ କିନ୍ତୁ ଅକ୍ଟୋବରରୁ ଏହା ହ୍ରାସ ପାଉଛି । ଏହା ଉତ୍ପାଦର ଘରୋଇ ମୂଲ୍ୟ ହ୍ରାସ କରିବାରେ ସାହାଯ୍ୟ କରିଛି ଓ ଗ୍ରାହକଙ୍କୁ ରିହାତି ଦେଇଛି । ଖାଇବା ତେଲ ଆମଦାନୀ ଉପରେ ଭାରି ନିର୍ଭରଶୀଳତା ହେତୁ ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ୟମ କରିବା ଜରୁରୀ ଅଟେ ।